ETV Bharat / state

ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅତନୁ ସବ୍ୟସାଚୀ ନାୟକ - ଦାୟିତ୍ବ ନେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଗତ ଶୁକ୍ରବାର ଅପରାହ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ ପଡିଥିଲେ ରୋହିତ ପୂଜାରୀ । ବିଭାଗର ପ୍ରଦର୍ଶନ ନୈରାଶ୍ୟଜନକ ଥିବାରୁ ମନ୍ତ୍ରୀମଣ୍ଡଳରୁ ରୋହିତଙ୍କୁ ବାଦ ପଡିଥିଲେ । ଅଧିକ ପଢନ୍ତୁ

ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅତନୁ ସବ୍ୟସାଚୀ ନାୟକ

author img

By

Published : Jun 12, 2023, 11:00 PM IST

ଭୁବନେଶ୍ବର: ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ଅତନୁ ସବ୍ୟସାଚୀ ନାୟକ । ଦାୟିତ୍ବ ଗ୍ରହଣ ପରେ ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି ଅତନୁ । ଲୋକସେବା ଭବନରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସହିତ ଆଲୋଚନା କରିଛନ୍ତି ସେ । ଅରବିନ୍ଦ ମଧ୍ୟ ନୂଆକରି ଶାସନ ସଚିବ ଭାବେ ଦାଇତ୍ବ ଗ୍ରହଣ କରିଛନ୍ତି ।

ଗତ ଶୁକ୍ରବାର ଅପରାହ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ ପଡିଥିଲେ ରୋହିତ ପୂଜାରୀ । ବିଭାଗର ପ୍ରଦର୍ଶନ ନୈରାଶ୍ୟଜନକ ଥିବାରୁ ମନ୍ତ୍ରୀମଣ୍ଡଳରୁ ରୋହିତଙ୍କୁ ବାଦ ପଡିଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ । ସେହିପରି ସେହିଦିନ ସନ୍ଧ୍ୟାରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ଦାୟିତ୍ବରୁ ଅନ୍ତର କରାଯାଇଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଅତନୁ ସବ୍ୟସାଚୀ ନାୟକଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା । ସେହିପରି ବିଭାଗୀୟ କମିଶନର ତଥା ଶାସନ ସଚିବ ଭାବେ ଅରବିନ୍ଦ ଅଗ୍ରୱାଲଙ୍କୁ ନିଯୁକ୍ତି ମିଳିଥିଲା । ତୁରନ୍ତ ଦାଇତ୍ବ ଗ୍ରହଣ କରିବା ଲାଗି ଅରବିନ୍ଦ ଅଗ୍ରୱାଲଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସେହି ସମୟରେ ଅତନୁ ସବ୍ୟସାଚୀ ନାୟକ ସରକାରୀ କାର୍ଯ୍ୟକ୍ରମରେ ରାୟଗଡା ଗସ୍ତରେ ଥିଲେ । ତେଣୁ ସେ ଭୁବନେଶ୍ବର ଫେରିବା ପରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଅତନୁ ସବ୍ୟସାଚୀ ଯୋଗାଣ ଏବଂ ସମବାୟ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଉଛନ୍ତି ।

ଗତ ମାସକ ମଧ୍ୟରେ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ବଦଳିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ଦାଇତ୍ବରେ ଥିବା ସମୀର ରଞ୍ଜନ ଦାଶଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସମୀରଙ୍କ ଇସ୍ତଫା ପରେ କିଛିଦିନ ପାଇଁ ଗଣଶିକ୍ଷା ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବରେ ରହିଥିଲେ ରଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । କିନ୍ତୁ ଗତମାସଟେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରି ସୁଦାମ ମାରାଣ୍ଡିଙ୍କୁ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଏବେ ରୋହିତ ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି ଅତନୁ । କିନ୍ତୁ ପଶ୍ଚିମ ଓଡିଶାରୁ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ନେଇ ଚର୍ଚ୍ଚା ହେଉଛି । ଯଦି ମୁଖ୍ୟମନ୍ତ୍ରୀ ସେମିତି କିଛି ନିଷ୍ପତ୍ତି ନିଅନ୍ତି ତେବେ ଖୁବଶୀଘ୍ର ରାଜ୍ୟ ଆଉ ଜଣେ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଦେଖିବ । ସମ୍ଭାବ୍ୟ ନିର୍ବାଚନ ବର୍ଷ ହୋଇଥିବାରୁ ଏହାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ସେମିତି ନହୁଏ, ତେବେ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଅତିରିକ୍ତ ଦାଇତ୍ବରେ ରହିବେ ଅତନୁ । ଅତନୁ ଦାୟିତ୍ବରେ ଥିବା ଦୁଇ ବିଭାଗ କାର୍ଯ୍ୟ ଦକ୍ଷତାର ସହ ତୁଲାଉଛନ୍ତି । ତେଣୁ ଉଚ୍ଚଶିକ୍ଷା ବିଭାଗ ତାଙ୍କ ଲାଗି ବିଶେଷ ସମସ୍ୟା ସୃଷ୍ଟି କରିବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.