ETV Bharat / state

ଟ୍ରକକୁ ଧକ୍କା ଦେଲା ହାଇୱା, ଦୁର୍ଘଟଣାରେ ଆସାମ ଯୁବକ ମୃତ

author img

By ETV Bharat Odisha Team

Published : Nov 24, 2023, 9:49 PM IST

କାର୍ବନ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଲା କୋଇଲା ବୋଝେଇ ହାଇୱା । ଦୁର୍ଘଟଣାରେ ଟ୍ରକ ହେଲ୍ପର ମୃତ । ଅଧିକ ପଢ଼ନ୍ତୁ

ଦୁର୍ଘଟଣାରେ ଆସାମ ଯୁବକ ମୃତ
ଦୁର୍ଘଟଣାରେ ଆସାମ ଯୁବକ ମୃତ

ଦୁର୍ଘଟଣାରେ ଆସାମ ଯୁବକ ମୃତ

ଖୋର୍ଦ୍ଧା: ଦିନକୁ ଦିନ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ବେପରୁଆ ଗାଡ଼ିଚାଳନା ହେଉ କିମ୍ବା ଅସାବଧାନତା ପାଇଁ ଅକାଳରେ ଚାଲିଯାଉଛି ନିରୀହ ଜୀବନ । ତେବେ ପୁଣିଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକ ନିକଟରେ । ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଆସାମ ରାଜ୍ୟ ବରପେଟା ଥାନା ବିହାପରା ଗ୍ରାମର ମୋମିନୁଲ ଖାନ (୨୫) ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଆସାମରୁ ଏକ କାର୍ବନ ବୋଝେଇ ଟ୍ରକ ଆନ୍ଧ୍ର ଅଭିମୁଖେ ଯାଉଥିବା ବେଳେ ଆଜି ଭୋର ସକାଳ ସମୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବେଲପଡା ଛକଠାରେ ବିଶ୍ରାମ ପାଇଁ ଅଟକି ଥିଲା । ଉକ୍ତ ସମୟରେ ହେଲ୍ପର ମୋମିନୁଲ ଟ୍ରକ ଚକା ନିକଟରେ କିଛି ଯାନ୍ତ୍ରିକ ମରାମତି କାର୍ଯ୍ୟ ଜାରି ରଖିଥିଲେ । ତେବେ ସେହି ସମୟରେ କେନ୍ଦୁଝର ଯୋଡ଼ାରୁ ବ୍ରହ୍ମପୁର ଅଭିମୁଖେ ଦୃତଗତିରେ ଯାଉଥିବା ଏକ କୋଇଲା ବୋଝେଇ ହାଇୱା ପୁର୍ବରୁ ଛିଡା ହୋଇଥିବା କାର୍ବନ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ଟ୍ରକଟି ଆଗକୁ ଗାଡିଯାଇ ଆଉ ଏକ ଟ୍ରକକୁ ଧକ୍କା ଦେଇଥିଲା ଏବଂ ଟ୍ରକ ଚକା ନିକଟରେ କାର୍ଯ୍ୟ କରୁଥିବା ମୋମିନୁଲଙ୍କ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ମୋମିନୁଲଙ୍କ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....Road Mishap: ଶୋଇଥିବା ବେଳେ ଚଢିଗଲା ଟ୍ରକ, ଚାଲିଗଲା ମାଆ-ପୁଅଙ୍କ ଜୀବନ

ସେପଟେ ଦୁର୍ଘଟଣା ଘଟାଇଥିବା କୋଇଲା ବୋଝେଇ ହାଇୱା ଚାଳକ ଏଭଳି ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ପାଇ ବାଣପୁର ପୋଲିସ ଏସଆଈ ରବୀନ୍ଦ୍ରନାଥ ଗୌଡ଼, ଗାୟତ୍ରୀ ଗୋଛାୟତ, ଏଏସଆଇ ଅନିଲ କୁମାର ନାୟକ ଏବଂ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଗ୍ନିଶମ ବାହିନୀର ସହାୟତାରେ ମୃତକଙ୍କୁ ଉଦ୍ଧାର କରିବା ସହ ମୃତଦେହ ଜବତ କରିବା ସହ ଏନେଇ ତଦନ୍ତ ଜାରି ରଖିଛି ।

ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ୫୭ନମ୍ବର ଜାତୀୟ ରାଜପଥ ଭାଲିଆବାଡି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ସ୍କୁଟି ସହ ଟ୍ୟାଙ୍କର ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ମାଆ ଗୁରୁତର ଆହତ ହୋଇଥିବା ବେଳେ ୫ବର୍ଷୀୟ ପୁଅର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଗୁରୁତର ମହିଳାଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପଟେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବହୁ ସମୟ ଧରି ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.