ETV Bharat / state

କ୍ୟାପିଟାଲ ହସ୍ପିଟାଲରେ ଲାଗିବନି ଲମ୍ବା ଲାଇନ୍, ରୋଗୀଙ୍କୁ ଏଥର ଡାକ ପକାଇବ ମେସିନ୍

ରୋଗୀଙ୍କ ଭିଡ଼କୁ ଦେଖି ହସ୍ପିଟାଲ ପରିସରରେ ଲାଗିବ ଅଟୋମେଟେଡ ମେସିନ । କର୍ପୋରେଟ ହସ୍ପିଟାଲ ଢାଞ୍ଚାରେ ହେବ ରୋଗୀ ସେବା। ଅଧିକ ପଢନ୍ତୁ

author img

By

Published : Mar 23, 2023, 3:42 PM IST

Automated machines
Automated machines
Automated machines

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ହେବାକୁ ଯାଉଛି କର୍ପୋରେଟ ହସ୍ପିଟାଲ ଢାଞ୍ଚାରେ ରୋଗୀ ସେବା । ରୋଗୀଙ୍କ ଭିଡ଼କୁ ଦେଖି ହସ୍ପିଟାଲ ପରିସରରେ ଲାଗିବ ଅଟୋମେଟେଡ ମେସିନ। ଯାହାଦ୍ବାରା ଲମ୍ବାଲାଇନରେ ଠିଆ ହୋଇ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡିବନି । ଏହି ଅଟୋମେଟେଡ ମେସିନ ଦ୍ବାରା ରୋଗୀଙ୍କୁ ଏକ ଟୋକନ ନମ୍ବର ଦିଆଯିବ ଯେଉଁଥିରେ ରୋଗୀର ସିରିୟଲ ନମ୍ବର ଲେଖାଥିବ । ସେହି ଆଧାରରେ ରୋଗୀକୁ ନମ୍ବର ନେଇ ଡାକିବ ମେସିନ୍ । ଏପରିକି ଅଯଥା ପାଟିତୁଣ୍ଡ ହେଲେ ମଧ୍ୟ ସତର୍କ କରାଇବ ଏହି ମେସିନ । ହସ୍ପିଟାଲରେ ଏଭଳି ଏକ ସୁବିଧା ଯୋଗାଇବାକୁ ଯାଉଛନ୍ତି କର୍ତ୍ତୃପକ୍ଷ ।

ବିଶେଷ କରି ବର୍ହିବିଭାଗ, ଟେଷ୍ଟ ସେଣ୍ଟର ଓ ମେଡ଼ିସିନ ଡିଷ୍ଟ୍ରିବ୍ୟୁସନ କାଉଣ୍ଟରରେ ଭିଡ଼ ଦେଖିବାକୁ ମିଳିଥାଏ । ଯାହା ଦ୍ବାରା ରୋଗୀ ଓ ରୋଗୀର ସମ୍ପର୍କୀୟଙ୍କ ମନରେ ଏକ ଶଙ୍କା ଯାତ ହୋଇଥାଏ କିପରି ଏତେ ଭିଡ଼ରେ ଡାକ୍ତରଙ୍କୁ ଦେଖାଇବେ । କେତେବେଳେ ତାଙ୍କର ନମ୍ବର ପଡ଼ିବ । କେତେବେଳେ ତାଙ୍କ ନମ୍ବର ଆସିବ କେତେ ସମୟ ବ୍ୟବଧାନ‌ ରହିବ ।ଏନେଇ ସମସ୍ତ ପ୍ରକାର ସୁବିଧା ପାଇଁ ଏଭଳି ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ଏଥିପାଇଁ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, "ଆମର ବିଶେଷ କରି ବର୍ହିବିଭାଗରେ ଅପେକ୍ଷାରତ ରୋଗୀମାନଙ୍କ ପାଇଁ ଆମେ ଏହି ମେସିନ ଲଗାଇବା ପାଇଁ ବ୍ୟବସ୍ଥା କରୁଛୁ । ଯାହାଦ୍ବାରା ରୋଗୀଟିଏ ଦୀର୍ଘ ସମୟ ଅପେକ୍ଷା କରିବନି ଏବଂ ସହଜରେ ତାର ନମ୍ବର ଟିଏ ଜାଣିପାରିବ । ଏଥିସହ ମେସିନ୍‌ରେ ତାର ନମ୍ବର ଡକାଯିବ । ସେହି ସୁବିଧାରେ ଆସି ଡାକ୍ତରଙ୍କୁ ଦେଖାଇପାରିବ ବା ପରାମର୍ଶ ନେଇପାରିବ ରୋଗୀ । ତେଣୁ ତାଙ୍କୁ ଆଉ ଲାଇନରେ ଠିଆ ହେବାକୁ ପଡ଼ିବନି ବର୍ହିବିଭାଗ ବାହାରେ ପଡ଼ିଥିବା ଚେୟାରରେ ସେ ବସିବ। ଯେତେବେଳେ ନମ୍ବର ଡକାଯିବ ସେ ଯାଇ ଦେଖାଇପାରିବ । ଫଳରେ ଏକ ଟ୍ରାନ୍ସପାରେନ୍ସି ରହିବ ।

ତେବେ କ୍ୟାପିଟାଲ ହସ୍ପିଟାଲରେ ୨୦ଟି ବର୍ହବିଭାଗ ରହିଥିବା ବେଳେ ପରୀକ୍ଷାମୂଳକ ଭାବେ ପ୍ରଥମେ ୫ଟି ବିଭାଗରେ ଆରମ୍ଭ କରାଯିବ । ଦିନକୁ ପ୍ରାୟ ୪ହଜାର ବର୍ହିବିଭାଗ ରୋଗୀ କ୍ୟାପିଟାଲ ହସ୍ପିଟାଲ ଆସିଥାନ୍ତି । ପ୍ରତି ବର୍ହିବିଭାଗ ସାମ୍ନାରେ ୨୫୦ରୋଗୀ ଅପେକ୍ଷା କରିଥାନ୍ତି । ସେମାନେ କିପରି ସୁରୁଖୁରୁରେ ଡାକ୍ତରଙ୍କୁ ଦେଖାଇ ପାରିବେ ସେନେଇ ଏହି ମେସିନ ଭଲ ସହାୟକ ହେବ । ଆଗାମୀ ଦିନରେ ରେଜିଷ୍ଟ୍ରେସନ କାଉଣ୍ଟର ତତ୍ ସହିତ ପେସେଣ୍ଟ ଟେଷ୍ଟ ସେଣ୍ଟର ଯଥା ଏକ୍ସ-ରେ, ଏମ୍‌ଆର୍‌ଆଇ, ସିଟି ସ୍କାନ୍‌, ବ୍ଲଡ୍‌ ସାମ୍ପଲ ଟେଷ୍ଟ କାଉଣ୍ଟିଂ ସେଣ୍ଟର୍‌ରେ କିଭଳି ଆହୁରି ଭଲ ସୁବିଧା ଦିଆଯାଇ ପାରିବ ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.