ETV Bharat / state

Bahanaga Train Tragedy: ଖୁବଶୀଘ୍ର କରାଯିବ ୨୮ ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର

author img

By ETV Bharat Odisha Team

Published : Oct 9, 2023, 3:47 PM IST

Updated : Oct 9, 2023, 4:01 PM IST

ବାହାନଗା ଟ୍ରେନ ଦୁର୍ଘଟଣାରେ ଚିହ୍ନଟ ହୋଇପାରିଲାନି ୨୮ଜଣ ଯାତ୍ରୀଙ୍କ ମୃତଦେହ । ଖୁବଶୀଘ୍ର ଏହାର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ଦେଲେ ଏମ୍ସ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

Bahanaga Train Tragedy
Bahanaga Train Tragedy
Bahanaga Train Tragedy: ଖୁବଶୀଘ୍ର କରାଯିବ ୨୮ ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର

ଭୁବନେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଲାଣି ୫ ମାସ । ତେବେ ଆଜି ବି ଏମ୍ସ ହସ୍ପିଟାଲରେ ପଡ଼ି ରହିଛି ୨୮ଟି ଯାତ୍ରୀଙ୍କ ମୃତଦେହ । ଏହି ଅଚିହ୍ନା ମୃତଦେହର ଖୁବଶୀଘ୍ର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ଦେଇଛନ୍ତି ଏମ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫେସର ଆଶୁତୋଷ ବିଶ୍ବାସ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିରେ CBI, BMC, AIIMS ଓ ରାଜ୍ୟ ସରକାର ସାମିଲ ରହିଛନ୍ତି ।

ଏନେଇ AIIMS ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ସୂଚନା ଦେଇ କହିଛନ୍ତି, " ଆମ ପାଖରେ ବାହାନଗା ଟ୍ରେନ ଟ୍ରାଜେଡିର 28 ଅଚିହ୍ନା ମୃତଦେହ ରହିଛି । ଏହାର ଅନ୍ତିମ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ସାମିଲ ରହିବେ CBI, BMC, AIIMS ଓ ରାଜ୍ୟ ସରକାର । ଯେତେ ଶୀଘ୍ର ସତ୍କାର ହୋଇପାରିବ, ତାହା ଦେଖାଯାଉଛି । ଏ ଯାଏଁ ସତ୍କାର ପାଇଁ ତାରିଖ ଧାର୍ଯ୍ୟ ହୋଇନି । ସବୁ ସରକାରୀ ନିୟମକୁ ପାଳନ କରି କିଭଳି ଅନ୍ତିମ ସଂସ୍କାର କରାଯିବ, ସେ ଦିଗରେ ଆଲୋଚନା ଚାଲିଛି ।"

ଏହା ବି ପଢନ୍ତୁ- Bahanaga train tragedy: ଅଚିହ୍ନା 28 ମୃତଦେହର ହେବ ସଂସ୍କାର, SOP ଜାରି କଲା BMC

ସେ ଆହୁରି କହିଛନ୍ତି, "ଏହା ଭିତରେ ଯଦି କେହି ସମ୍ପର୍କୀୟ ଆସିବେ, ତାହାଲେ ମୃତଦେହ ସେମାନଙ୍କୁ ଦିଆଯିବ । କେତେ ପର୍ଯ୍ୟାୟରେ ସତ୍କାର ହେବ ସେ ନେଇ ବିଚାର ଚାଲିଛି । ତା' ପରେ ତାରିଖ ଧାର୍ଯ୍ୟ ହେବ। ବର୍ତ୍ତମାନ ସୁଦ୍ଧା ୨୮ଟି ମୃତଦେହ କଣ୍ଟେନରର ଫ୍ରିଜରେ ରହିଛି । ଏହାରି ମଧ୍ୟରେ ତିନି ଚାରି ମାସ ହୋଇଗଲାଣି । ଅଧିକ ଦିନ ରଖାଯାଇପାରିବନି । ତେବେ ଖୁବଶୀଘ୍ର ତାରିଖ ଧାର୍ଯ୍ୟ ହୋଇ ଅନ୍ତିମ ସଂସ୍କାର କରାଯିବ। "

