ETV Bharat / state

କ୍ଷମତାକୁ ଫେରିବାକୁ କଂଗ୍ରେସର କସରତ, ସେପ୍ଟେମ୍ବରରୁ ଜୋନ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Sep 18, 2023, 10:09 PM IST

ଆଗକୁ ଆସୁଛି 2024 ବିଧାନସଭା ନିର୍ବାଚନ। କ୍ଷମତାକୁ ଫେରିବାକୁ କଂଗ୍ରେସର କସରତ୍‌ । 9 ରୁ 90 ଟାର୍ଗେଟ ରଖିଥିବା କଂଗ୍ରେସ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ପାଇଁ ପ୍ରୟାସ । ଅଧିକ ପଢ଼ନ୍ତୁ

ଘରେ ଘରେ କଂଗ୍ରେସ ଘରେ ଘରେ ହାତ
ଘରେ ଘରେ କଂଗ୍ରେସ ଘରେ ଘରେ ହାତ
ଘରେ ଘରେ କଂଗ୍ରେସ ଘରେ ଘରେ ହାତ

ଭୁବନେଶ୍ବର: ଆଗକୁ ଆସୁଛି 2024 ବିଧାନସଭା ନିର୍ବାଚନ। ଏବେଠୁ ସରଗରମ ହେଲାଣି ରାଜ୍ୟ ରାଜନୀତି। ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଉଷ୍ମତା ଧରୁଛି ଓଡ଼ିଶାର ରାଜନୈତିକ ପୃଷ୍ଠଭୂମି। ଶାସକ ବିଜୁ ଜନତା ଦଳ ପୁଣିଥରେ ଶାସନ କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି। ତେବେ ବିଜେପି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ରାଜ୍ୟରେ କ୍ଷମତା ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ସେପଟେ 9 ରୁ 90 ଟାର୍ଗେଟ ରଖିଥିବା କଂଗ୍ରେସ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ପାଇଁ "ଘରେ ଘରେ କଂଗ୍ରେସ ଘରେ ଘରେ ହାତ" କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି।

ତେବେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଏବେ ପାଦେ ଆଗକୁ ଯାଇ ଘର ସଜଡ଼ା କାମ ଆରମ୍ଭ କରିଦେଇଛି। କଂଗ୍ରେସ 9 ରୁ 90 ସିଟ୍‌କୁ ଟାର୍ଗେଟ କରିଛି।ଫୋକସ 90 ସିଟ ପାଇ ଶାସନ କ୍ଷମତାକୁ କବ୍ଜା କରିବ ବୋଲି ଆଶା ରଖିଛି କଂଗ୍ରେସ । ଏଥିପାଇଁ ସେପ୍ଟେମ୍ବର ମାସ 25ରୁ ରାଜ୍ୟବ୍ୟାପୀ "ଘରେ ଘରେ କଂଗ୍ରେସ ଘରେ ଘରେ ହାତ" କାର୍ଯ୍ୟକ୍ରମ ଆରମ୍ଭ କରିବ ଦଳ। କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ରମ କରିବେ। ସାରା ଓଡିଶାକୁ 4 ଟି ଜୋନରେ ଭାଗ କରାଯାଇଛି। ପ୍ରତ୍ୟକ ଜୋନରେ 6 ରୁ 7 ଟି ଜିଲ୍ଲା ରହିବା ବେଳେ 30 ରୁ 35 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

ତେବେ ସୁର ଏହା ମଧ୍ୟ କହିଛନ୍ତି ଯେ, ଆସନ୍ତା ଅକ୍ଟୋବର ମାସରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଏଆଇସିସି ଅଧ୍ୟକ୍ଷ ମଳିକାର୍ଜୁନ ଖଡ୍‌ଗେ ଓଡ଼ିଶାର ବିଭିନ୍ନ ଜୋନକୁ ଆସି ବିଶାଳ ସଭା କରିବାର କାର୍ଯ୍ୟକ୍ରମ ରହିଛି।ଏହାସହ ଭୁବନେଶ୍ୱରରୁ ଆରମ୍ଭ ହେବ ପ୍ରଥମ ରାଜ୍ୟସ୍ତରୀୟ ବିଶାଳ ସମାବେଶ । ପରେ ଉତ୍ତର ଓଡ଼ିଶାର ବାଲେଶ୍ଵର, ପଶ୍ଚିମ ଓଡିଶାର ସମ୍ବଲପୁର, ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରରେ ଜୋନ ସ୍ତରୀୟ ସମାବେଶ ହେବ। ତେବେ ଉପକୂଳ ଓଡିଶାର ଜିଲ୍ଲା ଗୁଡିକର ସମାବେଶ ଭୁବନେଶ୍ୱରରେ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକର୍ମା ଯୋଜନାକୁ ନେଇ ବର୍ଷିଲେ ସୁର ରାଉତରାୟ, କହିଲେ ସବୁ ପ୍ରହସନ

ସେପଟେ ପିସିସି ସଭାପତି ଶରତ ପଟନାୟକ କଂଗ୍ରେସର ସ୍ଥିତି ମଜବୁତ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଭାରତ ଯୋଡୋର ଦ୍ୱିତୀୟ ପର୍ଯ୍ୟାୟରେ ପରିବର୍ତ୍ତନର ସ୍ୱର ନେଇ ଗାଁ ଗାଁକୁ ଯିବେ କଂଗ୍ରେସ କର୍ମୀ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିବ କଂଗ୍ରେସ। ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ପାଇଁ 37 ହଜାର ବୁଥକୁ ଯିବ ରାଜ୍ୟ କଂଗ୍ରେସ। ତେବେ ଓଡିଶା ବାସୀଙ୍କ ବିଶ୍ୱାସ ଜିତି ପୁଣିଥରେ କ୍ଷମତାକୁ ଆସିବା ନେଇ ମାଳ ମାଳ କାର୍ଯ୍ୟକ୍ରମ ପ୍ଲାନ କରିଛି ରାଜ୍ୟ କଂଗ୍ରେସ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.