ETV Bharat / state

ପ୍ଲାଷ୍ଟିକ ଜିନିଷ ପ୍ରେମରେ ଲୋକେ, ବୁଡିବାକୁ ବସିଲାଣି ବାଉଁଶ ବେପାର

ବାଉଁଶରୁ ତିଆରି ବିଞ୍ଚଣା, ଝୁଡ଼ି, ଡାଲା, ଗାଣ୍ଡୁଆ, ଟୋକେଇ, କୁଲା ଆଦି ଅନେକ ଘର କରଣା ସାମଗ୍ରୀ ଆମ ନିତିଦିନିଆ ଜୀବନରେ ବ୍ୟବହାର ହେଉଥିଲା । ହେଲେ ଆଜିକାଲି ପ୍ଲାଷ୍ଟିକ ଜିନିଷର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ବାଉଁଶ ତିଆରି ସାମଗ୍ରୀର ଆଦର କମିବାରେ ଲାଗିଛି ଯାହାକୁ ନେଇ ପେଟପାଟଣା ଚିନ୍ତାରେ ଉଭୟ ବ୍ୟବସାୟୀ ଓ କାରିଗର । ଅଧିକ ପଢନ୍ତୁ

author img

By

Published : Feb 2, 2022, 3:04 PM IST

ପ୍ଲାଷ୍ଟିକ ମୁହାଁ ହେଉଛନ୍ତି ଲୋକେ
ପ୍ଲାଷ୍ଟିକ ମୁହାଁ ହେଉଛନ୍ତି ଲୋକେ

ଖୋର୍ଦ୍ଧା: ଆଧୁନିକ ଯୁଗରେ ସବୁ କିଛି ପରିବର୍ତ୍ତନ ହେଉଛି । ସବୁଥିରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଲୋକଙ୍କ ଚଳଣି ମଧ୍ୟ ବଦଳୁଛି । ଯୁଗ ଯୁଗରୁ ବ୍ୟବହାର କରି ଆସୁଥିବା ଜିନିଷ ସେମାନଙ୍କ ପାଇଁ ଆଜି ଅଲୋଡା ହେବାକୁ ବସିଛି । ବାଉଁଶରୁ ତିଆରି ବିଞ୍ଚଣା, ଝୁଡ଼ି, ଡାଲା, ଗାଣ୍ଡୁଆ, ଟୋକେଇ, କୁଲା ଆଦି ଅନେକ ଘର କରଣା ସାମଗ୍ରୀ ଆମ ନିତିଦିନିଆ ଜୀବନରେ ବ୍ୟବହାର ହେଉଥିଲା । ବାହାଘର ହେଉ କି ପୂଜାପର୍ବାଣୀ ସବୁଠି ଖୋଜା ପଡିଥାଏ ବାଉଁଶ ତିଆରି କୁଲା ବାଉଁସିଆ ଚାଙ୍ଗୁଡ଼ି ଇତ୍ୟାଦି ।

ପ୍ଲାଷ୍ଟିକ ଜିନିଷ ପ୍ରେମରେ ଲୋକେ

ହେଲେ ଆଜିକାଲି ପ୍ଲାଷ୍ଟିକ ଜିନିଷର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ବାଉଁଶ ତିଆରି ସାମଗ୍ରୀର ଆଦର କମିବାରେ ଲାଗିଛି ଯାହାକୁ ନେଇ ପେଟପାଟଣା ଚିନ୍ତାରେ ଉଭୟ ବ୍ୟବସାୟୀ ଓ କାରିଗର । ପୂର୍ବରୁ ବାଉଁଶରୁ ତିଆରି କୁଲା, ଟୋକେଇ, ଡାଲା ଆଦି ଜିନିଷର ବହୁଳ ମାତ୍ରାରେ ବ୍ୟବହାର ହେଉଥିଲା । ହେଲେ ସମୟ ଧାରରେ କ୍ରମଶଃ ଏହାର ବ୍ୟବହାର କମିବାକୁ ଲାଗିଲା । ବର୍ତ୍ତମାନ ବାଉଁଶ ତିଆରି ଜିନିଷର ଜାଗା ନେଇଛି ପ୍ଲାଷ୍ଟିକ ଜିନିଷ । ବାଉଁଶ କୁଲା ଜାଗାରେ ପ୍ଲାଷ୍ଟିକ କୁଲା, ଡାଲା ଆଦି ବଜାରରେ ବିକ୍ରି ହେଉଛି ବାଉଁଶ ଜିନିଷ ଦାମ ଏଗୁଡିକର ଦାମ ମଧ୍ୟ କମ ରହୁଛି ।

ଫଳରେ ପ୍ଲାଷ୍ଟିକ ଜିନିଷ ଆଡକୁ ମୁହାଁଉଛନ୍ତି ଲୋକେ । ଯାହାର ସିଧାସଳଖ ପ୍ରଭାବ ପଡିଛି ବାଉଁଶ କାରିଗର ଓ ବେପାରୀଙ୍କ ଉପରେ । କଞ୍ଚାମାଲର ଅଭାବ ଓ ବେପାର ସମସ୍ୟା ନେଇ ବର୍ତ୍ତମାନ ଅନେକ ନିଜର କୌଳିକ ବୃଦ୍ଧି ଛାଡିବାକୁ ବସିଲେଣି ବାଉଁଶ କାରିଗର । ବାଉଁଶ ଓ ପ୍ଲାଷ୍ଟିକ ଜିନିଷର ଏ ଟକରରେ ଛନ୍ଦି ହୋଇଛନ୍ତି ବେପାରୀ ଓ କାରିଗର । ଯେଉଁଠି ଶହ ଶହ ବାଉଁଶ ସାମଗ୍ରୀ ବିକ୍ରି ହୋଉଥିଲା ବର୍ତ୍ତମାନ ଗୋଟିଏରୁ ଦୁଇଟି ବିକ୍ରି ହେବା କଷ୍ଟକର ହୋଇଛି । ଫଳରେ ଘର ପଡି ରହିଛି ଗଦା ଗଦା ଜିନିଷ । କେମିତି ଜିନିଷ ବିକ୍ରି ହେବ ଆଉ ଦୁଇ ପଇସା ରୋଜଗାର ହେବ ସେ ଚିନ୍ତାରେ ଉଭୟ କାରିଗର ଓ ବ୍ୟବସାୟୀ ।

ଆମ ସଂସ୍କୃତି ଓ ପରମ୍ପରା ସହ ଜଡିତ ଏହି ସାମଗ୍ରୀ ଗୁଡିକର ସ୍ଥିତି ଆଖି ଆଗରୁ ପ୍ରାୟ ଦୂରେଇବାକୁ ବସିଲାଣି । ଆଗକୁ ଯେମିତି ଏହି ବେଉସା ହଜି ନ ଯିବ ସେ ଉପରେ ଦୃଷ୍ଟି ଦେବାର ସମୟ ଆସିଛି । ସରକାର ଏହି ବାଉଁଶ କାରୀଗରଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଲେ ଏହି ବାଉଁଶ ସାମଗ୍ରୀ ପ୍ରସ୍ତୁତ କରି ଜୀବନ ଜୀଉଁଥିବା ଲୋକମାନେ ଉପକୃତ ହୋଇପାରନ୍ତେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.