ETV Bharat / state

ଜରିପାଲ ତଳେ କଟୁଛି ଜୀବନ, ସରକାରୀ ସହାୟତାକୁ ଅପେକ୍ଷା - ସରକାରୀ ସହାୟତାକୁ ଅପେକ୍ଷା

ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ବେଗୁନିଆ ବ୍ଲକ ପୋଡାଡିହ ଗାଁର ବନମାଳୀ କାପ । ଅଧିକ ପଢନ୍ତୁ...

banamali
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Dec 5, 2019, 8:43 PM IST

ଖୋର୍ଦ୍ଧା: ଗରିବ ଲୋକଙ୍କ ମୁଣ୍ଡ ଉପରେ ଛାତଟିଏ ଯୋଗାଇଦେବାକୁ ସରକାର କରିଛନ୍ତି ଅନେକ ବ୍ୟବସ୍ଥା । କିନ୍ତୁ ଏହା ଯୋଗ୍ୟ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ବେଗୁନିଆ ବ୍ଲକ ପୋଡାଡିହ ଗାଁର ବନମାଳୀ କାପଙ୍କୁ ଦେଖିଲେ ମନେ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ବନମାଳୀଙ୍କ ବୟସ 80 ଉପରେ । ନିଜସ୍ବ ଘର କହିଲେ ଜରିପାଲ ଘୋଡା ଗୋଟିଏ ବଖରା । ପରିଣତ ବୟସରେ ଆହା ପଦେ କହିବାକୁ ପାଖରେ କେହି ନାହାଁନ୍ତି । ପର ଘରେ କାମ କରି ଯାହା ପାଆନ୍ତି ସେଥିରେ ଚଳିଯାଆନ୍ତି । ଗଲା ଫୋନି ବାତ୍ୟାରେ ତାଙ୍କ ଘରର ଛପର ଉଡି ଯାଇଥିବା ବେଳେ ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଗୁହାରି କରି ନିରାଶ ହୋଇଥିବା କହିଛନ୍ତି ।

ସେପଟେ ବେଗୁନିଆ ବିଡ଼ିଓ କ୍ୟାମେରା ସାମ୍ନାରେ କିଛି କହିବାକୁ ମନାକରିଥିଲେ ମଧ୍ୟ ଘଟଣାର ତଦନ୍ତ କରାଯାଇ ପକ୍କା ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବନମାଳିଙ୍କୁ କେବେ ମିଳିବ ଆବାସ ଯୋଜନାରେ ପକ୍କା ଘର

Body:ଖୋର୍ଦ୍ଧା : ଗରିବ ଲୋକଙ୍କୁ ମୁଣ୍ଡ ଉପରେ ଛାତଟିଏ ଯୋଗାଇଦେବାକୁ ଅନେକ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହା ଯୋଗ୍ୟ ଲୋକଙ୍କ ପାଖରେ ପହଂଚି ପାରୁନଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପୋଡାଡିହ ଗ୍ରାମର ବନମାଳୀ କାପଙ୍କୁ ଦେଖିଲେ ମନେ ହେଉଛି । ବନମାଳୀଙ୍କ ବୟସ 80 ଉପରେ ନିଜସ୍ୱ ଘର କହିଲେ ଜରିପାଲ ଘୋଡା ଗୋଟିଏ ବଖରା । ଏ ବୟସରେ ଆହା ପଦେ କହିବାକୁ ପାଖରେ କେହି ନାହାନ୍ତି । ପରଘରେ କାମ କରି ଯାହା ପାଆନ୍ତି ସେଥିରେ ଚଳିଯାଆନ୍ତି । ଗଲା ଫୋନି ବାତ୍ୟାରେ ତାଙ୍କ ଘରର ଛପର ଉଡି ଯାଇଥିବା ବେଳେ ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଗୁହାରି କରି ନିରାଶ ହୋଇଥିବା କହିଛନ୍ତି । ସେପଟେ ବେଗୁନିଆ ବିଡ଼ିଓ କ୍ୟାମେରା ସମ୍ନାରେ କିଛି କହିନଥିଲେ ମଧ୍ୟ ତଦନ୍ତ କରାଯାଇ ପକ୍କା ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

Conclusion:ବାଇଟ1- ବନମାଳୀ କାପ,ଯୋଗ୍ୟ ହିତାଧିକାରୀ
2-ବିଭୁତି ଭୂଷଣ ଦାଶ, ପଡୋଶୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.