ETV Bharat / state

ଉଚ୍ଛେଦ ନୁହେଁ ବସ୍ତିବାସିନ୍ଦାଙ୍କୁ ଦରକାର ସରକାର ଜମି ଅଧିକାର ଓ ଥଇଥାନ

ଉଚ୍ଛେଦ ନୁହେଁ ବର୍ତ୍ତମାନ ରହୁଥିବା ଜମି ଉପରେ ଅଧିକାର ଦାବିରେ ବସ୍ତି ସୁରକ୍ଷା ମଞ୍ଚ । ଅଧିକ ପଢନ୍ତୁ

ଉଚ୍ଛେଦ ନୁହେଁ ବସ୍ତିବାସିନ୍ଦାଙ୍କୁ ଦରକାର ସରକାର ଜମି ଅଧିକାର ଓ ଥଇଥାନ
ଉଚ୍ଛେଦ ନୁହେଁ ବସ୍ତିବାସିନ୍ଦାଙ୍କୁ ଦରକାର ସରକାର ଜମି ଅଧିକାର ଓ ଥଇଥାନ
author img

By

Published : Dec 8, 2022, 10:42 PM IST

ଭୁବନେଶ୍ବର: ଉଚ୍ଛେଦ ନୁହେଁ ବର୍ତ୍ତମାନ ରହୁଥିବା ଜମି ଉପରେ ଅଧିକାର ଦାବି କରିଛନ୍ତି ବସ୍ତି ସୁରକ୍ଷା ମଞ୍ଚ । ଏଭଳି ଦାବିକୁ ନେଇ ତୃତୀୟ ମହାସମ୍ମିଳନୀ ସମାବେଶ ଓ ସର୍ବଭାରତୀୟ କନଭେନ୍‌ସନ୍‌ ପାଇଁ ବସ୍ତି ସୁରକ୍ଷା ମଞ୍ଚ ପ୍ରସ୍ତୁତି କରୁଛି । ଏହାକୁ ନେଇ ଲୋହିଆ ଏକାଡେମୀ ପରିସରରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ବସ୍ତି ସୁରକ୍ଷା ମଞ୍ଚ ।

ଉଚ୍ଛେଦ ନୁହେଁ ବସ୍ତିବାସିନ୍ଦାଙ୍କୁ ଦରକାର ସରକାର ଜମି ଅଧିକାର ଓ ଥଇଥାନ

ବ୍ୟାପକ ବସ୍ତି ଥଇଥାନ ଓ ବାସଗୃହ ନୀତି ପ୍ରଣୟନ ନକରି ପ୍ରଶାସନ ବସ୍ତି ଭାଙ୍ଗିବାକୁ ବିରୋଧ କରିଛି ମଞ୍ଚ । ସହରାଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାମାନଙ୍କୁ ସରକାର ସେମାନଙ୍କ ମର୍ଯ୍ୟାଦାର ସହ ବଞ୍ଚିବାକୁ ଅଧିକାର ଦେବା ପାଇଁ ଦାବି କରିଛି ମଞ୍ଚ ।

ଅନ୍ୟପଟେ ତେବେ ପ୍ରଚାର ସର୍ବୋସ୍ୱ ସରକାର ବସ୍ତି ବିକାଶ ନାଁ ରେ ଖାଲି ମିଛ ପ୍ରଚାର କରୁଛନ୍ତି। ହେଲେ ବସ୍ତି ବାସିନ୍ଦାଙ୍କୁ ସେମାନଙ୍କ ଅଧିକାର ମିଳୁନାହିଁ । ତେଣୁ ବସ୍ତି ବାସିନ୍ଦାଙ୍କ ଅଧିକାର, ସୁରକ୍ଷା ସେମାନଙ୍କୁ ଦିଆଯାଉ ବୋଲି ମଞ୍ଚ ଦାବି କରିଛି । ଆଉ ଏହି ଅଧିକାର ଅଭିଯାନରେ ଜମି ଅଧିକାର ପାଇଁ ମଞ୍ଚ ପକ୍ଷରୁ ୩ ଦିନିଆ କାର୍ଯ୍ୟକ୍ରମ କରି ମୁଖ୍ୟମନ୍ତ୍ରୀ ବସ୍ତିବାସିନ୍ଦାଙ୍କର ଅଧିକାର ପାଇଁ ଏକ ଦାବି ପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି ବସ୍ତି ସୁରକ୍ଷା ମଞ୍ଚର ସାଧାରଣ ସମ୍ପାଦିକା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.