ETV Bharat / state

Train Tragedy: ୨୯ ମୃତକଙ୍କ ଆସିଲା DNA ରିପୋର୍ଟ, ଆଜି ମୃତଦେହ ହସ୍ତାନ୍ତର ହେବ - ଟ୍ରେନ ଦୁର୍ଘଟଣା ମୃତକଙ୍କ ଚିହ୍ନଟ

ଏମ୍ସରେ ଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ ମୃତକଙ୍କ ଆସିଲା DNA ରିପୋର୍ଟ । ମୃତଦେହ ଚିହ୍ନଟ ପରେ ଆଜି ସମ୍ପର୍କୀୟଙ୍କ ହସ୍ତାନ୍ତର କରାଯିବ । ଅଧିକ ପଢନ୍ତୁ

Train Tragedy
Train Tragedy
author img

By

Published : Jun 30, 2023, 10:04 AM IST

Updated : Jun 30, 2023, 2:07 PM IST

Train Tragedy

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା । ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଥିବା ୮୧ଟି ଅଚିହ୍ନା ମୃତଦେହ ମଧ୍ୟରୁ ୨୯ଟି ମୃତଦେହ ଚିହ୍ନଟ ହୋଇଛି । DNA ଟେଷ୍ଟ ଜରିଆରେ ଉକ୍ତ ମୃତଦେହ ଗୁଡିକୁ ଚିହ୍ନଟ କରାଯାଇପାରିଛି । ସେହି ମୃତଦେହ ଗୁଡିକ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଚିହ୍ନଟ ମୃତଦେହ ପଶ୍ଚିମବଙ୍ଗ, ବିହାର ଓ ଓଡି଼ଶାର ହୋଇଥିବା ସୂଚନା ମିଳିଛି । ଆଜି ସେମାନଙ୍କ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ । ତେବେ ପରିବାର ଲୋକେ ମୃତଦେହ ନହେଲେ ଭୁବନେଶ୍ବରରେ ଅନ୍ତିମ ସଂସ୍କାର ବ୍ୟବସ୍ଥା କରାଯିବ । ଏଥିରେ ଭୁବନେଶ୍ବର ମହାନଗର ନିଗମ(BMC) ସହଯୋଗ କରିବ । ଭୁବନେଶ୍ବରର ସତ୍ୟନଗର ଓ ଭରତପୁର ଶ୍ମଶାନରେ ମୃତଦେହ ଦାହ କରାଯିବ ବୋଲି ଜଣାପଡିଛି ।

ବାହାନଗା ଟ୍ରେନ ଦୁର୍ଘଟଣାକୁ ପ୍ରାୟ ମାସେ ପୁରିବାକୁ ବସିଲାଣି । ହେଲେ ଭୁବନେଶ୍ବର ଏମ୍ସରେ ଏବେ ବି ୮୧ଟି ମୃତଦେହ ଚିହ୍ନଟ ହୋଇନପାରି ପଡିରହିଥିଲା । ୮୧ ଜଣଙ୍କ ମୃତଦେହ ପାଇଁ ୯୦ ଜଣ ଦାବିଦାର ଥିଲେ । ମୃତକଙ୍କ ଚିହ୍ନଟ ପ୍ରକ୍ରିୟାରେ ଅସୁବିଧା ଯୋଗୁଁ DNA ଟେଷ୍ଟିଂର ଶେଷ ବିକଳ୍ପ ଗ୍ରହଣ କରାଯାଇଥିଲା । DNA ଟେଷ୍ଟ ପାଇଁ ୯୦ଟି ନମୂନା ଦିଲ୍ଲୀ ପଠାଯାଇଥିଲା । ନମୂନା ଭାବେ ମୃତଯାତ୍ରୀଙ୍କ କେଶ, ଦାନ୍ତ, ହାଡ, ନଖ, ମାଂସ ଓ ଶରୀରର ଅନ୍ୟାନ୍ୟ ଅଙ୍ଗର ନମୂନା ଦିଲ୍ଲୀ ସିବିଆଇ ଫରେନ୍ସିକ ଲ୍ୟାବକୁ ପଠାଯାଇଥିଲା । ଏବେ ୮୧ଟି ମୃତଦେହ ମଧ୍ୟରୁ ୨୯ ଜଣଙ୍କ DNA ରିପୋର୍ଟ ଆସିଛି । ଆଉ ଦୁଇଟି ପର୍ଯ୍ୟାୟରେ ଅନ୍ୟମାନଙ୍କ DNA ରିପୋର୍ଟ ଆସିବ ।

ଏହାମଧ୍ୟ ପଢନ୍ତୁ: ବାହନଗା ଟ୍ରାଜେଡି: SCBରେ ଆଖିବୁଜିଲେ ଆଉ ଜଣେ, ମୃତ୍ୟୁସଂଖ୍ୟା 293କୁ ବୃଦ୍ଧି

ପ୍ରକାଶଥାଉ କି, ଜୁନ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାଠାରେ ତିନୋଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା । ଏହି ସମୟରେ ଆଉ ଏକ ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ପାହାଡ ପରି ମୃତଦେହ ଗଦା ହୋଇଯାଇଥିଲା । ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଥିଲେ । ଏହି ଅଘଟଣରେ ସାରା ବିଶ୍ବ ଶୋକ ପ୍ରକାଶ କରିଥିଲା । ଦୁର୍ଘଟଣା ପରେ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଏବେ ବି ୮୧ ଜଣଙ୍କ ମୃତଦେହ ପଡିରହିଛି । ସେହିପରି ଅନେକ ଆହତ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 30, 2023, 2:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.