ETV Bharat / state

ମା’ ବରୁଣେଇଙ୍କ ପୀଠରେ ଉଦଯାପିତ ରଜ ମହୋତ୍ସବ - ଖୋର୍ଦ୍ଧା

ଓଡ଼ିଆ ପରମ୍ପରାର ଏକ ପ୍ରମୁଖ ଉତ୍ସବ ରଜ ମହୋତ୍ସବରେ ମସଗୁଲ ସାରା ରାଜ୍ୟ । ଏହି କ୍ରମରେ ଜୁନ ୧5 ତାରିଖ(ସଂକ୍ରାନ୍ତି)ରୁ ବରୁଣେଇଠାରେ ରଜ ମହୋତ୍ସବ ଧୁମଧାମରେ ଆରମ୍ଭ ହୋଇ ଆଜି ଶେଷ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 17, 2019, 11:39 PM IST

ଖୋର୍ଦ୍ଧା: 12 ମାସରେ 13 ପରବ ପାଳିଥାନ୍ତି ଓଡିଆ । ଯେତେ ଆଧୁନିକତା ସ୍ପର୍ଶ କଲେ ମଧ୍ୟ ନିଜ ସଂସ୍କୃତି ଓ ପରମ୍ପରାକୁ ନେଇ ସାରାବିଶ୍ବରେ ପରିଚିତ ଜଗନ୍ନାଥଙ୍କ ପ୍ରିୟ ଓଡିଆ । ତେବେ ପର୍ବମାନଙ୍କ ମଧ୍ୟରେ ରଜ ହେଉଛି ଓଡିଆଙ୍କ ଗଣପର୍ବ । ତେବେ ରଜ ଅବସରରେ ସଂକ୍ରାନ୍ତି ଠାରୁ ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ଅନୁଷ୍ଠିତ ହେଉଥିବା ରଜ ମହୋତ୍ସବ ଆଜି ଉଦଯାପିତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ମହୋତ୍ସବର ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ଓଡିଶାର ଐତିହ୍ୟ , ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ଯୁବପିଢ଼ି ଆଗେଇ ଆସି ଏହିଭଳି କାର୍ଯ୍ୟକ୍ରମ କରିବା ଆବଶ୍ୟକ ବୋଲି ଉଦବୋଧନ ଦେଇଥିଲେ । ଆଜି ମହୋତ୍ସବର ଅନ୍ତିମ ଦିବସରେ ଗୋଟିପୁଅ , ପାଇକ ଆଖଡା , ମ୍ୟାଜିକ ସୋ ଆଦି ଚିତାକର୍ଷକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନ ମୋହିବାରେ ସହାୟକ ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

Intro:ଉଦଯାପିତ ହେଲା ମା ବାରୁଣେଇଙ୍କ ପୀଠରେ ରଜ ମହୋତ୍ସବ

ଆମେ ଯେତେ ଆଧୁନିକତାକୁ ସ୍ପର୍ଶ କଲେ ମଧ୍ୟ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଭୁଲି ନଥାଉ । ଏବଂ ଆମେ ଆମର ଏହି ସଂସ୍କୃତି ଓ ପରମ୍ପରାକୁ ନେଇ ସାରା ବିଶ୍ୱରେ ପରିଚିତ ହୋଇଥାଉ । ଓଡ଼ିଆଙ୍କ ବଡ଼ ପର୍ବ ରଜକୁ ମଧ୍ୟ ଆମ ଦେଶ ଓ ଦେଶ ବାହାରେ ବେଶ ଧୁମ ଧାମରେ ପାଳନ କରାଯାଉଥିବା ବେଳେ ଦୀର୍ଘ ଦୁଇ ଦିନ ଧରି ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ଅନୁଷ୍ଠିତ ହେଉଥିବା ଏହି ରଜ ମହୋତ୍ସବ ଆଜି ଶେଷ ହୋଇଛି । Body:ମହୋତ୍ସବର ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ବିଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଓଡିଶା ସରକାରଙ୍କ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ଆମ ଐତିହ , ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ଯୁବପିଢ଼ି ଆଗେଇ ଆସି ଏହିଭଳି କାର୍ଯ୍ୟକ୍ରମ କରିବା ଆବଶ୍ୟକ ବୋଲି କହିଥିଲେ । Conclusion:ସେହିପରି ଆଜିର ଅନ୍ତିମ ଦିବସରେ ଗୋଟିପୁଅ , ପାଇକ ଆଖଡା , ମ୍ୟାଜିକ ସୋ ଆଦି ଆଦି ଚିତାକର୍ଷକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନମୋହିଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ନ୍ୟୁଜ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.