ଖୋର୍ଦ୍ଧା: କୋରୋନା ମହାମାରୀ ବାଣପୁର ବ୍ଲକ ଓ ଏନଏସି ଅଞ୍ଚଳରେ କାୟା ବିସ୍ତାର କରୁଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ପାଖାପାଖି ୧୨ରୁ ଅଧିକ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଫଳରେ ପ୍ରଶାସନ ତରଫରୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୭ ଦିନ ପାଇଁ ସଟଡ଼ାଉନ ଘୋଷଣା କରାଯାଇଛି । ସ୍ବାସ୍ଥ୍ୟ କେନ୍ଦ୍ରର ଓପିଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି । କେବଳ ଜରୁରୀ କାଳୀନ ସେବା ଚାଲୁ ରହିବ ବୋଲି ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