ETV Bharat / state

ରାଜ୍ୟ ସରକାରଙ୍କ ଚାଷୀଙ୍କ ପାଇଁ ମିଛ ଦରଦ ଧରାପଡ଼ିଛି: ସୂର୍ଯ୍ୟବଂଶୀ

author img

By ETV Bharat Odisha Team

Published : Sep 28, 2023, 9:34 AM IST

Updated : Sep 28, 2023, 10:03 AM IST

ଏମଏସପିରେ ରାଜ୍ୟ ସରକାରଙ୍କ ଅବଦାନ ନେଇ ପ୍ରଶ୍ନ ପଚାରିଲେ କୃଷିମନ୍ତ୍ରୀ ଉତ୍ତର ଦେଉନାହାନ୍ତି । ରାଜ୍ୟ ସରକାରଙ୍କ ଚାଷୀଙ୍କ ପାଇଁ ମିଛ ଦରଦ ଧରାପଡ଼ିଛି ବୋଲି କହିଛନ୍ତି ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ଅଧିକ ପଢନ୍ତୁ

mla surjyabanshi suraj targets state govt
Assembly monsoon session

Assembly monsoon session

ଭୁବନେଶ୍ବର: ଧାନର ଏମଏସପିକୁ ନେଇ ପୁଣି ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଧାୟକ । ଓଡିଶା ସରକାରଙ୍କ ଚାଷୀମାନଙ୍କ ପ୍ରତି ମିଛ ଦରଦ ଧରାପଡ଼ିଛି । ଏମଏସପିରେ ରାଜ୍ୟ ସରକାରଙ୍କ ଅବଦାନ ନେଇ ପ୍ରଶ୍ନ ପଚାରିଲେ କୃଷିମନ୍ତ୍ରୀ ଉତ୍ତର ଦେଉନାହାନ୍ତି । ଧାନର ବୋନସ ବାବଦରେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରଶ୍ନକୁ ରାଜ୍ୟ ସରକାର ଏଡ଼ାଇ ଦେବା ପରେ ରାଜ୍ୟ ସରକାରଙ୍କ ଉପରେ କିଛି ଏମିତି କହି ବର୍ଷିଛନ୍ତି ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ।

ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଅଣ ତାରକା ପ୍ରଶ୍ନ ସଂଖ୍ୟା ୮୨୦ରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ରାଜ୍ୟ ସରକାରଙ୍କ ଅବଦାନ ସମ୍ପର୍କରେ ପ୍ରଶ୍ନ କରିଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଧାନରେ ବୋନସ୍‌ ଘୋଷଣା କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ତାହା ଦେଇ ନଥିବା ବେଳେ ଚଳିତ ଖରିଫ ବିକ୍ରୟ ଋତୁ ପାଇଁ ପ୍ରତି କ୍ଵିଣ୍ଟାଲ ପିଛା ୫୦୦ ଟଙ୍କା ଦେବେ କି ନାହିଁ ସେ ସମ୍ପର୍କରେ ସୁରଜ ପ୍ରଶ୍ନ କରିଥିଲେ । କିନ୍ତୁ ରାଜ୍ୟ ସରକାର ୫୦୦ ଟଙ୍କା ବୋନସ ଦେବାକୁ ସିଧାସଳଖ ଏଡ଼ାଇ ଦେଇ କେନ୍ଦ୍ର ପାଖରେ ଦାବି ରଖିଥିବା ପ୍ରସଙ୍ଗ ଉତ୍ତରରେ ଉତ୍ଥାପନ କରିଥିଲେ ।

