ETV Bharat / state

ମିଲରଙ୍କ କଟନି ଛଟନି ଓ ଟାଟା ପାୱାରର ଶୋଷଣ ନୀତିକୁ ବିରୋଧ, ବିଧାନସଭା ଘେରିଲା ନବନିର୍ମାଣ କୃଷକ ସଂଗଠନ - ନବନିର୍ମାଣ କୃଷକ ସଂଗଠନ

ମିଲରଙ୍କ କଟନି ଛଟନି ଓ ଟାଟା ପାୱାରର ଗ୍ରାହକଙ୍କୁ ଶୋଷଣ ବିରୋଧରେ ବିଧାନସଭା ଘେରିଛି ନବନିର୍ମାଣ କୃଷକ ସଂଗଠନ । ଚାଷୀଙ୍କ ପ୍ରାଇଜ, ପ୍ରେଷ୍ଟିଜ ଓ ପେନ୍‌ସନ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛି ସଂଗଠନ । ଅଧିକ ପଢ଼ନ୍ତୁ

ବିଧାନସଭା ଘେରିଲା ନବନିର୍ମାଣ କୃଷକ ସଂଗଠନ
ବିଧାନସଭା ଘେରିଲା ନବନିର୍ମାଣ କୃଷକ ସଂଗଠନ
author img

By

Published : Mar 20, 2023, 4:36 PM IST

ବିଧାନସଭା ଘେରିଲା ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର: ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ । ଏହି ସମୟରେ ବିଧାନସଭା ଘେରିଛି ନବ ନିର୍ମାଣ କୃଷକ ସଂଗଠନ । ମିଲରଙ୍କ କଟନି ଛଟନି ଓ ଟାଟା ପାୱାରର ଗ୍ରାହକଙ୍କୁ ଶୋଷଣ ବିରୋଧ ସମେତ ଚାଷୀଙ୍କୁ ସାମ୍ମନ ଓ ଚାଷୀଙ୍କ ପେନସନ ଲାଗୁ ଦାବିକୁ ନେଇ ବିଧାନସଭା ଘେରିଛି ନବନିର୍ମାଣ କୃଷକ ସଂଗଠନ । ଏନେଇ ଭୁବନେଶ୍ବର ରେଳ ଷ୍ଟେସନରୁ ଶହଶହ କୃଷକ ଶୋଭାଯାତ୍ରାରେ ବିକ୍ଷୋଭ ପଦର୍ଶନ କରି ବିଧାନସଭା ଘେରାଉ କରିଛନ୍ତି । ମାଷ୍ଟର କ୍ୟାଣ୍ଟିନ୍‌ରୁ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଚାଲିଚାଲି ଆସି ସରକାରୀ ବିରୋଧି ନାରାବାଜି ଦେବା ସହ ହାଲ୍ଲବୋଲ କରିଛି ଏହି କୃଷକ ସଂଗଠନ ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ କରି ଗାନ୍ଧି ମାର୍ଗରେ ଗର୍ଜିଛି ନବନିର୍ମାଣ କୃଷକ ସଂଗଠନ । ସେ ରାଜ୍ୟ ସରକାର ହୁଅନ୍ତୁ ଅବା କେନ୍ଦ୍ର ସରକାର, ଚାଷୀଙ୍କ ସ୍ବାର୍ଥରେ ଆଇନ ଆଣିବା ହେଉ ଅବା ସୁବିଧା ସୁଯୋଗ ଦେବା ହେଉ, ସବୁଥିରେ ଉଭୟ ସରକାର ଫେଲ ମାରିଥିବା ଅଭିଯୋଗ କରିଛି କୃଷକ ସଂଗଠନ । ଖାଲି ସେତିକି ନୁହେଁ, ବିଭିନ୍ନ ସମୟରେ ମିଲରଙ୍କ ଶୋଷଣରୁ ଅଘୋଷିତ କଟନି ଛଟନି ପ୍ରସଙ୍ଗ ବିଧାନସଭାରେ ଉଠିଥିଲେ ମଧ୍ୟ ଏନେଇ ସରକାରଙ୍କ କାର୍ଯ୍ୟନୁଷ୍ଠାନ ଶୂନ ରହିଛି । ଗଣତନ୍ତ୍ରର ଗୃହରେ କୃଷକଙ୍କ ପ୍ରସଙ୍ଗକୁ ଅଣଦେଖା କରି ତାଙ୍କ ଦାବିକୁ ପୂରଣ କରିବାରେ ମଧ୍ୟ ସରକାର ଫେଲ ହୋଇଥିବା ସଂଗଠନ କହିଛି । ତେଣୁ ଚାଷୀଙ୍କୁ କିଭଳି ପ୍ରାଇଜ ପେନ୍ସନ ଓ ପ୍ରେଷ୍ଟିଜ ମିଳିବ, ସେନେଇ ରାଜରାସ୍ତାକୁ ଓହ୍ଲାଇଛି ନବନିର୍ମାଣ କୃଷକ ସଂଗଠନ ।