ସୂଚନା ଥାଉ କି ଗତ ଜୁନ ୨ ତାରିଖ ସନ୍ଧ୍ୟାରେ ଘଟିଥିଲା ଏହି ଭୟାବହ ଟ୍ରେନ ଦୁର୍ଘଟଣା । ତିନୋଟି ଟ୍ରେନ ମଧ୍ୟରେ ହୋଇଥିଲା ଦୁର୍ଘଟଣା । ଏହି ରେଳ ଦୁର୍ଘଟଣାରେ ହଜାର ହଜାର ଯାତ୍ରୀ ଗୁରୁତର ଆହାତ ହୋଇଥିଲେ। ଅନେକ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହୋଇଥିଲେ। ତେବେ ଟ୍ରେନ ଦୁର୍ଘଟଣା ପରେ ଭୁବନେଶ୍ବର ଏମ୍ସକୁ ବିଭିନ୍ନ ପର୍ଯ୍ୟାୟରେ ୧୬୨ଟି ମୃତ ଶରୀର ଆସିଥିଲା । ସେଥିମଧ୍ୟରୁ ପ୍ରାରମ୍ଭରେ ପ୍ରାୟ ୮୧ଟି ମୃତ ଦେହକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ଦିଆଯାଇଥିଲା । ବିଏମସି ପକ୍ଷରୁ ଚିହ୍ନଟ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ଏହା ବି ପଢନ୍ତୁ- Bahanaga Train Tragedy: ଆଜି ବାହାନଗା ଯୋଦ୍ଧାଙ୍କୁ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ

ତେବେ ଚିହ୍ନଟ ହୋଇପାରିନଥିବା ଅବା ଗୋଟିଏ ମର ଶରୀରକୁ ଦୁଇ ଜଣ ଦାବି କରିବାରୁ ଡିଏନଏ ପରୀକ୍ଷାକୁ ପ୍ରାଧାନ୍ୟ ଦିଆଯାଇଥିଲା । ଏହାପରେ ପ୍ରାୟ ୫୩ଟି ମୃତଦେହ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଥିଲା । ଏବେ ହସ୍ପିଟାଲ ପରିସରରେ ସ୍ବତନ୍ତ୍ର କଣ୍ଟେନରରେ ୨୮ଟି ମର ଶରୀରକୁ ରଖାଯାଇଛି । ଏମ୍ସ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୃତଦେହ ନେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି ।

CBI ଅଧିକାରୀଙ୍କ ଉପସ୍ଥିତିରେ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର: ବିଏମସି କମିଶନର

ଏନେଇ ପ୍ରତିକ୍ରିୟା ରଖି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି,"ଏନେଇ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ଆଲୋଚନା ହୋଇଥିଲା । ସ୍ପେସିଆଲ ଡିଜାଷ୍ଟର ମ୍ୟାନେଜମେଣ୍ଟରେ ରାଜ୍ୟ ସରକାର ଆଗରୁ ଉଦାହରଣ ସୃଷ୍ଟି କରିଛନ୍ତି । ଏହିକ୍ରମରେ ପୁରା ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟକୁ ଦାୟିତ୍ୱର ସହ ରାଜ୍ୟ ସରକାର ସମ୍ପନ କରିଥିବା ବେଳେ ବର୍ତ୍ତମାନ ଅନ୍ତିମ ସଂସ୍କାର କରିବ ବିଏମ୍ସି । ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମାପନ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ CBIକୁ ଜଣା ଯାଇଥିବା ବେଳେ କିଛି ଦିନ ଭିତରେ CBIର ଟିମ ଆସି ପହଞ୍ଚିବ l ବିଏମ୍ସି ଓ ପୋଲିସର ସମନ୍ଵୟରେ ଅନ୍ତିମ ସଂସ୍କାର ହେବ l ସତ୍ୟନଗର ଓ ଭରତପୁର ସମେତ ଭୁବନେଶ୍ୱରର ବିଭିନ୍ନ ଶ୍ମଶାନରେ ହେବ ଅନ୍ତିମ ସଂସ୍କାର କାର୍ଯ୍ୟ l NHRCର ମାର୍ଗଦର୍ଶିକା ଅନୁୟାଯୀ କାଠ ଚୁଳା ମାଧ୍ୟମରେ ଅନ୍ତିମ ସଂସ୍କାର ହେବାକୁ ଥିବା ବେଳେ ଏନେଇ ଦୁଇ ଦିନ ପରେ ନିଷ୍ପତ୍ତି ହେବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 9, 2023, 4:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.