ETV Bharat / state

ଧାରଣାରେ BEd ଛାତ୍ରଛାତ୍ରୀ, ଚଳିତବର୍ଷ ନିଯୁକ୍ତି ନିୟୋଜନରେ ସୁଯୋଗ ଦାବି

author img

By

Published : Nov 28, 2022, 10:54 PM IST

ଧାରଣାରେ BEd ଛାତ୍ରଛାତ୍ରୀ । ଚଳିତବର୍ଷ ନିଯୁକ୍ତି ନିୟୋଜନରେ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି ଏହି BEd ଛାତ୍ରଛାତ୍ରୀ । ଏନେଇ ରାଜ୍ୟର ବିଭନ୍ନ ଜିଲ୍ଲାରୁ ଆସି ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ୯ ତାଲା ଠାରେ ଧାରଣାରେ ବସିଛନ୍ତି ଶହ ଶହ BEd ଶେଷବର୍ଷ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ଧାରଣାରେ B Ed ଛାତ୍ରଛାତ୍ରୀ, ଚଳିତବର୍ଷ ନିଯୁକ୍ତି ନିୟୋଜନରେ ସୁଯୋଗ ଦାବି

ଭୁବନେଶ୍ବର: ଧାରଣାରେ ବସିଛନ୍ତି ଶହ ଶହ BEd ଶେଷବର୍ଷ ଛାତ୍ରଛାତ୍ରୀ । ରାଜ୍ୟର ବିଭନ୍ନ ଜିଲ୍ଲାରୁ ଆସି ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ୯ ତାଲା ଠାରେ ଧାରଣାରେ ବସିଛନ୍ତି । ଚଳିତବର୍ଷ ନିଯୁକ୍ତି ନିୟୋଜନରେ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି ଏହି BEd ଛାତ୍ରଛାତ୍ରୀ ।

ବର୍ତ୍ତମାନ BEd ନିଯୁକ୍ତିର ଯେଉଁ ବିଜ୍ଞପ୍ତି ବାହାରିଛି ସେଥିରେ ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ଆବେଦନର ସୁଯୋଗ ଦିଆଯାଇନାହିଁ । ସବୁ ବର୍ଗର ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ଏହି ନିଯୁକ୍ତି ଆବେଦନରେ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଏମାନଙ୍କର ପାଠ ପଢା ସରିନଥିବାରୁ ତାହା କରାଯାଉନାହିଁ ବୋଲି କୁହାଯାଇଛି । ଏହାକୁ ନେଇ ପିଲାମାନେ ଉଦ୍‌ବେଗ ପ୍ରକାଶ କରିବା ସହ କହିଛନ୍ତି, "ଯେତେବେଳେ ପରୀକ୍ଷା ହେବ ବା ପରୀକ୍ଷା ପରେ ଯେଉଁ ନିଯୁକ୍ତି ପାଇଁ ଚୟନ ହେବ ସେପର୍ଯ୍ୟନ୍ତ ଆମେ ସମସ୍ତ କଟେଗୋରିକୁ ପୂରଣ କରିଛୁ । ତେବେ ବିଭାଗ କାହିଁକି କିଛି ମାସର ଅନ୍ତରକୁ ନେଇ ଆମକୁ ଏଥିରୁ ବଞ୍ଚିତ କରୁଛି । ଏହାକୁ ନେଇ ଆମେ ପାଠ ସରୁ ସରୁ ପରୀକ୍ଷା ଦେବାର ଯେଉଁ ଆଗ୍ରହ ଥାଏ ତାହା ଆମର ମଉଳି ଯାଉଛି । କାରଣ ଆଉଥରେ ଆବେଦନ ପାଇଁ ଆମକୁ ଏକ ବର୍ଷ ଅପେକ୍ଷା କରିବାକୁ ପଡୁଛି ।"

ଏହାସହ ବର୍ଷରେ ଏକାଧିକ ସଂଖ୍ୟକ ପିଲାଙ୍କ ପାଇଁ ଦୁଇ ଦୁଇ ଥର ନିଯୁକ୍ତିର ବିଜ୍ଞପ୍ତି ବାହାରିଥିବା ବେଳେ ଚଳିତବର୍ଷ ଆଉ ନିଯୁକ୍ତି ବାହାରିବ କି ନାହିଁ ଆଶଙ୍କାରେ ରହିଛି । ଏନେଇ ଛାତ୍ରଛାତ୍ରୀମାନେ ମାନସିକ ଚାପରେ ରହୁଥିବା କହିଛନ୍ତି । ତେଣୁ ଶିକ୍ଷା ବିଭାଗ ଚଳିତବର୍ଷ ପାଇଁ ନିଯୁକ୍ତିରେ ଆବେଦନ ପାଇଁ ସଯୋଗ ଦିଅନ୍ତୁ ବୋଲି ଦାବି କରିଛନ୍ତି । ଧାରଣାରତ ଛାତ୍ରଛାତ୍ରୀ କହିଛନ୍ତି, "ଆମେ କଥା ହେବାକୁ ଯାଉଥିବା ସମୟରେ ଆମକୁ ଅଫିସରୁ ବାହାର କରିଦେଲେ । ଆଉ ଗାଳିଗୁଲଜ ମଧ୍ୟ କଲେ । ଯାହାକୁ ନେଇ ଆମେ ଧାରଣାରେ ବସିଛୁ । ଆଉ ଆମକୁ ନେଇ ନିଯୁକ୍ତି ସୁଯୋଗ ଦିଆଯାଉ ବୋଲି ଦାବି କରୁଛୁ ।" ତେବେ ଏହା ପରେ ବି ଯଦି ବିଭାଗ କଥା ବା ଦାବିକୁ କିଛି ନବୁଝେ ତେବେ ଆମେ ପୁଣି ଆସି ଧାରଣାରେ ବସିବୁ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.