ସେହିପରି ଟାଟା ପାୱାର ଲୋକଙ୍କ ଉପରେ ଯେଉଁ ଅତ୍ୟାଚାର କରୁଛି, ସେନେଇ ଗର୍ଜିଥିଲେ ନବନିର୍ମାଣ କୃଷକ ସଂଗଠନର ସଦସ୍ୟ । ସରକାର ବିଭିନ୍ନ ସମୟରେ କାହାର ନା କାହାର ଦରମା ବୃଦ୍ଧି କରୁଛନ୍ତି, କିନ୍ତୁ ନା ଚାଷୀଙ୍କ ପାଇଁ କିଛି ପେନ୍ସନ ରହିଛି ନା ଧାନ ଉପରେ ବୋନସ ଅଛି । ସବୁବେଳେ ଚାଷୀଙ୍କୁ ସରକାର ଅଣଦେଖା କରୁଥିବା ବେଳେ ଏଭଳି ମହଙ୍ଗା ଯୁଗରେ ବିଦ୍ୟୁତ ଦର ବୃଦ୍ଧି କରି ସାଧାରଣ ବା ଚାଷୀ ମୂଲିଆଙ୍କୁ ଅତ୍ୟାଚାର କରୁଛନ୍ତି ବୋଲି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ କହିଛନ୍ତି । ଏହା ଦ୍ବାରା ଗଣତନ୍ତ୍ର ରାସ୍ତାରେ କୃଷକଙ୍କ ପ୍ରତି ସମ୍ପୂର୍ଣ୍ଣ ବିସଙ୍ଗତି ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, "ଟାଟା ପାୱାର ସରକାର ଯେବେଠାରୁ ବିଦ୍ୟୁତ ଦାୟିତ୍ବ ହସ୍ତାନ୍ତର କରିଛନ୍ତି, ସେବେଠାରୁ ବିଦ୍ୟୁତ ଦର ବୃଦ୍ଧି ହେଉଛି । ଯାହା ରାଜ୍ୟ ସରକାରଙ୍କ ଟାଟା ସହ ହୋଇଥିବା ମଧୁଚନ୍ଦ୍ରିକାକୁ ପଦାରେ ପକାଉଛି । ଟାଟାର ଶୋଷଣକୁ ନେଇ ସରକାର ଚୁପ ବସିଥିବା ବେଳେ ରାଜ୍ୟରୁ ବିଦ୍ୟୁତ ଚୋରି ହେଉଛି ଆଉ ଓଡ଼ିଶାର ଜନଗଣଙ୍କ ରକ୍ତ ଶୋଷିବାରେ ଏକ ନମ୍ବର ସର୍ଦ୍ଦାର ସାଜିଛି ଟାଟା । ତେଣୁ ଆଉ ସରକାରଙ୍କ ଏହି ଜୁଲମକୁ ସହ୍ୟ କରିବନି ନବନିର୍ମାଣ କୃଷକ ସଂଗଠନ । ଆଜି ନୁହେଁ, ସରକାରଙ୍କ ବିରୋଧରେ ଏ ଲଢ଼େଇ ଚାଷୀଙ୍କୁ ନ୍ୟାୟ ଏବଂ ଓଡ଼ିଶାର ଜନସାଧରଣକୁ ନ୍ୟାୟ ନମିଳିବ ଯାଏଁ ଚାଲିବ । ତେଣୁ ସରକାରଙ୍କ ପାଖରେ ଦାବି ରଖିଛୁ, ଚାଷୀଙ୍କୁ ପେନ୍‌ସନ ଦେବା ସହ ଟାଟାର ଶୋଷଣ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ସହ ଅଘୋଷିତ ବିଦ୍ୟୁତ କାଟକୁ କମ କରନ୍ତୁ । ନହେଲେ ଚାଷୀଙ୍କ ସମେତ ସାଧାରଣ ଲୋକେ ମଧ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବେ । ଆଉ ଉଭୟ ସରକାରଙ୍କୁ ଉଚିତ ଜବାବ ଦେବେ ।"

ଅନ୍ୟପଟେ ଅନ୍ୟ ରାଜ୍ୟ ଯେପରିକି ତେଲେଙ୍ଗାନା ଓ ପଞ୍ଜାବ ଭଳି ଚାଷୀଙ୍କୁ ମାଗଣା ବିଦ୍ୟୁତ ଦେବା ପାଇଁ ଦାବି କରିଛି ନବନିର୍ମାଣ କୃଷକ ସଂଗଠନ । ସରକାରୀ କର୍ମଚାରୀଙ୍କ ଆକାଶ ଛୁଆଁ ଦରମା ବୃଦ୍ଧି ନକରି ଚାଷୀଙ୍କୁ ପେନ୍‌ସନ ଦିଅନ୍ତୁ । ନହେଲେ ଆଗାମୀ ଦିନରେ ଚାଷୀଙ୍କ ପ୍ରାଇଜ, ପ୍ରେଷ୍ଟିଜ ଓ ପେନ୍‌ସନ ପାଇଁ ଆଗକୁ କୃଷକ ସରକାର ଆସି ରାଜ୍ୟ ସରକାରଙ୍କୁ ମାତ ଦେବେ ଆଉ ନ୍ୟାୟ ପାଇବା ଯାଏଁ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ସେ କହିଛନ୍ତି, "ସରକାର ଘରୋଇକରଣ ବନ୍ଦ କରି କୃଷି ପ୍ରଧାନ ରାଷ୍ଟ୍ରରେ କୃଷକଙ୍କ ସ୍ବାର୍ଥରେ କାର୍ଯ୍ୟ କରନ୍ତୁ । କାରଣ କୃଷକ ହସିଲେ ଦେଶ ହସିବ । ଆଉ ରାଷ୍ଟ୍ରର ବିକାଶ ହେବ ।" ନହେଲେ ଏହି ସରକାର ଆଗକୁ ଏକ ବଡ ଆନ୍ଦୋଳନକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ ବୋଲି ଚେତାବନୀ ଦେଇଛି ନବନିର୍ମାଣ କୃଷକ ସଂଗଠନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.