ETV Bharat / state

Budget Session: ଶୂନ୍ୟକାଳରେ ଉଠିଲା ଆଦିବାସୀଙ୍କ ଉପରେ ପୋଲିସ ଅତ୍ୟାଚାର ପ୍ରସଙ୍ଗ - ବଜେଟ ଅଧିବେଶନ

ବିଧାନସଭା ବଜେଟ ଅଧିବେଶନ ଶୂନ୍ୟକାଳରେ ଆଜି ବୋର୍ଡେନ ଗାଁରେ ଆଦିବାସୀଙ୍କ ଉପରେ ପୋଲିସର ଅତ୍ୟାଚାର ଓ ଅପପୁଷ୍ଟି ପ୍ରସଙ୍ଗ ଉଠଛି । ଅଧିକ ପଢନ୍ତୁ

issue of malnourishment in zero hour
Budget Session
author img

By

Published : Mar 24, 2023, 1:11 PM IST

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନରେ ଆଜି ପ୍ରଶ୍ନକାଳ ସ୍ବାଭାବିକ ରହିଥିଲା । ଏହାପରେ ଶୂନ୍ୟକାଳ ଆରମ୍ଭ ହୋଇଥିଲା । ଶୂନ୍ୟକାଳରେ ଗୃହରେ ଆଦିବାସୀଙ୍କ ଉପରେ ପୋଲିସର ଅତ୍ୟାଚାର ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଅନ୍ୟପଟେ ଅପପୁଷ୍ଟି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ବୋର୍ଡେନ ଗାଁରେ ଗୋଟେ ପଟେ ମାଓବାଦୀ ଭୟ ତ ଅନ୍ୟପଟେ ପୋଲିସର ଅତ୍ୟାଚାର ଭୟରେ ଗାଁ ଛାଡ଼ୁଛନ୍ତି ଲୋକେ । ଗରିବ ଆଦିବାସୀଙ୍କୁ ବୋର୍ଡେନ-କଲିକତା-ଏବେ ଭୁବନେଶ୍ବରରେ ହାଜର ହେବାକୁ କୁହାଯାଉଛି । ଗତ 21 ଜୁନ 2022ରେ ନୂଆପଡା ବୋର୍ଡେନରେ ମାଓବାଦୀ 3 ଜଣ ସିଆରପିଏଫ ପୋଲିସଙ୍କୁ ହତ୍ୟା କରିଥିଲେ । ଏହି ଅଭିଯୋଗରେ ପୋଲିସ ବୋର୍ଡେନ ଗାଁକୁ ଯାଇ ସାକ୍ଷୀ ପ୍ରମାଣ ଯୋଗାଡ଼ ନକରି ବୋର୍ଡେନ ଗାଁର ଲୋକଙ୍କୁ ଥାନାରେ ହଜାର ହେବାକୁ ନୋଟିସ ଦେଇଥିଲେ । ଥାନାରେ ହାଜର ହେବା ପରେ ସେମାନଙ୍କୁ 50 ହଜାର ଟଙ୍କା ଅର୍ଥ ଲୋଭ ଦିଆଯାଇଥିଲା ତଥାପି ସେମାନେ ଘଟଣା ସମ୍ପର୍କରେ କିଛି ଜାଣି ନଥିବା କଥା କହିଥିଲେ । ଏହା ପରେ ବି ସେମାନଙ୍କୁ ପୁଣି ପଚରାଉଚରା କରିବା ପାଇଁ ଏନଆଇଏ କୋଲକତା ନେଇଥିଲେ । ସେଠି ତାଙ୍କୁ ଅତ୍ୟାଚାର କରଯାଇଥିଲା ବୋଲି କହଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

ଏହା ବି ପଢନ୍ତୁ...Budget Session: ପୁଞ୍ଜି ନିବେଶରେ ଜାତୀୟ ହାର ଠାରୁ ଓଡି଼ଶା ଆଗରେ, ଉତ୍ତର ରଖିଲେ ଶିଳ୍ପମନ୍ତ୍ରୀ

ଘଟଣା ସମ୍ପର୍କରେ ସେମାନେ କିଛି ଜାଣି ନଥିବା କହିବା ପରେ ବି ସେମାନଙ୍କୁ କୋଲକତା ନେଇ ଅତ୍ୟାଚାର କରାଯାଇଛି । ଯଦି ପୋଲିସ ଏଭଳି ଭାବରେ ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର କରେ, ତାହାଲେ ମାଓବାଦୀ ଚିନ୍ତାଧାରାକୁ ଦମନ କରିବା ପାଇଁ ସରକାର ଯେଉଁ ଚିନ୍ତା କରୁଛନ୍ତି ତାହା ଫଳପ୍ରଦ ହେବ ନାହିଁ । ଗୋଟେ ପଟେ ମାଓବାଦୀର ଭୟ ଅନ୍ୟପଟେ ପୋଲିସର ଅତ୍ୟାଚାର ଭୟରେ ଗାଁ ଛାଡ଼ୁଛନ୍ତି ଆଦିବାସୀ ଲୋକ । ତେଣୁ ଏହାର ପ୍ରତିବାଦ କରାଯାଇଥିଲେ ବି ଓଡିଶା ପୋଲିସ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ତେଣୁ ତୁରନ୍ତ ବିଧାନସଭାରେ ଏକ ଗୃହ କମିଟି ଗଠନ କରାଯାଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ।

ଅନ୍ୟପଟେ ଗୃହରେ ଅପପୁଷ୍ଟି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଅପପୁଷ୍ଟି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ ଜୟନାରାୟଣ ମିଶ୍ର । ରାଜ୍ୟରେ 19 ପ୍ରତିଶତ ଶିଶୁ କମ ଓଜନର ଜନ୍ମ ନେଉଛନ୍ତି । 31ପ୍ରତିଶତ ପୁଷ୍ଟିହୀନତା, 64% ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି । ଏଇଟା କଣ 5ଟି ଏହା କଣ ଓଡିଶାର ବିକାଶ ବୋଲି ପ୍ରଶ୍ନ କରିଥିଲେ ଜୟନାରାୟଣ । ଏ ନେଇ ମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ ବିରୋଧୀ ଦଳ ନେତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.