ETV Bharat / state

କୋଭିଡ ନିୟମ ଭାଙ୍ଗି ତଣ୍ଡ ଗଣିଲା ବ୍ୟାଙ୍କ

author img

By

Published : May 10, 2021, 2:26 PM IST

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅଞ୍ଚଳରେ ଥିବ ୟୁକୋ ବ୍ୟାଙ୍କ କୋଭିଡ ଭଙ୍ଗ କରିବା ନେଇ 2 ହଜାର ଟଙ୍କା ତଣ୍ତ ଗଣିଛି । ଅଧିକ ପଢନ୍ତୁ..

ତଣ୍ଡ ଗଣିଲା ବ୍ୟାଙ୍କ
ତଣ୍ଡ ଗଣିଲା ବ୍ୟାଙ୍କ

ଖୋର୍ଦ୍ଧା: କୋଭିଡ ନିୟମ ନ ମାନି ତଣ୍ଡ ଗଣିଲା ବ୍ୟାଙ୍କ । କୋରୋନା ଆକ୍ରାନ୍ତଙ୍କ ସର୍ବାଧିକ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି । ଜିଲ୍ଲାର ବେଗୁନିଆ ଅଞ୍ଚଳରେ ସଂକ୍ରମଣଙ୍କ ସଂଖ୍ୟା ଅଧିକ ରହିଛି । ତେଣି କୋରୋନା ନିୟମକୁ ମାନିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ମାତ୍ର ନିୟମ ଉଲ୍ଲଂଘନ କରି ବେଗୁନିଆ ବଜାରରେ ଥିବା ୟୁକୋ ବ୍ୟାଙ୍କ ତଣ୍ଡ ଗଣିଛି ।

କୋଭିଡ ନିୟମ ଭାଙ୍ଗି ତଣ୍ଡ ଗଣିଲା ବ୍ୟାଙ୍କ

ଜିଲ୍ଲାରେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ହଜାର ପାର କରୁଛି । ଏହା ପରେ ବି ସଚେତନ ହେଉନାହାନ୍ତି ଲୋକ । ବେଗୁନିଆ ବଜାରରେ ଥିବା ୟୁକୋ ବ୍ୟାଙ୍କରେ ଲୋକଙ୍କ ନାହିଁ ନଥିବା ଗହଳି ହୋଇଥିଲା । ଯାହା ତହସିଲଦାରଙ୍କ ନଜରକୁ ଆସିବା ପରେ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବ୍ୟାଙ୍କ ମ୍ୟାନେଜରଙ୍କୁ ତାଗିଦ କରିଥିଲେ ।

ଏହା ସହିତ କୋଭିଡ ଗାଇଡଲାଇନ ଭାଙ୍ଗି ଥିବାରୁ ବ୍ୟାଙ୍କଠାରୁ ୨ହଜାର ଟଙ୍କାର ଫାଇନ କାଟିବା ସହିତ ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ଆଗକୁ ଯେମିତି କୋଭିଡ କଟକଣାକୁ କଡାକଡି ପାଳନ କରିବେ ସେନେଇ ଏକ ଲିଖିତ ଚୁକ୍ତିନାମା କରିଥିବା ଜଣାପଡିଛି । ଯଦି ଆଗକୁ ଏଭଳି ପରିସ୍ଥିତି ଦେଖାଯାଏ ତେବେ ବ୍ୟାଙ୍କକୁ ସିଲ କରାଯିବ ବୋଲି କହିଛନ୍ତି ବେଗୁନିଆ ତହସିଲଦାର ପୃଥୀରାଜ ମଣ୍ଡଳ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.