ଖୋର୍ଦ୍ଧା: ଯେତେବେଳେ ପରିବାରକୁ କୌଣସି ବିପତ୍ତି ମାଡିଆସେ ସେତେବେଳେ ମା ମାନେ ହିଁ ଏହାକୁ ପ୍ରତିହତ କରିବାପାଇଁ ସାମ୍ନାକୁ ଆସିଥାନ୍ତି । ସେହିପରି ଆତଙ୍କ ଖେଳାଇଥିବା ମହାମାରୀ କୋରୋନାର ମୁକାବିଲା କରିବାକୁ ଆଗେଇ ଆସିଛନ୍ତି ଖୋର୍ଦ୍ଧା ଜିଲ୍ଲା ପତନିବର ଗ୍ରାମର ମହିଳା ସଂଗଠନ ।
ମହିଳାମାନେ ଘର ଘର ବୁଲି ସମସ୍ତଙ୍କୁ କୋରୋନା ବିଷୟରେ ଅବଗତ କରି ସଚେତନ କରୁଥିବା ବେଳେ ଗାଁ ମୁଣ୍ଡରେ ପାଳି କରି ସାମାଜିକ ଦୂରତା ଅବଲମ୍ବନ କରି ଗାଁକୁ ଲକଡାଉନ କରିଛନ୍ତି । ଅତି ଜରୁରୀ କାମ ନଥିଲେ କାହାରିକୁ ଗାଁ ବାହାରକୁ ଛାଡୁ ନଥିବା ଦେଖାଦେଇଛି । ଯଦି କୌଣସି ବ୍ୟକ୍ତି ବାହାରକୁ ଯାଇଛନ୍ତି ତେବେ ଫେରିବାବେଳେ ସେମାନଙ୍କୁ ସାବୁନରେ ହାତ ଧୋଇ ଗାଁ ଭିତରକୁ ପ୍ରବେଶ ଅନୁମତି ଦେଉଛନ୍ତି। ମହିଳାମାନଙ୍କ ଏଭଳି ପଦକ୍ଷେପକୁ ଗ୍ରାମବାସୀ ମାନୁଥିବା ବେଳେ ପ୍ରଶଂସା କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