ETV Bharat / state

Bahanaga Train Accident: ଏବେ ବି ସମ୍ପର୍କୀୟଙ୍କ ଅପେକ୍ଷାରେ ୪୧ ମୃତଦେହ - ବାହାନଗା ଟ୍ରେନ ଦୁର୍ଘଟଣା

ବାହାନଗା ଟ୍ରେନ ଦୁର୍ଘଟଣାକୁ ପୁରିବାକୁ ବସିଲାଣି ୨ ମାସ । ଏବେ ବି ସମ୍ପର୍କୀୟଙ୍କ ଅପେକ୍ଷାରେ ୪୧ ମୃତଦେହ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 22, 2023, 10:35 PM IST

ଏବେ ବି ସମ୍ପର୍କୀୟଙ୍କ ଅପେକ୍ଷାରେ ୪୧ ମୃତଦେହ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ମର ଶରୀର ହସ୍ତାନ୍ତର କରାଯିବା ପ୍ରସଙ୍ଗ । ଏବେ ବି ମୃତକଙ୍କ ଚିହ୍ନଟ ପାଇଁ ଆସୁଛନ୍ତି ଅନେକ ଲୋକ । ହେଲେ ଆଉ ଆଗ ଭଳି ସମ୍ପର୍କୀୟ ଆସୁନାହାନ୍ତି । ଧୀରେ ଧୀରେ କମିଗଲାଣି । କିନ୍ତୁ ଏବେବି ସମ୍ପର୍କୀୟଙ୍କ ଅପେକ୍ଷାରେ ରାଜଧାନୀ ସ୍ଥିତ ଏମ୍ସରେ ୪୧ଟି ମୃତଦେହ ପଡ଼ିରହିଛି । ଏନେଇ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ଵର ଏମ୍ସରେ ଆହୁରି 41ଟି ମୃତଦେହ ସଂରକ୍ଷିତ ଅବସ୍ଥାରେ ରହିଛି । ଲୋକ ନିଜ ସମ୍ପର୍କୀୟଙ୍କ ମୃତଦେହ ନେବା ପାଇଁ ଆସିଲେ ମଧ୍ୟ ଡିଏନଏ ସାମ୍ପଲ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଉଛି । ଯଦି ସେମାନଙ୍କର ଡିଏନଏ ମ୍ୟାଚ କରେ ତେବେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଉଛି । ଏହା ଏକ ନିରନ୍ତର ପ୍ରକ୍ରିୟା । ଯାହା ଦୀର୍ଘ ଦିନ ଧରି ଚାଲୁଛି । କିନ୍ତୁ ଏବେ କମ ଲୋକ ଆସୁଛନ୍ତି । ଦିନେ ଦୁଇ ଦିନରେ ଜଣେ ଦୁଇ ଜଣ ଆସୁଛନ୍ତି । ମୃତଦେହ ଚିହ୍ନଟ ହୋଇପାରୁଛି । କିନ୍ତୁ ମୃତଦେହକୁ ଲୋକ ନେବା ପାଇଁ ଆସୁନାହାନ୍ତି । ମୃତଦେହ ହସ୍ତାନ୍ତର ସମ୍ପର୍କରେ ସମସ୍ତଙ୍କୁ ବିଭିନ୍ନ ମାଧ୍ୟମରେ ସୂଚନା ଦିଆଯାଉଛି।

ଏହା ବି ପଢନ୍ତୁ- Bahanaga Train Tragedy: ଅଡୁଆରେ CBI, ପାଉନି ଷଡ଼ଯନ୍ତ୍ରର ଖିଅ

ମୃତେଦହଗୁଡ଼ିକୁ ସୁରକ୍ଷିତ ଭାବେ ସଂରକ୍ଷିତ କରି ରଖାଯାଇଛି । ଆହୁରି ଅନେକ ଦିନ ମୃତଦେହ ସଂରକ୍ଷିତ କରି ରଖାଯାଇପାରିବ । ବର୍ତ୍ତମାନ ସୁଦ୍ଧା ସମୂହ ମୃତଦେହ ଅନ୍ତିମ ସଂସ୍କାର ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି ଡକ୍ଟର ବିଶ୍ବାସ । ଏବେ ବି ହସ୍ପିଟାଲର ଚାରି କାନ୍ଥ ମଧ୍ୟରେ ମର ଶରୀର ଖୋଜୁଛି ପରିଚୟ । ତେବେ ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଡିଏନଏ ସାମ୍ପଲ ଦେବାକୁ ଆସୁଛନ୍ତି ଏବଂ ଅଧିକ ମାତ୍ରାରେ ନହେଲେ ମଧ୍ୟ ବହୁତ କମ ମାତ୍ରାରେ ଆସୁଛନ୍ତି । ମୃତଦେହ ମଧ୍ୟ ଚିହ୍ନଟ କରାଯାଉଛି। ଯେହେତୁ ମୃତଦେହଗୁଡ଼ିକ କ୍ୟାଣ୍ଟନରେ ରହିଛି ତେବେ ନଷ୍ଟ ହେବାର ଭୟ ମଧ୍ୟ ନାହିଁ।

ଏଣୁ ମୃତଦେହ ଚିହ୍ନଟରେ ବିଳମ୍ବ ହେଉଥିବା ସତ୍ତ୍ବେ ମୃତଦେହଗୁଡ଼ିକ ସୁରକ୍ଷିତ ଭାବରେ ରହିଛି। ସୂଚନା ଥାଉକି, ଜୁନ ୨ ତାରିଖରେ ତିନୋଟି ଟ୍ରେନ ମଧ୍ୟରେ ହୋଇଥିଲା ଦୁର୍ଘଟଣା । ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୧କୁ ବୃଦ୍ଧି ପାଇଥିବା ବେଳେ ଘଟଣା ସ୍ଥଳରେ ୨୮୮ ଏବଂ ଏସ୍‌ସିବିରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୧୦୦୦ରୁ ଅଧିକ ଲୋକ ଆହାତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.