ETV Bharat / state

ବେଆଇନ ପାର୍କିଂଫି’ ଆଦାୟ: 14 ବ୍ୟବସାୟିକ ପ୍ରତିଷ୍ଠାନକୁ ବିଡିଏର ନୋଟିସ - ଭୁବନେଶ୍ବର ନ୍ୟୁଜ

ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ରାଜଧାନୀରେ ଥିବା ୧୪ଟି ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ ଜାରି କରିଛି ।  ଯଦି ୭ ଦିନ ଭିତରେ ପ୍ରତ୍ୟେକ ମଲ ଏବଂ ହସ୍ପିଟାଲ ଗୁଡିକ ପାର୍କିଂ ସ୍ଥାନ ମହଜୁଦ ରଖିବା, ପାର୍କିଂ ଦେୟମୁକ୍ତ ନକରନ୍ତି ତେବେ ଓଡିଏ ଆକ୍ଟ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ।

ନୋଟିସ ଜାରି
author img

By

Published : Oct 21, 2019, 9:15 PM IST

ଭୁବନେଶ୍ବର: ବେଆଇନ ପାର୍କିଂ ଫି ଆଦାୟ ନେଇ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ ଜାରି କଲେ ବିଡିଏ କର୍ତ୍ତୃପକ୍ଷ । ସ୍ମାର୍ଟସିଟି ଭୁବନେଶ୍ବର ଆଇନକୁ ସମ୍ମାନ ଦେଇ ଓ ଜନମଙ୍ଗଳକୁ ଦୃଷ୍ଟିରେ ରଖି ବିଡିଏ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ ଜାରି କରାଯାଇଛି।

bda
ବିଡିଏ ପକ୍ଷରୁ ୧୪ଟି ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ ଜାରି

ଭୁବନେଶ୍ବର ଉନ୍ନୟନ କତ୍ତୃପକ୍ଷ ବିଭିନ୍ନ ମଲରେ ପାର୍କିଂ ସ୍ଥାନ ସରଂକ୍ଷିତ ରଖିବା ଏବଂ ବେଆଇନ ପାର୍କିଂ ଫି ଉପରେ ରୋକ ଲଗେଇବା ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। କିନ୍ତୁ ଏହାର କୌଣସି ପ୍ରଭାବ ପଡିନଥିଲା, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ ବେଧଡକ୍‌ ପାର୍କିଂ ଫି ଆଦାୟ କରାଯାଉଛି। ନିୟମକୁ ମଲ୍‌ ମାଲିକଙ୍କର ଅବମାନନା ବିଡିଏ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

bda
ବିଡିଏ ପକ୍ଷରୁ ୧୪ଟି ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ ଜାରି

ଭୁବନେଶ୍ବରରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ପାର୍କିଂ ସ୍ଥାନ ବିଡିଏ ପ୍ଲାନରେ ଥିବା ବେଳେ ସେହି ସ୍ଥାନର ଅପବ୍ୟବହାର କରି ବେଆଇନ ପାର୍କିଂ ଫି ଜନସାଧାରଣଙ୍କ ଠାରୁ ଆଦାୟ କରିବା ଏବଂ ବାରମ୍ବାର ତାଗିଦ ସତ୍ତ୍ବେ ବିଡିଏ ନିର୍ଦେଶନାମାକୁ ବେଖାତିର କରୁଥିଲେ । ଏହାପରେ ଆଜି(ସୋମବାର) ଭୁବନେଶ୍ବର ଉନ୍ନୟନ କତ୍ତୃପକ୍ଷ ରାଜଧାନୀରେ ଥିବା ୧୪ଟି ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ ଜାରି କରିଛି ।

ଯଦି ୭ ଦିନ ଭିତରେ ପ୍ରତ୍ୟେକ ମଲ ଏବଂ ହସ୍ପିଟାଲ ଗୁଡିକ ପାର୍କିଂ ସ୍ଥାନ ମହଜୁଦ ରଖିବା, ପାର୍କିଂ ଦେୟମୁକ୍ତ ନକରନ୍ତି ତେବେ ୧୯୮୨ ଓଡିଏ ଆକ୍ଟ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ବିଡିଏ ପକ୍ଷରୁ ନୋଟିସରେ ସ୍ପଷ୍ଟ କରାଯାଇଛି।

