ETV Bharat / state

ସୁଦୃଢ ହେବ ସ୍ୱାସ୍ଥ୍ୟସେବା, ଆହୁରି ଅଧିକ ୨୭୪ ସ୍ପେସାଲିଷ୍ଟ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ - ସ୍ପେସାଲିଷ୍ଟ୍ ବିଭାଗ

"ଚଳିତ ବର୍ଷ ଅଧିକ ୨୭୪ ସହକାରୀ ପ୍ରଫେସର ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନିଆଯିବା ସହିତ ଇତି ମଧ୍ୟରେ ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ବିଭାଗ ପକ୍ଷରୁ ଓଡ଼ିଆ ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଛି," କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ । ଅଧିକ ପଢନ୍ତୁ

ଚଳିତ ବର୍ଷ ସ୍ପେସାଲିଷ୍ଟ୍ ବିଭାଗମାନଙ୍କରେ ସହକାରୀ ପ୍ରଫେସର ନିଯୁକ୍ତ, ଅଧିକ ୨୭୪ ସ୍ପେସାଲିଷ୍ଟ୍ ପାଇଁ ପ୍ରକ୍ରିୟା ଆରମ୍ଭ

author img

By

Published : Dec 1, 2022, 10:43 PM IST

ଭୁବନେଶ୍ବର: ଚଳିତ ବର୍ଷ ସ୍ପେସାଲିଷ୍ଟ୍ ବିଭାଗମାନଙ୍କରେ ସହକାରୀ ପ୍ରଫେସର ନିଯୁକ୍ତ । ରାଜ୍ୟବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ଏନେଇ ରାଜ୍ୟ ସରକାର ଚଳିତ ବର୍ଷ ୨୩ ଟି ସ୍ପେସାଲିଷ୍ଟ୍ ବିଭାଗରେ ୨୪୯ ଜଣ ସହକାରୀ ପ୍ରଫେସରଙ୍କ ନିଯୁକ୍ତି ଦେଇଛନ୍ତି । ଏମାନଙ୍କୁ ବିଭିନ୍ନ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ନିୟୋଜନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ଅଧିକ ୨୭୪ ସହକାରୀ ପ୍ରଫେସର ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନିଆଯିବା ସହିତ ଇତି ମଧ୍ୟରେ ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ବିଭାଗ ପକ୍ଷରୁ ଓଡ଼ିଆ ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଛି ।

ଅନ୍ୟପଟେ ୨୭୪ ଜଣ ସ୍ପେସାଲିଷ୍ଟ୍ ମୁଖ୍ୟତଃ ନିଶ୍ଚେତକ, ଆନାଟୋମି, ବାଇଓ-କେମେଷ୍ଟ୍ରି, ଇ.ଏନ୍.ଟି., ଏଫ୍.ଏମ୍.ଆଣ୍ଡ ଟି., ମେଡିସିନ୍, ମାଇକ୍ରୋ-ବାଇଓଲୋଜି, ସ୍ତ୍ରୀ ଓ ପ୍ରସୂତି, ଚକ୍ଷୁ , ଅସ୍ଥି ଶଲ୍ୟ ସର୍ଜରୀ, ଶିଶୁ ଚିକିତ୍ସା, ପାଥୋଲୋଜି, ଫାର୍ମାକୋଲୋଜି, ଫିଜିଓଲୋଜି, ମାନସିକ ବିକାରଗ୍ରସ୍ତ, ରେଡିଓ-ଡାଇଗ୍ନୋସିସ୍, କମ୍ୟୁନିଟି ମେଡିସିନ୍, ଚର୍ମ ଓ ଭି.ଡି., ସର୍ଜରୀ, ଯକ୍ଷ୍ମା, ଜରୁରୀକାଳୀନ ମେଡିସିନ୍, ଫିଜିକାଲ ମେଡିସିନ୍ ଏବଂ ପୁନଃସ୍ଥାପନ ଆଦି ବିଭାଗରେ ନିୟୋଜିତ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.