ETV Bharat / state

Monsoon Session: ଜାତୀୟ ରାଜପଥ ପ୍ରସଙ୍ଗରେ ବିଜେଡି ବିଜେପି ମୁହାଁମୁହିଁ, ଦୀପାଳିଙ୍କୁ କୁସୁମଙ୍କ ସମାଲୋଚନା - ମୌସୁମୀ ଅଧିବେଶନ

ବିଧାନସଭା ମୌସୁମୀ ଅଧିବେଶନରେ ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ ସମାଲୋଚନାର ଶିକାର ହୋଇଛନ୍ତି ବିଧାୟିକ ଦୀପାଳି ଦାସ । ଅଧିକ ପଢନ୍ତୁ

face off between bjd and bjp over national highway
ଜାତୀୟ ରାଜପଥ ପ୍ରସଙ୍ଗରେ ବିଜେଡି ବିଜେପି ମୁହାଁମୁହିଁ
author img

By ETV Bharat Odisha Team

Published : Sep 25, 2023, 1:57 PM IST

ଜାତୀୟ ରାଜପଥ ପ୍ରସଙ୍ଗରେ ବିଜେଡି ବିଜେପି ମୁହାଁମୁହିଁ

ଭୁବନେଶ୍ବର: ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଜି ଗୃହରେ ବିଜେପି ସରକାରଙ୍କୁ ଘେରିଥିଲା । ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ଗୃହରେ ବିରୋଧୀ ବିଜେପି ହୋ ହାଲ୍ଲା କରିଥିଲା । ପ୍ରଶ୍ନକାଳ ଧୋଇ ଯାଇଥିଲା । ଏହାରି ଭିତରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇଥିଲେ ବିଜେଡି ବିଧାୟିକା ଦୀପାଳି ଦାସ । ଏହାକୁ ନେଇ ବିଜେଡି ବିଧାୟିକା କୁସୁମ ଟେଟେ ତାଙ୍କୁ ଟାର୍ଗେଟ କରିଥିଲେ ।

ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ ବିଧାୟିକା ଦୀପାଳି ଦାସ କହିଛନ୍ତି, କଟକ-ସମ୍ବଲପୁର ଜାତୀୟ ରାଜପଥ ଉପରେ ପଶ୍ଚିମ ଓଡ଼ିଶାବାସୀ ନିର୍ଭର କରନ୍ତି । ଏହାଛଡ଼ା ଖାଲି ପଶ୍ଚିମ ଓଡିଶାବାସୀ ନୁହଁନ୍ତି ସମସ୍ତ ରାଜ୍ୟବାସୀ ମଧ୍ୟ ନିର୍ଭରଶୀଳ । ହେଲେ ଏଯାଏ କାମ ସରିନାହିଁ । ଏ ପର୍ଯ୍ୟନ୍ତ ଏହି ରାଜପଥ କାହିଁକି ଶେଷ ହୋଇପାରୁନାହିଁ ସ୍ପଷ୍ଟ କରନ୍ତୁ । ମୁଁ ପ୍ରଶ୍ନ ପଚାରିବାକୁ ଚାହୁଁଛି ଆଜି ଯାଏଁ କାହିଁକି କାମ ସରିନାହିଁ । ଯେଉଁ 400ଟି ଦୁର୍ଘଟଣା ହେଉଛି ଏହାର ଦାୟୀ କିଏ ? କେନ୍ଦ୍ର ସରକାର 2015ରେ 8 ହଜାର କୋଟିର ଏକ କୋଷ୍ଟାଲ ହାଇୱେ ଦେଇଥିଲେ ମାତ୍ର ଏହା ଲଜ୍ୟାକର ବିଷୟ ଯେ ଏ ଯାଏଁ କାମ ହେଉନାହିଁ । ପଚାରିଲେ କହୁଛନ୍ତି ଡିପିଆର ପ୍ରସ୍ତୁତ ହେଉଛି । ଆଉ କେତେ ଭୂଆଁ ବୁଲାଇବେ ସେମାନେ ? କାହିଁକି ଅବହେଳା କରୁଛନ୍ତି ? ଓଡିସାବାସୀଙ୍କୁ ଆଉ କେତେ ଠକିବେ ?''

ଏହା ବି ପଢନ୍ତୁ...Assembly Monsoon Session: ମୁଖ୍ୟମନ୍ତ୍ରୀଙ୍କ ପାଲଟା ପ୍ରଶ୍ନ, ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିଲେ ଅସୁବିଧା କେଉଁଠି ?

ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ ବିଧାୟିକା ଦୀପାଳି ଦାସ ସମାଲୋଚନା ହୋଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେ ତାଙ୍କୁ ସମାଲୋଚନା କରି କହିଛନ୍ତି, "କେନ୍ଦ୍ର ସରକାର ଟଙ୍କା ଦେଇ ସାରିଛନ୍ତି । ସେ ଭଉଣୀ ବୋଧେ ଜାଣି ନାହାନ୍ତି ତାଙ୍କ ବାପା ଥିବା ସମୟରେ ଏ କାମ ଚାଲିଛି । ତାଙ୍କ ବାପା ମନ୍ତ୍ରୀ ଥିଲେ ସେ ବି କରି ପାରିଥାଆନ୍ତେ । ଭାରତ ସରକାର ଟଙ୍କା ଦେଇଛନ୍ତି ହେଲେ ରାଜ୍ୟ ସରକାରଙ୍କ ଏହା କାମ । ଏମିତି ସମୟରେ ସେ ଏଭଳି ଯୁକ୍ତି ରଖୁଛନ୍ତି । ସେ ଜାଣିଛନ୍ତି ନାହିଁ ମୁଁ ଜାଣିନାହିଁ । ତାଙ୍କ ବାପାଙ୍କ ହତ୍ୟାକାରୀକୁ ଯଦି ଖୋଜି ପାରନ୍ତେ ଆଉ ରାଜ୍ୟ ସରକାରଙ୍କୁ ଯଦି ଏମିତି ପ୍ରଶ୍ନ ପଚାରିପାରନ୍ତେ ତେବେ ଭଲ ହୁଅନ୍ତା, ଆମେ ତାଙ୍କୁ ସମର୍ଥନ କରିବୁ ।"

ଏହା ବି ପଢନ୍ତୁ...Assembly Monsoon Session: ପ୍ରଶ୍ନକାଳରେ ଗୃହ ବନ୍ଦ ଠିକ ନୁହେଁ କହିଲା କଂଗ୍ରେସ

ପ୍ରକାଶ ଥାଉ କି, ବିଧାନସଭା ମୌସୁମୀ ଅଧିବେଶନ ଦ୍ବିତୀୟ ଦିନରେ ଆରମ୍ଭରୁ ଗୃହ ଅଚଳ ହୋଇଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ । ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବ ଗୃହିତ ନହେବାରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା । ନିଜ ଆସନରେ ଛିଡ଼ା ହୋଇ ବିଜେପି ସଦସ୍ୟ ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ପାଖରେ ହୋ ହାଲ୍ଲା କରିଥିଲେ ବିଜେପି ସଦସ୍ୟ । ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇନଥିଲା । ଫଳରେ ପ୍ରଥମେ 11ଟା 30 ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପରେ ପୁଣି ଗୃହକାର୍ଯ୍ୟ ସ୍ବଭାବିକ ହୋଇଥିଲା । ସିଏମଓ ଜନଶୁଣାଣି ଓ ସଚିବଙ୍କ ଗସ୍ତ ନେଇ ଗୃହରେ ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ଏହାପରେ ଗୃହକୁ ଅପରାହ୍ନ 4ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.