ଭୁବନେଶ୍ବରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବେଆଇନ ପାର୍କିଂଗ ଫି ଆଦାୟ ନେଇ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ କୁ ନୋଟିସ ଜାରି କଲେ ବିଡିଏ କତ୍ତୃପକ୍ଷ।

Body:ମାନୁ ନାହାନ୍ତି କଟକଣା,ସ୍ମାର୍ଟସିଟି ରେ ବିଭିନ୍ନ ମଲକୁ ନୋଟିସ।ସ୍ମାର୍ଟସିଟି ଭୁବନେଶ୍ୱର ଆଇନ କୁ ସମ୍ମାନ ଦେଇ ଓ ଜନମଙ୍ଗଳକୁ ଦୃଷ୍ଟିରେ ରଖି ବିଡିଏ ପକ୍ଷରୁ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନକୁ ନୋଟିସ ।ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ ବିଭିନ୍ନ ମଲ ରେ ପାର୍କିଂଗ ସ୍ଥାନ ସରଂକ୍ଷିତ ରଖିବା ଏବଂ ବେଆଇନ ପାର୍କିଂଗ ଫି ଉପରେ ରୋକ ଲଗେଇବା ନେଇ ନିର୍ଦେଶନାମା ଜାରି କରିଥିଲେ।କିନ୍ତୁ ଏହାର କୌଣସି ପ୍ରଭାବ ପଡିନଥିଲା ,ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ମାନଙ୍କରେ ବେଧଡକ ପାର୍କିଂଗ ଫି ଆଦାୟ କରାଯାଉଛି।ନିୟମକୁ ମଲ ମାଳିକଙ୍କର ଫୁ ଏବେ ବିଡିଏ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଭୁବନେଶ୍ୱର ରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ପାର୍କିଂଗ ସ୍ଥାନ ବିଡିଏ ପ୍ଲାନ ରେ ଥିବା ବେଳେ ସେହି ସ୍ଥାନର ଅପବ୍ୟବହାର କରି ବେଆଇନ ପାର୍କିଂଗ ଫି ଜନସାଧାରଣ ଙ୍କ ଠାରୁ ଆଦାୟ କରିବା ଏବଂ ବାରମ୍ବାର ତାଗିଦ ସତ୍ତ୍ୱେ ବିଡିଏ ନିର୍ଦେଶନାମା କୁ ବେଖାତିର କରିବା ପରେ ସୋମବାର ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ ଭୁବନେଶ୍ୱରରେ ଥିବା ୧୪ଟି ଅଗ୍ରଣୀ ବ୍ୟବସାୟୀକ ପ୍ରତିଷ୍ଠାନ ଏସ୍ସଲାନେଡ଼ ମଲ,ଖାରବେଳ ନଗର ସ୍ଥିତ ଫୋରମ ମାର୍ଟ, ରୁଦ୍ରପୁର ସିମ୍ଫୋନି ମଲ, ଦି ୱାର୍ଲଡ଼, ଆପଲୋ ହସ୍ପିଟାଲସ,କଳିଙ୍ଗ ହସ୍ପିଟାଲସ, ପାହାଳ ସ୍ଥିତ ପାଲ ମନ୍ତ୍ର, ପଟିଆ ସ୍ଥିତ ମରୁତି ଇଷ୍ଟେଟସ ପ୍ରଭୁତି ପ୍ରତିଷ୍ଠାନ ଗୁଡିକୁ ନୋଟିସ ଜାରି କରିଛନ୍ତି ।

ଯଦି ୭ ଦିନ ଭିତରେ ପ୍ରତ୍ୟେକ ମଲ ଏବଂ ହସ୍ପିଟାଲ ଗୁଡିକ ପାର୍କିଂଗ ସ୍ଥାନ ମହଜୁଦ ରଖିବା, ପାର୍କିଂଗ ଦେୟମୁକ୍ତ ନକରନ୍ତି ତେବେ ୧୯୮୨ ଓଡିଏ ଆକ୍ଟ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ବିଡିଏ ପକ୍ଷରୁ ନୋଟିସରେ ସ୍ପଷ୍ଟ କରାଯାଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.