ETV Bharat / state

Bahanaga Train Tragedy: ଅଚିହ୍ନା ମୃତକଙ୍କ ଅନ୍ତିମ ସଂସ୍କାର, 128 ଦିନ ପରେ ଜଳିଲା 28 ମୃତଦେହ - ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା

ଭୟଙ୍କର ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟଙ୍କର ମଧ୍ୟରୁ ପରିଚୟ ମିଳିନଥିବା 28 ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି । ଅଧିକ ପଢ଼ନ୍ତୁ

Bahanaga Train Tragedy
Bahanaga Train Accident
author img

By ETV Bharat Odisha Team

Published : Oct 11, 2023, 8:23 AM IST

Updated : Oct 11, 2023, 4:35 PM IST

Bahanaga Train Tragedy

ଭୁବନେଶ୍ବର: ବିଚିତ୍ର ଭଗବାନଙ୍କର ବିଚାର । ଜନ୍ମ ଗୋଟିଏ ଜାଗାରେ ଆଉ ଜୁଇ ଜଳିଲା ଆଉ ଗୋଟିଏ ଜାଗାରେ । ଜୁନ 2 ତାରିଖରେ ବାଲେଶ୍ବର ବାହାନଗାରେ ଜୀବନ ଗଲା । ସେଠାରୁ ଏମ୍‌ସକୁ ଗଲେ ଏହାପରେ ପୁଣି ଜୁନ୍‌ 4ରୁ 128 ଦିନ କଣ୍ଟେନରରେ ରହିଲେ । ଶେଷରେ ସବୁ ଦିନ ପାଇଁ ସେମାନଙ୍କ ପରିଚୟ ଜଳିଯାଇଛି । ଏବେ ସେମାନଙ୍କ ପରିଚୟ କେଇ ମୁଠା ପାଉଁଶ । ଏହାଠୁ ହୃଦୟବିଦାରକ ଆଉ କଣ ବା ହୋଇପାରେ । ଭୟଙ୍କର ବାଲେଶ୍ବର ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟଙ୍କର ମଧ୍ୟରୁ ପରିଚୟ ମିଳିନଥିବା 28 ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି । ଭରତୁପୁର ଶ୍ମଶାନରେ ସେମାଙ୍କ ପରିଚୟ ସବୁ ଦିନ ପାଇଁ ଲିଭିଯାଇଛି । ବିଏମସି ପକ୍ଷରୁ ଅପରିଚିତ ମୃତଦେହ ସଂସ୍କାର କରାଯାଇଛି ।

ଏହା ବି ପଢନ୍ତୁ...ବାହାନଗା ଟ୍ରେନ ଟ୍ରାଜେଡି: ୯ ଦିନିଆ ରିମାଣ୍ଡ ଅବଧି ଶେଷ, ଜେଲ ଗଲେ ତିନି ଅଭିଯୁକ୍ତ

ଏମସ, ବିଏମସି ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲାଯାଇଥିଲା । ଏହାପରେ 28 ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ଭରତପୁର ଶ୍ମଶାନକୁ ନିଆଯାଇଥିଲା । ସେଠାରେ ବିଏମ୍‌ସି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । 28 ମୃତଦେହ ଅନ୍ତିମ ସଂସ୍କାର କରାଯାଇଥିଲା । ଏହାର ଭିଡିଓଗ୍ରାଫି କରାଯାଇଥିଲା । ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର ଦାୟିତ୍ୱ ବିଏମ୍‌ସି ପରିପାଳନ କରିଥିବା ବେଳେ ପ୍ରଦୀପ ସେବା ଟ୍ରଷ୍ଟ ସତ୍କାର କାର୍ଯ୍ୟ କରିଛି । ଟ୍ରଷ୍ଟର ୧୨ ଜଣିଆ ମୃତଦେହ ସତ୍କାରକ ଏହି କାର୍ଯ୍ୟକୁ କରିଛନ୍ତି । ରାତି ସାରା ମୃତଦେହର ସାଥି ସାଜି ଅଜଣା ମୃତଦେହକୁ ପୋଡିଥିଲେ । ଟ୍ରଷ୍ଟର ସମସ୍ତ ସଦସ୍ୟ ନିଷ୍ଠାର ସହ ଧର୍ଯ୍ୟ ଧରି ଶେଷକୃତ୍ୟର ଏହି ମହତ କାର୍ଯ୍ୟ ସମ୍ପର୍ଣ୍ଣ କରିଛନ୍ତି । ଅପରିଚିତ ମୃତଦେହଙ୍କ ଡିଏନ୍‌ଏ ନମୂନା ଭୁବନେଶ୍ବର ଏମ୍‌ସରେ ରଖାଯାଇଛି । ଯଦି କୌଣସି ମୃତକଙ୍କ ପରିବାର ଲୋକ ଅଭିଯୋଗ କରନ୍ତି ତେବେ ଡିଏନ୍‌ଏ ମ୍ୟାଚ୍‌ କରାଯିବ ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ...Bahanaga Train Tragedy: ଖୁବଶୀଘ୍ର କରାଯିବ ୨୮ ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର

ଜୁନ୍‌ 2 ତାରିଖର ସେ କାଳରାତିରେ ମୃତ୍ୟୁ ନେଇ ଆସିଥିଲା କରମଣ୍ଡଳ । ଅନ୍ଧାର ରାତିକୁ ଚିରି ଟ୍ରାକରେ ଟ୍ରେନ୍‌ ଗଡ଼ୁଥିଲା । ସମସ୍ତେ ଅପେକ୍ଷା କରିଥିଲେ ଗନ୍ତବ୍ୟସ୍ଥଳକୁ । ହେଲେ କିଏ ଜାଣିଥିଲା ଏତେ ବଡ଼ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଯିବ । ଅଚାନକ ସବୁ କିଛି ଛାରଖାର ହୋଇଯାଇଥିଲା । ବଞ୍ଚାଅ ବଞ୍ଚାଅ ଚିତ୍କାରରେ ଫାଟି ପଡିଥିଲା ଅଞ୍ଚଳ । ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନ୍‌କୁ ଲୁପ୍‌ ଲାଇନରେ ଧକ୍କା ଦେଇଥିଲା । ଏହି ସମୟରେ ଟ୍ରାକରେ ଛିଟିକି ପଡିଥିବା କରମଣ୍ଡଳ ବଗିରେ ପିଟି ହୋଇଥିଲା ଯଶୋବନ୍ତପୁର ଏକ୍ସପ୍ରେସ୍‌ । ଆର୍ତ୍ତନାଦ ଚିତ୍କାରରେ ଫାଟି ପଡ଼ିଥିଲା ଅଞ୍ଚଳ । ରକ୍ତରେ ଭିଜିଥିଲା ଟ୍ରାକ୍‌ ଆଉ ଲୁହରେ ଭିଜିଥିବା ଆଖି । ଏହି ଦୁର୍ଘଟଣାରେ ମୋଟ 291ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିଲା । ସେଥିରୁ 24 ଜଣଙ୍କର ପରିଚୟ ମିଳି ପାରିନଥିଲା । ଏମ୍‌ସରେ କଣ୍ଟେନରରେ ଏହି 28 ମୃତଦେହ ରହିଥିଲା ।

ଇଟିିଭି ଭାରତ, ଭୁବନେଶ୍ବର

Last Updated : Oct 11, 2023, 4:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.