ETV Bharat / state

ବାଲ୍ୟବିବାହ ଚାଲିଥିବା ବେଳେ ସିଡିପିଓଙ୍କ ଚଢ଼ାଉ, ଖସିଗଲେ ବରକନ୍ୟା - ରାଜ୍ୟରେ ଥମୁନି ବାଲ୍ୟ ବିବାହ

ରାଜ୍ୟରେ ଥମୁନି ବାଲ୍ୟ ବିବାହ । ନାବାଳିକା ବିବାହ ଚାଲିଥିବାବେଳେ ସିଡିପିଓଙ୍କ ଚଢ଼ାଉ । ସଠିକ ସମୟରେ ପୋଲିସ ଏବଂ ଚାଇଲ୍ଡ ହେଲ୍ପ ଲାଇନ ଟିମ ନ ପହଞ୍ଚିବାରୁ ଘଟଣାସ୍ଥଳରୁ ଖସି ପଳାଇଲେ ବରକନ୍ୟା ।

ବାଲ୍ୟବିବାହ
child marriage
author img

By

Published : Feb 11, 2023, 8:38 AM IST

Updated : Feb 11, 2023, 11:55 AM IST

ବାଲ୍ୟବିବାହ ଚାଲିଥିବା ବେଳେ ସିଡିପିଓଙ୍କ ଚଢ଼ାଉ

ଖୋର୍ଦ୍ଧା: ଚାଲିଥିଲା ନାବାଳିକା ବିବାହ । ବେଦିରେ ବସିଥିଲେ ବରକନ୍ୟା । କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି । ହେଲେ ଏହା ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ ଏବଂ ବିବାହକୁ ବନ୍ଦ କରିଥିଲା । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଡାଡିହ ପଞ୍ଚାୟତ ସ୍ଥିତ ବ୍ରହ୍ମେଶ୍ବର ମନ୍ଦିରରେ । ଘଟଣାସ୍ଥଳରୁ ବରକନ୍ୟା ଫେରାର ହୋଇଥିବା ଦେଖିବାକୁ ମିଳିଛି ।

ଏବେ ବି ରାଜ୍ୟରେ ଖୁଲମ ଖୁଲା ହେଉଛି ବାଲ୍ୟ ବିବାହ । ଦାଉରେ ଲାଗୁଛି କୋମଳମତି ଶିଶୁଙ୍କ ଭାଗ୍ୟ । ଗ୍ରାମାଞ୍ଚଳରରେ ବାଲ୍ୟ ବିବାହ ବନ୍ଦ ପାଇଁ ସରକାର ପକ୍ଷରୁ ବିଭିନ୍ନ ବାର୍ତ୍ତା ଦିଆଯାଇଛି । କିନ୍ତୁ ବେଗୁନିଆ ପୋଡାଡିହ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଘଟଣା ମୁତାବକ, ଏଠାରେ ବାଲ୍ୟ ବିବାହ ଚାଲିଥିବା ବେଳେ ହଠାତ୍‌ ଚଢାଉ କରିଥିଲା ବେଗୁନିଆ ଶିଶୁ ସୁରକ୍ଷା ବିଭାଗର ଟିମ । ବେଗୁନିଆ ସିଡିପିଓଙ୍କ ନେତୃତ୍ବରେ ଚଢାଉ ହୋଇଥିବା ସମୟରେ ବିବାହ ବେଦିରେ ବସିଥିଲେ ବର କନ୍ୟା ସହ ପରିବାର ସଦସ୍ୟ । ଭୋଜି ଭାତରେ ଫାଟୁଥିଲା ପୁରା ପରିବେଶ ।

ଏହାକୁ ବିରୋଧ କରି ଶିଶୁ ସୁରକ୍ଷା ବିଭାଗ ସ୍ଥାନୀୟ ପୋଲିସକୁ ତୁରନ୍ତ ପହଞ୍ଚିବାକୁ କହିଥିଲା । କିନ୍ତୁ ବାଘମାରୀ ପୋଲିସ ସଠିକ୍ ସମୟରେ ନ ପହଞ୍ଚିବାରୁ ଶିଶୁପାଳ ହୋଇ ଫେରିଛି ଶିଶୁ ସୁରକ୍ଷା ବିଭାଗ । ହାତଗଣ୍ଠି ପୂର୍ବରୁ ସିଡିପିଓ ଘଟଣାସ୍ଥଳରେ ପହଞ୍ଚି ବିବାହକୁ ବନ୍ଦ କରିଥିଲେ ଏବଂ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ଏହା ସତ୍ତ୍ବେ ବରକନ୍ୟା ସେଠାରୁ ଖସି ପଳାଇବାରେ ସଫଳ ହୋଇଛନ୍ତି । ବିବାହ ଅଟକାଇବାରେ ବିଫଳ ହୋଇ ବାଘମାରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବେଗୁନିଆ ସିଡିପିଓ । ଶିଶୁ ସୁରକ୍ଷା ଓ ସଚେତନତା ଦିଗରେ ସରକାରଙ୍କ ସମେତ ଅନେକ ସାମାଜିକ ସଂଗଠନ କାମ କରୁଥିଲେ ମଧ୍ୟ ଏହି ଘଟଣା ପୋଲିସ ପ୍ରଶାସନର ପ୍ରକୃତ କାର୍ଯ୍ୟକୁ ପଦାରେ ପକାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ରମାଦେବୀକୁ ଏକକ ଓ ବହୁମୁଖୀ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବାର ଦାୟିତ୍ୱ ନିଅନ୍ତୁ ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ

ଏନେଇ ବେଗୁନିଆ ସିଡିପିଓ ରଞ୍ଜୁବାଳା ସାହୁ କହିଛନ୍ତି, " ବିବାହ ସମୟରେ ଆମ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ବିବାହକୁ ଅଟକାଇବାକୁ ଯାଇ ବାଘମାରୀ ଥାନା ଆଇଆଇସି ଏବଂ ଚାଇଲ୍ଡ ଲାଇନକୁ ଯୋଗାଯୋଗ କରାଯାଇଥିଲା । ମାତ୍ର ସଠିକ ସମୟରେ କେହି ପହଞ୍ଚି ପାରିଲେ ନାହିଁ । ଫଳରେ ବରକନ୍ୟା ସମେତ ବିବାହ ଉତ୍ସବରେ ଉପସ୍ଥିତ ସମସ୍ତ ଲୋକ ଖସି ପଳାଇବାରେ ସଫଳ ହେଲେ ।" ଏନେଇ ବାଘମାରୀ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ସିଡିପିଓ ସୂଚନା ଦେଇଛନ୍ତି ।

ଇଟିଭି ଭାରତ ଖୋର୍ଦ୍ଧା

Last Updated : Feb 11, 2023, 11:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.