ETV Bharat / state

ବଢିଲାଣି ବନ୍ୟା ଭୟ: ବୈତରଣୀ ବେସିନରେ ମାଡି ଆସୁଛି ବଡ ବନ୍ୟା ! ହାଇ ଆଲର୍ଟରେ ଭଦ୍ରକ ଓ ଯାଜପୁର

author img

By

Published : Aug 2, 2023, 11:02 PM IST

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି ଯେ, ବୈତରଣୀ ନଦୀରେ ବନ୍ୟା ଆସିଲେ, ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଓ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବ । ସେହିପରି ଭଦ୍ରକର ଭଣ୍ଡାରିପୋଖରୀ, ତିହିଡି, ଚାନ୍ଦବାଲି ଏବଂ ଯାଜପୁର, କୋରେଇ ଓ ବିଂଝାରପୁର ବ୍ଲକ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଜଳସମ୍ପଦ ବିଭାଗର ଅତିରିକ୍ତ ଚିଫ ଇଞ୍ଜିନିୟରଙ୍କୁ ଯାଜପୁରରେ କ୍ୟାମ୍ପ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

ବୈତରଣୀ ବେସିନରେ ବନ୍ୟା ଆଶଙ୍କା, ପ୍ରଭାବିତ ହେବ ଯାଜପୁର ଓ ଭଦ୍ରକ

ଭୁବନେଶ୍ବର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲିବାରେ ଲାଗିଛି ବୈତରଣୀ ନଦୀ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଦେଇ ବହିଯାଇଥିବା ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଆନନ୍ଦପୁରରେ ବିପଦ ସଙ୍କେତ 38.36 ମିଟର ରହିଥିବାବେଳେ ବର୍ତ୍ତମାନ ନଦୀର ଜଳସ୍ତର 40 ମିଟର ଉପରେ ପ୍ରବାହିତ ହେଉଛି । ସେହିଭଳି ଆଖୁଆପଦାରେ ବୈତରଣୀ ନଦୀର ବିପଦ ସଙ୍କେତ 17.83 ମିଟର ରହିଥିବାବେଳେ ଏବେ ଜଳସ୍ତର 19.10 ମିଟର ରହିଛି । ଏଠି ବି ବିପଦ ସଙ୍କେତ ଉପରେ ବୋହୁଛି ନଦୀ । କିନ୍ତୁ ଗତ କିଛି ଘଣ୍ଟା ହେଲା ବୈତରଣୀ ନଦୀର ଜଳସ୍ତର ସ୍ଥିର ରହିଛି ।

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି ଯେ, ବୈତରଣୀ ନଦୀରେ ବନ୍ୟା ଆସିଲେ, ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଓ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବ । ସେହିପରି ଭଦ୍ରକର ଭଣ୍ଡାରିପୋଖରୀ, ତିହିଡି, ଚାନ୍ଦବାଲି ଏବଂ ଯାଜପୁର, କୋରେଇ ଓ ବିଂଝାରପୁର ବ୍ଲକ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଜଳସମ୍ପଦ ବିଭାଗର ଅତିରିକ୍ତ ଚିଫ ଇଞ୍ଜିନିୟରଙ୍କୁ ଯାଜପୁରରେ କ୍ୟାମ୍ପ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାତିତମାମ ନଜର ରଖିବାକୁ କୁହାଯାଇଛି । ବୁଢ଼ାବଳଙ୍ଗ ନଦୀ ବେସିନରେ ଅଧିକ ବର୍ଷା ହୋଇଛି । କିନ୍ତୁ ପୂର୍ବାହ୍ନ 11 ଟା ସୁଦ୍ଧା ବୁଢ଼ାବଳଙ୍ଗ କୌଣସିଠାରେ ବିପଦ ସଂକେତ ଟପି ନାହିଁ । କାଳସୁନେଇ ଡ୍ୟାମ ଗେଟ ଖୋଲା ଯାଇଛି । ବିଭାଗ ଏହା ଉପରେ ନଜର ରଖିଛି । ସୁବର୍ଣ୍ଣରେଖା ବେସିନରେ ଅଳ୍ପ ବର୍ଷା ହୋଇଛି ।

ଏହାବି ପଢନ୍ତୁ- Heavy Rainfall in Odisha: ପ୍ରବଳ ବର୍ଷାରେ ବେହାଲ ସାରା ରାଜ୍ୟ, ବିପଦ ସଙ୍କେତ ଉପରେ ଅଧିକାଂଶ ନଦୀ

ମହାନଦୀ ବେସିନରେ ଏପର୍ଯ୍ୟନ୍ତ ବନ୍ୟା ହେଲା ଭଳିଆ ସ୍ଥିତି ଆସିନାହିଁ । ଆସନ୍ତାକାଲି ମୁଣ୍ଡୁଳିରେ 6 ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ । ହୀରାକୁଦକୁ ନେଇ ଚିନ୍ତା କରିବାର କିଛି ନାହିଁ । ହୀରାକୁଦ ଉପର ମୁଣ୍ଡରେ ବର୍ଷା ହୋଇଛି । କିନ୍ତୁ 40ରୁ 50 ମିଲିମିଟର ବର୍ଷା ହୋଇଛି । ହୀରାକୁଦକୁ 90 ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 64 ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି । 2 ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ହୀରାକୁଦ ଜଳସ୍ତର ରହିଛି । ତେଲ ନଦୀର ଅବବାହିକାରେ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଜଳ ଆସିବ ।

ରାଜ୍ୟର 47 ମଧ୍ୟମ ଜଳଭଣ୍ଡାର ମଧ୍ୟରୁ 16ଟି ଜଳସ୍ତର 50 ପ୍ରତିଶତରୁ ତଳେ ରହିଛି । ସେହିପରି 50ରୁ 75 ପ୍ରତିଶତ ଜଳସ୍ତର 15 ଜଳଭଣ୍ଡାରରେ ରହିଛି । 75ରୁ 90 ପ୍ରତିଶତ ଜଳସ୍ତର 12ଟି ଜଳଭଣ୍ଡାର ରହିଛି । 90 ପ୍ରତିଶତ ଉପରକୁ ଜଳସ୍ତର 4ଟି ଜଳଭଣ୍ଡାର ରହିଛି । ସେମିତି ମେଜର ଜଳଭଣ୍ଡାର ମଧ୍ୟରେ 50 ପ୍ରତିଶତ ତଳକୁ 6 ଟି, 50ରୁ 75 ପ୍ରତିଶତ ଗୋଟେ ଓ 50ରୁ 90 ପ୍ରତିଶତ ଗୋଟେ ଜଳଭଣ୍ଡାରର ଜଳସ୍ତର ରହିଛି । ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ନୂଆପଡାରେ ବର୍ଷା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.