ETV Bharat / state

Monsoon Session: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା, ବରିଷ୍ଠ ଅଧିକାରୀଙ୍କ ଘରେ ନିୟୋଜିତ ନାହାନ୍ତି ହୋମଗାର୍ଡ

ହୋମଗାର୍ଡ ବରିଷ୍ଠ ପୋଲିସ ଅଧିକାରୀଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 26, 2023, 10:43 AM IST

Assembly Monsoon Session
Monsoon Session

ଭୁବନେଶ୍ବର: ବରିଷ୍ଠ ପୋଲିସ ଅଧିକାରୀଙ୍କ ଘରୋଇ କାର୍ଯ୍ୟରେ ରାଜ୍ୟର କୌଣସି ହୋମଗାର୍ଡ ନିଯୁକ୍ତ ନାହାନ୍ତି । ହୋମଗାର୍ଡ ବରିଷ୍ଠ ପୋଲିସ ଅଧିକାରୀଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ରାଜ୍ୟ ସରକାର । ବିଧାନସଭାର ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, "ରାଜ୍ୟରେ କୌଣସି ହୋମଗାର୍ଡଙ୍କୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ କରାଯାଇ ନାହିଁ । ଅନୁଗୋଳରେ ଆତ୍ମହତ୍ୟା ଉଦ୍ୟମ କରି ଦୁଇ ଗୋଡ଼ ହରାଇଥିବା ମହିଳା ହୋମଗାର୍ଡଙ୍କ ସମସ୍ତ ଚିକିତ୍ସା ବନ୍ଦୋବସ୍ତ କରାଯାଇଛି । ଏହାବ୍ୟତୀତ ଗୃହରକ୍ଷୀ କଲ୍ୟାଣ ପାଣ୍ଠିରୁ ତାଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ଦୁଇ ଗୋଡ଼ ହରାଇଥିବା ଉକ୍ତ ମହିଳା ହୋମଗାର୍ଡଙ୍କ ପ୍ରସଙ୍ଗରେ ରାଜ୍ୟ ମାନବାଧିକାର କମିଶନ ଓ ରାଜ୍ୟ ମହିଳା କମିଶନଙ୍କ ନିର୍ଦ୍ଦେଶରେ ରାଜ୍ୟ ମହିଳା ଅପରାଧ ଶାଖା ଘଟଣାର ତଦନ୍ତ କରୁଛି । ଗୋଡ଼ ହରାଇଥିବା ସମ୍ପୃକ୍ତ ମହିଳା ହୋମଗାର୍ଡ ଏବେ ଚିକିତ୍ସାଧୀନ । ବିପଦମୁକ୍ତ ଓ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।"

ଏହା ବି ପଢନ୍ତୁ...Budget Session: ଲାଞ୍ଜିଗଡରେ କେବେ ବସିବ ମୋବାଇଲ ଟାୱାର? ଉତ୍ତର ରଖିଲେ ଆଇଟି ମନ୍ତ୍ରୀ

ତେବେ ଘଟଣାର ଏତେଦିନ ପରେ ବି ଆଇପିଏସ ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ସେ ସମ୍ପର୍କରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମନ୍ତ୍ରୀ କିଛି ସୂଚନା ଦେଇନାହାନ୍ତି । ହୋମଗାର୍ଡମାନେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗକୁ ମନ୍ତ୍ରୀ ଏଡ଼ାଇ ଯାଇଛନ୍ତି । ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ।

ଏହା ବି ପଢନ୍ତୁ...Monsoon Session: ଦ୍ବିତୀୟ ଦିନରେ ଗୃହରେ ରୋଚକ ଚିତ୍ର, ପଢନ୍ତୁ ବିଧାନସଭାର ଏପାଖ ସେପାଖ

ପ୍ରକାଶ ଥାଉ କି, ଗତ ମାସରେ DIG ବ୍ରିଜେଶ ରାଏଙ୍କ ପତ୍ନୀଙ୍କଠାରୁ ମାନସିକ ନିର୍ଯାତନାର ଶିକାର ହୋଇଥିବା ହୋମାଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ଜୀବନ ତ ବଞ୍ଚିଯାଇଥିଲା ହେଲେ ସେ ତାଙ୍କ ଦୁଇ ଗୋଡ଼ ହରାଇଥିଲେ । ଏହି ଘଟଣାକୁ ନେଇ ବିବାଦ ଦେଖା ଦେଇଥିଲେ । ବରିଷ୍ଠ ପୋଲିସ ଅଧିକାରୀଙ୍କ ବ୍ୟକ୍ତିଗତ କାମରେ ଜଣେ ହୋମଗାର୍ଡ ନିଯୁକ୍ତ ହେବେ କେତେ ଦୂର ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଜକୁ ଦିଆଯାଇଥିଲା । ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ନିର୍ଯାତନା ଯୋଗୁଁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ପରେ ସରକାରଙ୍କ ଅଡ଼ୁଆ ବଢ଼ିଥିଲା । ତରବରିଆ ଭାବେ ଅନୁଗୋଳରେ ଡିଆଇଜି ଥିବା ବ୍ରିଜେଶ ରାୟଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.