ETV Bharat / state

ବଡବେରଣା ସମବାୟ ସମ୍ପାଦକଙ୍କୁ ନିଲମ୍ବନ କଲା ସମବାୟ ବିଭାଗ

ବେଗୁନିଆ ବ୍ଳକ ଅନ୍ତର୍ଗତ ବଡବେରଣା ସେବା ସମବାୟ ସମିତିର ସମ୍ପାଦକ ନିରଞ୍ଜନ ଦାସଙ୍କୁ ସମବାୟ ବିଭାଗ କାର୍ଯ୍ୟରେ ଅବହେଳା ସହ ଚାଷୀଙ୍କ ଧାନ ବିକ୍ରି ପଞ୍ଜିକରଣରେ ଅନିୟମିତତା ଅଭିଯୋଗରେ ନିଲମ୍ବନ କରିଛି । ଅଧିକ ପଢନ୍ତୁ...

author img

By

Published : Sep 23, 2021, 10:58 PM IST

ବଡବେରଣା ସମବାୟ ସମ୍ପାଦକଙ୍କୁ ନିଲମ୍ବନ କଲା ସମବାୟ ବିଭାଗ
ବଡବେରଣା ସମବାୟ ସମ୍ପାଦକଙ୍କୁ ନିଲମ୍ବନ କଲା ସମବାୟ ବିଭାଗ

ଖୋର୍ଦ୍ଧା: ବେଗୁନିଆ ବ୍ଳକ ଅନ୍ତର୍ଗତ ବଡବେରଣା ସେବା ସମବାୟ ସମିତିର ସମ୍ପାଦକ ନିରଞ୍ଜନ ଦାସଙ୍କୁ ସମବାୟ ବିଭାଗ କାର୍ଯ୍ୟରେ ଅବହେଳା ସହ ଚାଷୀଙ୍କ ଧାନ ବିକ୍ରି ପଞ୍ଜିକରଣରେ ଅନିୟମିତତା ଅଭିଯୋଗରେ ନିଲମ୍ବନ କରିଛି । ସୂଚନା ଥାଉକି, ବଡବେରଣା ସମବାୟ ସମିତିର ସମ୍ପାଦକ ନିରଞ୍ଜନ ଦାସ ଚାଷୀଙ୍କ ପାଇଁ ଥିବା ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ମେରିରାୟ ନୀତିରେ ରାଜ ଚଳାଇଥିଲେ ।

ଚଳିତ ଖରିଫ ଧାନ ବିକ୍ରି ପାଇଁ ପଞ୍ଜିକରଣ ନିମନ୍ତେ ୬୪୫ ଜଣ ଆବେଦନ କରିଥିବାବେଳେ ସେଥିମଧ୍ୟରୁ ମାତ୍ର ୪୧୭ ଜଣଙ୍କ ନାମ ପଞ୍ଜିକରଣ କରାଯାଇଥିଲା । ୨୨୮ ଜଣ ଚାଷୀ ପଞ୍ଜିକରଣରୁ ବାଦ ପଡ଼ିଥିଲେ । ଯାହାର ପ୍ରତିବାଦରେ ଚାଷୀମାନେ ସମ୍ପାଦକଙ୍କୁ ନିଲମ୍ବନ ଦାବିରେ ୨୦ ତାରିଖ ଦିନ ଖୋର୍ଦ୍ଧା କଣ୍ଟିଲୋ ରାସ୍ତାଙ୍କୁ ଦୀର୍ଘ ୮ ଘଣ୍ଟା ଅବରୋଧ କରିଥିଲେ। ଫଳରେ ସମବାୟ ବିଭାଗ ସମ୍ପାଦକଙ୍କୁ ନିଲମ୍ବନ କରିଛି । ସେପଟେ ଚାଷୀ ସମ୍ପାଦକଙ୍କ ନିଲମ୍ବନ ନୁହେଁ ବରଂ ବହିଷ୍କାର କରିବା ପାଇଁ କହିଛନ୍ତି ଚାଷୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.