ଖୋର୍ଦ୍ଧା: ବେଗୁନିଆ ଅଞ୍ଚଳରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢୁଛି । ବେଗୁନିଆ ବ୍ଳକ କାର୍ଯ୍ୟାଳୟର ୨ ଜଣ କର୍ମଚାରୀ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ଚିନ୍ତାରେ ପଡିଯାଇଛି ।
ବ୍ଳକ ଅଫିସର କର୍ମଚାରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ଓ ସଂକ୍ରମଣକୁ ଏଡାଇବା ପାଇଁ ବେଗୁନିଆ ବ୍ଳକ କାର୍ଯ୍ୟାଳୟକୁ ଶନିବାର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ବିଡିଓ । ଏହି ସମୟରେ ବ୍ଳକ କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ବିଡିଓ ସୂଚନା ଦେଇଛନ୍ତି ।
ସେହିପରି ବେଗୁନିଆ ଅଞ୍ଚଳରୁ ଆଜି ୧୧ ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସମୁଦାୟ ବେଗୁନିଆ ବ୍ଳକ ଅଞ୍ଚଳରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