କ୍ବୁଣ୍ଟାଲ୍‌ ପିଛା 2 ହଜାର183 ଟଙ୍କା କେନ୍ଦ୍ର ଦେଉଥିବାବେଳେ ରାଜ୍ୟ ସରକାରଙ୍କ ଅବଦାନ ରହିଛି କଣ ? ଖରିଫରେ 500 ଟଙ୍କା ବୋନସ ଦେବା ନେଇ ବିଜେପିର ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ ରାଜ୍ୟ ସରକାର । ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗିଛନ୍ତି କୃଷିମନ୍ତ୍ରୀ । 2016ରେ ବରଗଡ଼ ଜିଲ୍ଲା ସୋହେଲାରେ ଏକ ଚାଷୀ ସମାବେଶରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଚାଷୀଙ୍କୁ 100 ଟଙ୍କା ବୋନସ ଦେବେ ବୋଲି ଘୋଷଣା କରିଥିଲେ । ଘୋଷଣାକୁ 7 ବର୍ଷ ବିତି ଯାଇଥିଲେ ସୁଦ୍ଧା ଚାଷୀଙ୍କୁ ବୋନସ ଦେଇନାହାନ୍ତି ରାଜ୍ୟ ସରକାର ।

ଏହା ବି ପଢନ୍ତୁ...ମୌସୁମୀ ଅଧିବେଶନ: ଗୃହରେ ରୋଚକ ଚିତ୍ର, ବିଧାନସଭାର ଏପାଖ ସେପାଖ

ସୁରଜଙ୍କ ପ୍ରଶ୍ନକୁ ସମ୍ପୂର୍ଣ୍ଣ ଏଡାଇ ଦେଇଥିଲେ କୃଷିମନ୍ତ୍ରୀ । ଅନ୍ୟପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2930 ଟଙ୍କା କରାଯାଉ ବୋଲି କେନ୍ଦ୍ର ବିରୋଧରେ ବଡ଼ ପାଟିରେ ନାରା ଦେଇଥିଲେ ବିଜେଡି ବିଧାୟକ । ଏହା ଚାଷୀଙ୍କ ପାଇଁ ଶାସକ ଦଳ ବିଧାୟକଙ୍କ କୁମ୍ଭୀର କାନ୍ଦଣା ବୋଲି କହିଛନ୍ତି ସୁରଜ । 2021ବେଳକୁ ଏମ୍‌ଏସ୍‌ପି 558 ଟଙ୍କା ବୃଦ୍ଧି ପାଇ 1868ରେ ପହଞ୍ଚିଥିଲା । ପୁଣି ବର୍ଷେ ପରେ ଏହା 72 ଟଙ୍କା ବଢି 1940 ଟଙ୍କା ହୋଇଥିଲା ।

2022-23ରେ କେନ୍ଦ୍ର ସରକାର ଆଉ 100 ଟଙ୍କା ବୃଦ୍ଧି କରି ସର୍ବନିମ୍ନ ସହାୟକ ମୁଲ୍ୟ 2040 ଟଙ୍କା କଲେ । ଏଥର ଜୁନରେ ଆଉ 143 ଟଙ୍କା ବଢିବା ପରେ ଧାନର କୁଇଣ୍ଟାଲ ପିଛା ମୁଲ୍ୟ 2183 ଟଙ୍କାରେ ପହଁଞ୍ଚିଛି କିନ୍ତୁ ଓଡ଼ିଶାରେ ମଣ୍ଡି ଅବ୍ୟବସ୍ଥା, ଧାନ କିଣାରେ ମିଲରଙ୍କ ମନମାନୀ, ବ୍ୟାପକ କଟନୀଛଟନୀ ଏବଂ ଅଭାବୀ ବିକ୍ରି ଯୋଗୁଁ ଚାଷୀ କ୍ଷତି ସହୁଛନ୍ତି । ଯେଉଁଥିପାଇଁ ଓଡ଼ିଶା ଚାଷୀଙ୍କ ମାସିକ ଆୟ ମାତ୍ର 5 ହାଜର 112 ଟଙ୍କା । ଓଡ଼ିଶା ସବୁ ରାଜ୍ୟ ଭିତରେ ଚାଷୀଙ୍କ ଆୟ କ୍ଷେତ୍ରରେ ତଳ ଆଡୁ 2 ନମ୍ୱର ଅଛନ୍ତି ବୋଲି କହିଛନ୍ତି ବିଧାୟକ ସୂର୍ଯ୍ୟବଂଶୀ ସୂରଜ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 28, 2023, 10:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.