ETV Bharat / state

ଦମ୍ପତିଙ୍କୁ ଆକ୍ରମଣ ଭିଡ଼ିଓ ଭାଇରାଲ, ସୁରକ୍ଷା ପାଇଁ ଦାବି - ଖୋର୍ଦ୍ଧାରେ ଦମ୍ପତିଙ୍କୁ ଆକ୍ରମଣ

ପାରିବାରିକ କଳହକୁ ନେଇ ଦମ୍ପତିଙ୍କୁ ଆକ୍ରମଣ କରିବା ଭିଡିଓ ଭାଇରାଲ । ସୁରକ୍ଷା ପାଇଁ ଦାବି । ଅଧିକ ପଢନ୍ତୁ....

ଦମ୍ପତିଙ୍କୁ ଆକ୍ରମଣ ଭିଡ଼ିଓ ଭାଇରଲ: ସୁରକ୍ଷା ପାଇଁ ଦାବି

author img

By

Published : May 7, 2021, 5:12 PM IST

ଖୋର୍ଦ୍ଧା: ପାରିବାରିକ କଳହକୁ ନେଇ ସ୍ବାମୀ-ସ୍ତ୍ରୀଙ୍କୁ ଆକ୍ରମଣ କରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ସହ ନ୍ୟାୟ ଦେବା ପାଇଁ ଦମ୍ପତି ଦାବି କରିଛନ୍ତି ।

ଦମ୍ପତିଙ୍କୁ ଆକ୍ରମଣ ଭିଡ଼ିଓ ଭାଇରଲ: ସୁରକ୍ଷା ପାଇଁ ଦାବି

ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଣ୍ଡା ଗ୍ରାମର ଦମ୍ପତିଙ୍କୁ ପରିବାର ଭିତରେ ଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାସ୍ତା ଉପରେ ଆକ୍ରମଣ କରିଥିଲେ ସମ୍ପର୍କୀୟ । ଅଭିଯୋଗ ଅନୁଯାୟୀ ଅଣ୍ଡା ଗ୍ରାମର ବସିରବୁଦ୍ଦିନ ଖାଁ ଏବଂ ତାଙ୍କ ଚାରି ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରାଯିବା ପରେ ସେ ଖୋର୍ଦ୍ଧା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଥାନାରୁ ଫେରିବା ପରେ ପୁନର୍ବାର ଆକ୍ରମଣର ଶିକାର ହୋଇଥିଲେ ଦମ୍ପତି । ସେହିପରି ଚିକିତ୍ସା ପାଇଁ ଯାଇ ଥିବାବେଳେ ପୁନର୍ବାର ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଏବେ ଭୟଭୀତ ହୋଇ ଖୋର୍ଦ୍ଧାରେ ଥିବା ଦମ୍ପତିଙ୍କ ଜୀବନ ପ୍ରତି ବିପଦ ଥିବା କହିବା ସହ ତାଙ୍କୁ ସୁରକ୍ଷା ଯୋଗାଇବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି ଦମ୍ପତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.