ETV Bharat / state

Bahanaga Train Tragedy: ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ, ବିଭିନ୍ନ ପର୍ଯ୍ୟାୟରେ ଗଲା ୯ ମୃତଦେହ

author img

By ETV Bharat Odisha Team

Published : Oct 10, 2023, 4:54 PM IST

Updated : Oct 10, 2023, 8:24 PM IST

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଅଚିହ୍ନା ୨୮ ଯାତ୍ରୀଙ୍କ ମୃତଦେହର ଆଜି ଅନ୍ତିମ ସଂସ୍କାର କରିବ ବିଏମ୍‌ସି । ବିଭିନ୍ନ ପର୍ଯ୍ୟାୟରେ ଏମ୍ସ ପକ୍ଷରୁ ବିଏମ୍‌ସିକୁ ୯ ମୃତଦେହ ହସ୍ତାନ୍ତର କରାଯାଇଛି । ଅଧିକ ପଢ଼ନ୍ତୁ

ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୫ ମାସ ବିତିଥିବାବେଳେ ଆଜି ବି ୨୮ ଯାତ୍ରୀଙ୍କ ମୃତଦେହକୁ ଠିକଣା ମିଳିପାରିନାହିଁ । ଏମ୍ସ ହସ୍ପିଟାଲରେ ପଡ଼ି ରହିଥିବା ୨୮ ଅଚିହ୍ନା ମୃତଦେହ ଗୁଡ଼ିକର ଖୁବଶୀଘ୍ର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ଦେଇଥିଲେ ଏମ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫେସର ଆଶୁତୋଷ ବିଶ୍ବାସ । ଏନେଇ ଆଜି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିରେ CBI, BMC, AIIMS ଓ ରାଜ୍ୟ ସରକାର ସାମିଲ ରହିଛନ୍ତି । ତେବେ ଆଜି ଏହି ସମସ୍ତ ୨୮ ମୃତଦେହର ଅନ୍ତିମ ସଂସ୍କାର କରାଯିବାକୁ ଥିବାବେଳେ ବିଭିନ୍ନ ପର୍ଯ୍ୟାୟରେ ବିଏମ୍‌ସିକୁ ୯ଟି ମୃତଦେହ ହସ୍ତାନ୍ତର କରିଛି AIIMS ।

ଗତ ଜୁନ୍‌ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗାଠାରେ ଛାତିଥରା ଟ୍ରେନ ଦୁର୍ଘଟଣା ଘଟିଥିଲା । ତିନୋଟି ଟ୍ରେନ ମଧ୍ୟରେ ହୋଇଥିଲା ଦୁର୍ଘଟଣା । ଏହି ରେଳ ଦୁର୍ଘଟଣାରେ ୧ ହଜାରରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଅନେକ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହୋଇଥିଲେ । ତେବେ ଟ୍ରେନ୍‌ ଦୁର୍ଘଟଣା ପରେ ମୃତକମାନଙ୍କ ପରିବାର ପକ୍ଷରୁ ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ଚିହ୍ନଟରେ ବିଳମ୍ବ ହେବାରୁ ମୃତଦେହର ସଂରକ୍ଷଣ ଲାଗି ଭୁବନେଶ୍ବର ଏମ୍ସକୁ ବିଭିନ୍ନ ପର୍ଯ୍ୟାୟରେ ୧୬୨ଟି ମୃତଦେହ ଆସିଥିଲା । ସେଥିମଧ୍ୟରୁ ପ୍ରାରମ୍ଭରେ ପ୍ରାୟ ୮୧ ମୃତଦେହକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ଦିଆଯାଇଥିଲା । ପରେ ପ୍ରାୟ ୫୩ଟି ମୃତଦେହ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଥିଲା । ବିଏମ୍‌ସି ପକ୍ଷରୁ ଚିହ୍ନଟ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ତେବେ ଚିହ୍ନଟ ହୋଇପାରିନଥିବା କିମ୍ବା ଗୋଟିଏ ମୃତଦେହ ପାଇଁ ଏକାଧିକ ଦାବିଦାର ବାହାରିବାରୁ ଡିଏନ୍‌ଏ ପରୀକ୍ଷାକୁ ପ୍ରାଧାନ୍ୟ ଦିଆଯାଇଥିଲା । ଏହାପରେ ପ୍ରାୟ ୫୩ଟି ମୃତଦେହ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଥିଲା । ହେଲେ ଏହାସତ୍ତ୍ବେ ୨୮ଟି ମୃତଦେହ ଚିହ୍ନଟ ହୋଇପାରିନଥିଲା । ଏମ୍ସ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୃତଦେହଗୁଡ଼ିକର ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Bahanaga Train Tragedy: ଖୁବଶୀଘ୍ର କରାଯିବ ୨୮ ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର

ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଥିରେ ସାମିଲ ରହିଛନ୍ତି CBI, BMC, AIIMS ଓ ରାଜ୍ୟ ସରକାର । ସବୁ ସରକାରୀ ନିୟମକୁ ପାଳନ କରି କିଭଳି ଅନ୍ତିମ ସଂସ୍କାର କରାଯିବ ସେନେଇ ଆରମ୍ଭ ହୋଇଛି ପକ୍ରିୟା । ବର୍ତ୍ତମାନ ସୁଦ୍ଧା ୨୮ଟି ମୃତଦେହ ଏକ ସ୍ବତନ୍ତ୍ର କଣ୍ଟେନରର ଫ୍ରିଜ୍‌ରେ ରହିଥିବାବେଳେ ଗୋଟିଏ ପରେ ଗୋଟିଏ ମୃତଦେହ ସତ୍କାର କରାଯିବ । ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ଆଜି ବିଏମ୍‌ସିକୁ ୯ଟି ମୃତଦେହ ହସ୍ତାନ୍ତର କରିଛନ୍ତି ଏମ୍ସ କର୍ତ୍ତୃପକ୍ଷ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 10, 2023, 8:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.