ETV Bharat / state

ବେଗୁନିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ - police

ଗତ 23 ତାରିଖରେ ବେଗୁନିଆ ଅଞ୍ଚଳରେ ଘଟିଥିବା ସନ୍ତୋଷ ପାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ । ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀକୁ ଗିରଫ କରିବାରେ ସଫଳ ହୋଇଛି ବେଗୁନିଆ ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 2, 2019, 8:31 PM IST

Updated : Jul 2, 2019, 8:43 PM IST

ଖୋର୍ଦ୍ଧା: ବେଗୁନିଆ ସନ୍ତୋଷ ପାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ । ମୁଖ୍ୟ ଅଭିଯୁକ୍ତ ବାଳକୃଷ୍ଣ ସ୍ବାଇଁ ଓ ତାର ସହଯୋଗୀ ବିକାଶ ନାୟକକୁ ଗିରଫ କରିଛି ବେଗୁନିଆ ପୋଲିସ । ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ସନ୍ତୋଷଙ୍କୁ ବୋମାମାଡ କରି ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି ।

ସୂଚନା ଅନୁଯାୟୀ, ଗତ ମେ’ 23 ତାରିଖ ଦିନ ସନ୍ତୋଷ ନିଜର ଅଟୋ ଯୋଗେ ଫେରୁଥିବା ବେଳେ ଡିଙ୍ଗର ପରିଛଳ ରାସ୍ତାରେ ତାଙ୍କ ଉପରକୁ 3ଟି ବୋମାମାଡ ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୀର୍ଘ ମାସେ ପରେ ଘଟଣାର ପର୍ଦ୍ଦାଫାଶ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଉଭୟଙ୍କ ନିକଟରୁ ଗୋଟିଏ ବାଇକ ସହ 2ଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବେଗୁନିଆ ଆଇଆଇସି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ହତ୍ୟାକାଣ୍ଡ ପର୍ଦାଫାସ : ମୁଖ୍ୟ ଅଭିଯୁକ୍ତସହ ଅନ୍ୟଜଣେଗିରଫ

ଖୋର୍ଦ୍ଧା : ବେଗୁନିଆ ଥାନା ଅଞ୍ଚଳରେ ଦିନକୁ ଦିନ ରାହାଜାନି ଓ ହତ୍ୟାକାଣ୍ଡ ବଢିଚାଲୁଛି । କିନ୍ତୁ ଧୀରେ ଧୀରେ ବେଗୁନିଆ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସକ୍ଷମ ହେଉଛି । ସେହିପରି ବୋମାମାଡ଼ କରି ଡିଙ୍ଗର ଗ୍ରାମର ସନ୍ତୋଷ ପାତ୍ରଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ବେଗୁନିଆ ପୋଲିସ । Body:ସୂଚନା ଅନୁଯାୟୀ ଗତ ମେ ୨୩ ତାରିଖ ରାତ୍ର ୯•୩୦ ମିନିଟ ସମୟରେ ସନ୍ତୋଷ ପାତ୍ର ନିଜ ଅଟୋ ସାହାଯ୍ୟରେ ଘରକୁ ଫେରୁଥିବା ସମୟରେ ଡିଙ୍ଗର ପରିଛଳ ରାସ୍ତା ମଧ୍ୟରେ ବାଳକୃଷ୍ଣ ପୁର୍ବ ଶତ୍ରୁତାକୁ ନେଇ ତିନୋଟି ବୋମାମାଡ କରି ସନ୍ତୋଷକୁ ହତ୍ୟା କରିଥିଲା । ଯାହାର ଆଜି ପର୍ଦାଫାସ କରିଛି ବେଗୁନିଆ ପୋଲିସ । ମୁଖ୍ୟ ଅଭିଯୁକ୍ତ ବାଳକୃଷ୍ଣ ଓରଫ ପ୍ରତାପ ସ୍ୱାଇଁ ସହ ବୋମା ଯୋଗାଇଥିବା ଖୋର୍ଦ୍ଧା ଜରିପୁଟ ଗ୍ରାମର ପ୍ରତାପ ପାତ୍ରକୁ ଗିରଫ କରିବା ସହ ହତ୍ୟା ଘଟଣାରେ ବ୍ୟବହୃତ ଏକ ଆପାଚି ମୋଟରସାଇକେଲ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି । Conclusion:ପୂର୍ବ ଶତ୍ରୁତାକୁ କେନ୍ଦ୍ର ଏହି ହତ୍ୟାକାଣ୍ଡରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସୂଚନା ଦେଇଛନ୍ତି ବେଗୁନିଆ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ ।

ବାଇଟ- ରଶ୍ମି ରଞ୍ଜନ ସାହୁ,ବେଗୁନିଆ ଥାନା ଅଧିକାରୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
Last Updated : Jul 2, 2019, 8:43 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.