ETV Bharat / state

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ୮ଟି ସ୍ଥାନରେ ରେଡ

author img

By

Published : Nov 14, 2022, 12:10 PM IST

Updated : Nov 14, 2022, 1:20 PM IST

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ 8 ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ୮ଟି ସ୍ଥାନରେ ଚାଲିଛି ରେଡ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଉଦଳା ସବଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଉଦଳା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ (RWSS)ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ଅନେକ ଗୁଡ଼ିଏ ପ୍ଲଟ୍ ଓ ଫ୍ଳାଟ ଠାବ କରିଛି ଭିଜିଲାନ୍ସ ଟିମ୍ ।

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ୮ଟି ସ୍ଥାନରେ ରେଡ

ଭୁବନେଶ୍ୱର ଆଇଗିଣିଆ ସ୍ଥିତ ଖାରବେଳ କମ୍ପ୍ଲେକ୍ସ, ପାତ୍ରପଡ଼ାରେ ଟାୱାର ବ୍ଲୁ ହିଲ ଆପାର୍ଟମେଣ୍ଟ, ଖଣ୍ଡଗିରିରେ ସମ୍ପି କମ୍ପ୍ଲେକ୍ସରେ ଏସପିଏସ କନଷ୍ଟ୍ରକ୍ସନ, ନୟାପଲ୍ଲୀର ଏନ୍ ୬ରେ ତ୍ରିଭେଣି ଅଟୋଟେକ ସହ କେନ୍ଦ୍ରାପଡା ଦାନପୁରରେ ଥିବା ଘର, ଓସ୍ତପୁରରେ ସମ୍ପର୍କୀୟ ଘର, ଉଦଳା ଅଫିସ ଚାମ୍ବର ସମେତ ଉଦଳାରେ ଥିବା ସରକାରୀ କ୍ବାଟରରେ ତନତନ କରି ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ରେଡରେ ଅନେକ ପ୍ଲଟ ଓ ଫ୍ଲାଟ ସୁରାକ ପାଇଛନ୍ତି ଭିଜିଲାନ୍ସ ଟିମ । ଏଥିସହ ବ୍ୟାଙ୍କ ଡିପୋଜିଟ ସହ ଇନସୁରାନ୍ସ ଓ ସୁନା ଗହଣା ମଧ୍ୟ ଜବତ ହୋଇଛି । ଯାହାକୁ ଆକଳନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

ଏହା ବି ପଢନ୍ତୁ...ମହଙ୍ଗା ପଡ଼ିଲା ମଦ ବେପାରୀଙ୍କୁ ଲାଞ୍ଚ ମାଗିବା, ଅବକାରୀ କନେଷ୍ଟବଳ ନିଲମ୍ବିତ

ଚଢାଉରେ ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୮ ଡିଏସପି, ୫ ଇନସ୍ପେକ୍ଟର, ଜଣେ ଏସଆଇ ଓ ୧୧ ଏଏସଆଇ ସାମିଲ ହୋଇଛନ୍ତି । ଖୋଳତାଡ଼ ଜାରି ରହିଛି । ଜଣେ ସରକାରୀ କର୍ମଚାରୀ କିପରି ଏତେ ଟଙ୍କାର ମାଲିକ ହେଲେ ଓ ତାଙ୍କ ସମ୍ପର୍କୀୟ ନାଁରେ କିପରି ଟଙ୍କା ରଖିଛନ୍ତି ତାର ଲିଙ୍କ ଖୋଜୁଛି ଭିଜିଲାନ୍ସ ଟିମ । ଚଢାଉ ପରେ ସମସ୍ତ ସମ୍ପତ୍ତିର ଆକଳନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ଇଟିିଭି ଭାରତ, ଭୁବନେଶ୍ବର

Last Updated : Nov 14, 2022, 1:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.