ETV Bharat / state

ପରିଶ୍ରମ-ନିଷ୍ଠା ବାସନ୍ତୀଙ୍କୁ ଦେଇଛି ନୂଆ ପରିଚୟ, ପାଲଟିଛନ୍ତି ୫୦ ପରିବାରର ଅନ୍ନଦାତା - handloom

କଥାରେ ଅଛି ପରିଶ୍ରମ ଓ ନିଷ୍ଠା ଯେଉଁଠି, ସଫଳତା ସେଇଠି । ଏକଦା ଘରର ଆର୍ଥିକ ଅନଟନରେ ବିବ୍ରତ ହୋଇପଡୁଥିବା ବାସନ୍ତୀ ଏବେ 50ଟି ପରିବାରର ପାଲଟିଛନ୍ତି ଅନ୍ନଦାତା । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କୋଦୁଅବେରେଣି ଗାଁର ବାସନ୍ତି ମୁଦୁଲିଙ୍କ କଥା । ଅଧିକ ପଢନ୍ତୁ...

ପରିଶ୍ରମ ଓ ନିଷ୍ଠା ବାସନ୍ତୀଙ୍କୁ ଦେଇଛି ନୂଆ ପରିଚୟ: ନିଜେ ସ୍ୱାବଲମ୍ବୀ ହେବା ସହ 50ଜଣଙ୍କୁ କରିଛନ୍ତି ଆତ୍ମନିର୍ଭରଶୀଳ

author img

By

Published : Aug 18, 2021, 5:38 PM IST

ଖୋର୍ଦ୍ଧା: କଥାରେ ଅଛି ପରିଶ୍ରମ ଓ ନିଷ୍ଠା ଯେଉଁଠି, ସଫଳତା ସେଇଠି । ଏକଦା ଘରର ଆର୍ଥିକ ଅନଟନରେ ବିବ୍ରତ ହୋଇପଡୁଥିବା ବାସନ୍ତୀ ଏବେ 50ଟି ପରିବାରର ପାଲଟିଛନ୍ତି ଅନ୍ନଦାତା । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କୋଦୁଅବେରେଣି ଗାଁର ବାସନ୍ତୀ ମୁଦୁଲି । ପିଲାଦିନେ ଶିଖିଥିବା ସିଲେଇ କାମ, ଆଜି ତାଙ୍କ ପାଇଁ ଆଣି ଦେଇଛି ରୋଜଗାର ଆଉ ସମ୍ମାନ । ଭଳିକି ଭଳି ଚାନ୍ଦୁଆ, ମନିପର୍ସ, ବ୍ୟାଗ, ଦୋଳ ମଣ୍ଡଣି, ଛତି, ତ୍ର।ସ, ଝାଲର, ବାହାଘର ଗେଟ, କୁସନ ଭଳି 25 ରୁ 30 ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି ବାସନ୍ତୀ । ତାଙ୍କ ହାତ ତିଆରି ସାମଗ୍ରୀ ନେବାକୁ ବି ଗ୍ରାହକଙ୍କ ମଧ୍ୟରେ ବେଶ ଡିମାଣ୍ଡ ରହିଛି ।

ପରିଶ୍ରମ ଓ ନିଷ୍ଠା ବାସନ୍ତୀଙ୍କୁ ଦେଇଛି ନୂଆ ପରିଚୟ: ନିଜେ ସ୍ୱାବଲମ୍ବୀ ହେବା ସହ 50ଜଣଙ୍କୁ କରିଛନ୍ତି ଆତ୍ମନିର୍ଭରଶୀଳ
କଥାରେ ଅଛି ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ । ଚାନ୍ଦୁଆ ପାଇଁ ବିଶ୍ବ ବିଖ୍ୟାତ ପିପିଲିର ଝିଅ ବାସନ୍ତୀ 27 ବର୍ଷ ତଳେ କୋଦୁଅବେରେଣିର ବୋହୂ ସାଜିଲେ । କିନ୍ତୁ ବିବାହର କିଛିଦିନ ପରେ ଘରର ଆର୍ଥିକ ଅନଟନ ତାଙ୍କୁ ବ୍ୟସ୍ତ ବିବ୍ରତ କରିଦେଲା । ହେଲେ ସେଥିରେ ସେ ହାର ମାନି ନଥିଲେ । ନିଜ ପରିବାର ପାଇଁ କାନ୍ଥ ଭଳି ଛିଡାହେଲେ । ଆଉ ନିଜ ଘରେ ଆରମ୍ଭ କଲେ ଚାନ୍ଦୁଆ ସହ ହସ୍ତତନ୍ତ କାମ । ଭଳିକି ଭଳି ଚାନ୍ଦୁଆ, ମନୀପର୍ସ, ବ୍ୟାଗ, ଦୋଳ ମଣ୍ଡଣି, ତ୍ର।ସ, ଝାଲର, ବାହାଘର ଗେଟ ଭଳି 25 ରୁ 30 ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କଲେ । ତାଙ୍କ ହାତ ତିଆରି ସାମଗ୍ରୀ ଗ୍ରାହକଙ୍କୁ ବେଶ ପସନ୍ଦ ମଧ୍ୟ ଆସିଲା । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଏବେ ମାସକୁ ବାରରୁ ପନ୍ଦର ହଜାର ଟଙ୍କା ରୋଜଗାର କରି ହୋଇପାରିଛନ୍ତି ସେ ଜଣେ ସଫଳ ମହିଳା।

ବାସନ୍ତୀ ନିଜେ ତ ସଫଳ ହେଲେ, ଏହାପରେ ସେ ଅନ୍ୟ ପରିବାର ମୁଁହରେ ହସ ଫୁଟାଇବାକୁ ମଧ୍ୟ ଶପଥ ନେଲେ । ଗାଁର ଝିଅ ଓ ବୋହୂମାନଙ୍କୁ ଏହି କାମରେ ବିନା ମୂଲ୍ୟରେ ତାଲିମ ଦେଇ ଆତ୍ମନିର୍ଭରଶୀଳ କରାଇଲେ ଓ ରୋଜଗାରର ନୂଆ ବାଟ ଦେଖାଇଲେ । ଗାଁର ମହିଳା ଓ ଝିଅମାନେ ସେମାନଙ୍କ ଅବସର ସମୟରେ ବାସନ୍ତୀଙ୍କ ପାଖକୁ ଆସି ଏହି କାମ ଶିଖିଥାନ୍ତି । ଜଣେ କି ଦୁଇଜଣ ନୁହେଁ, 40 ରୁ 50 ଜଣ ମହିଳା ଓ ଯୁବତୀ ତାଙ୍କ ଠାରୁ ତାଲିମ ପାଇ ଏବେ ନିଜ ଗୋଡ଼ରେ ଠିଆ ହୋଇଛନ୍ତି ଏବଂ ସୁନ୍ଦର ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରି ଆର୍ଥିକ ସ୍ୱଚ୍ଛଳ ହୋଇପାରିଛନ୍ତି । ତେବେ ଗାଁର ଝିଅ ଓ ବୋହୂମାନଙ୍କୁ ବିନା ମୂଲ୍ୟରେ ତାଲିମ ଦେଇ ଆତ୍ମନିର୍ଭରଶୀଳ କରାଇ ରୋଜଗାରର ନୂଆ ବାଟ ଦେଖାଇଛନ୍ତି ବାସନ୍ତୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.