ETV Bharat / state

ଜୀବନ ହାରିବା ପୂର୍ବରୁ ଟିକ୍ ଟକ୍‌ରେ ଭଗବାନ କହିଲେ ମୃତ୍ୟୁର କାରଣ

author img

By

Published : Feb 24, 2020, 9:07 PM IST

ବେଗୁନିଆ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ଭଗବାନ ସାହୁଙ୍କ ଆତ୍ମହତ୍ୟା ପୂର୍ବର ଟିକ୍‌ ଟକ୍ ଭିଡିଓ। ଏହି ଟିକ୍ ଟକ୍ ଭିଡିଓରେ ଭଗବାନ ନେଇଥିବା ନେତାଙ୍କ ନାମ ବିଜେଡି ଦଳର ତୁଙ୍ଗ ନେତା ବୋଲି ଜଣାପଡିଛି । ଅଧିକ ଖବର ପଢନ୍ତୁ...

death viral in tiktok
ଜୀବନ ହାରିବା ପୂର୍ବରୁ ଟିକ୍ ଟକ୍ ରେ ଭଗବାନ କହିଲେ ମୃତ୍ୟୁର କାରଣ

ଖୋର୍ଦ୍ଧା: ଜୀବନ ହାରିବା ପୂର୍ବରୁ ଟିକ୍ ଟକ୍‌ରେ ମୃତ୍ୟୁର କାରଣ ବଖାଣିଲେ ମୃତକ। ବେଗୁନିଆ ବ୍ଲକ ଭଉଁରୀ ସାହିର ଭଗବାନ ସାହୁଙ୍କ ଆତ୍ମହତ୍ୟା ପୂର୍ବର ଟିକ୍ ଟକ୍ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ନିଜ ମୃତ୍ୟୁର କାରଣ କହିଛନ୍ତି ଓ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ନାମ କହି ଆତ୍ମହତ୍ୟା କରିଛନ୍ତି ।

ଯାହାକୁ ନେଇ ବେଗୁନିଆ ଅଞ୍ଚଳରେ ଚର୍ଚ୍ଚା ଜୋର ହେଉଛି। ଏହାସହ ଏହି ଭିଡ଼ିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଭଗବାନଙ୍କର ଏହି ମୃତ୍ୟୁ ପଛରେ ବହୁ ଶାସକ ଦଳର ନେତା ସମ୍ପୃକ୍ତ ଥିବା ସେ କହିଥିବା ବେଳେ ପୋଲିସ ପାଖରେ ଖବର ନଥିବା ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ।

ସେପଟେ ଭଗବାନଙ୍କ ମୃତ ଶରୀରକୁ ବ୍ୟବଛେଦ ନକରି ଗାଁ ମଶାଣିରେ ଜାଳିଦେଇ ଥିବାବେଳେ ପୋଲିସ ପାଖରେ ଖବର ନଥିବା ରାଜନୈତିକ ଉଦ୍ଦେଶ୍ଯ ପ୍ରଣୋଦିତ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ସେପଟେ ଟିକ୍ ଟକ୍‌ରେ ଭଗବାନ ନେଇଥିବା ନେତାଙ୍କ ନାମ ବିଜେଡି ଦଳର ତୁଙ୍ଗ ନେତା ହେଉଥିବାରୁ ବେଗୁନିଆ ପୋଲିସ ଚୁପ ହୋଇ ବସିଛି ବୋଲି ଚର୍ଚ୍ଚା ହେଉଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.