ETV Bharat / state

Odisha Conclave 2022: ୩ ଦିନିଆ ଓଡିଶା ଗସ୍ତରେ ASEAN ପ୍ରତିନିଧି, କାଲି ମେଗା ବିଜନେସ ସମିଟ୍ - ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨

୩ ଦିନିଆ ଓଡ଼ିଶା ଗସ୍ତରେ ଅନ୍ତର୍ଜାତୀୟ ପୁଞ୍ଜି ନିବେଶ ସଂସ୍ଥା ଏସିଆନ । ଦିଲ୍ଲୀରେ ଆୟୋଜିତ ମେକ ଇନ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ସେମାନେ ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ଆଗ୍ରହୀ ରହିଛନ୍ତି । ଆସନ୍ତାକାଲି ଭୁବନେଶ୍ବରରେ ମେଗା ବିଜନେସ ସମିଟରେ ଏହି ପ୍ରତିନିଧି ଦଳ ଯୋଗଦେବାକୁ ଥିବା ବେଳେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଅଧିକ ପଢନ୍ତୁ

Odisha Conclave'22: ୩ଦିନିଆ ଓଡ଼ିଶା ଗସ୍ତରେ ASEAN ପ୍ରତିନିଧି, କାଲି ମେଗା ବିଜନେସ ସମିଟ

author img

By

Published : Oct 27, 2022, 10:26 PM IST

ଭୁବନେଶ୍ବର: ୩ ଦିନିଆ ଓଡ଼ିଶା ଗସ୍ତରେ ଅନ୍ତର୍ଜାତୀୟ ପୁଞ୍ଜି ନିବେଶ ସଂସ୍ଥା ଏସିଆନ ହେଡ୍ସ ଅଫ ମିଶନ(ASEAN Heads of Mission) । ଗତ ଅଗଷ୍ଟରେ ଦିଲ୍ଲୀରେ ଆୟୋଜିତ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ (Make in Odisha Conclave’22)ରେ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନଙ୍କ ଅନୁରୋଧ ରକ୍ଷା କରି ସେମାନେ ଏହି ଗସ୍ତରେ ଆସିଛନ୍ତି । ଆସନ୍ତାକାଲି (ଅକ୍ଟୋବର ୨୮) ଭୁବନେଶ୍ବରରେ ଏକ ମେଗା ବିଜନେସ ସମିଟ (Mega Business Summit) ଆୟୋଜିତ ହେବାକୁ ଥିବା ବେଳେ ଏସିଆନର ପ୍ରତିନିଧିମାନେ ସେଥିରେ ଯୋଗଦେବେ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଶା ଓ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ କିପରି ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ମଜବୁତ ହେବ ।

ASEAN
୩ଦିନିଆ ଓଡ଼ିଶା ଗସ୍ତରେ ଅନ୍ତର୍ଜାତୀୟ ପୁଞ୍ଜି ନିବେଶ ସଂସ୍ଥା ASEAN

ଏହା ବି ପଢନ୍ତୁ- ନଭେମ୍ବର ୩୦ରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ

ଗତକାଲି (ବୁଧବାର) ଏସିଆନର ପ୍ରତିନିଧି ମାନଙ୍କୁ ସରକାରଙ୍କ ବରିଷ୍ଠ ଅଧିକାରୀ ଭୁବନେଶ୍ବର ଏୟାରପୋର୍ଟରେ ସ୍ବାଗତ କରିଥିଲେ । ବରିଷ୍ଠ ଅଧିକାରୀଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ ପୂର୍ବରୁ ଅତିଥି ମାନେ ଡେରାସ ସି ଫୁଡ ପାର୍କ (Deras Sea Food Park)ରେ ଭ୍ରମଣ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ନେୃତ୍ବାଧୀନ ବୈଠକରେ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏଥିରେ ଅନ୍ୟ ପ୍ରମୁଖ ଅଧିକାରୀ ଭାବେ ସରକାରଙ୍କ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ଆସନ୍ତା ୩୦ ନଭେମ୍ବରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ୩ୟ ସଂସ୍କରଣକୁ ଏମାନଙ୍କୁ ସ୍ବାଗତ କରାଯାଇଥିଲା ।

ଓଡ଼ିଶା-ଏସୀୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ:-

ଏସିଆନ ପ୍ରତିନିଧିଙ୍କ ସହିତ ଉଚ୍ଚସ୍ତରୀୟ ବୈଠକରେ ସରକାରଙ୍କ ବରିଷ୍ଠ ଅଧିକାରୀ ଅସିତ ତ୍ରିପାଠୀ ଓଡ଼ିଶା ଓ ଏସୀୟ ଦେଶ ମଧ୍ୟରେ ବହୁ ସମୟରୁ ରହିଆସିଥିବା ବାଣିଜ୍ୟ ସମ୍ପର୍କ ସମ୍ବନ୍ଧର ଆଲୋଚନା କରିଥିଲେ । ଓଡ଼ିଶା ଓ ଦକ୍ଷିଣ-ପୂର୍ବ ଏସିଆ ମଧ୍ୟରେ ଐତିହାସିକ ବାଣିଜ୍ୟିକ ସମ୍ପର୍କ ରହିଥିବା ବେଳେ ଲୋକଙ୍କ ମଧ୍ୟରେ ମଜବୁତ ସମ୍ପର୍କ ମଧ୍ୟ ରହିଆସିଛି । ଏହି ୨ ଅଞ୍ଚଳ ମଧ୍ୟରେ ବଙ୍ଗୋପସାଗର ଲାଗି ସାମୁଦ୍ରିକ ବାଣିଜ୍ୟ ସମ୍ଭବପର ହୋଇଛି । ଦକ୍ଷିଣ ପୂର୍ବ ଏସିଆ ଓ ଭାରତ ମଧ୍ୟରେ ବାଣିଜ୍ୟ ଲାଗି ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଯାହାଦ୍ବାରା ଏହି ୨ କ୍ଷେତ୍ର ମଧ୍ୟରେ ସମ୍ପର୍କ ଦୃଢୀଭୂତ ହୋଇଛି ।

ଆସନ୍ତାକାଲିର କାର୍ଯ୍ୟକ୍ରମ:-

ଆସନ୍ତାକାଲି (ଅକ୍ଟୋବର ୨୮) ଭୁବନେଶ୍ବରରେ ଏକ ମେଗା ବିଜନେସ ସମିଟର କାର୍ଯ୍ୟକ୍ରମ ରହିଛି । ଏଥିରେ ଓଡ଼ିଶାର ପ୍ରମୁଖ ବ୍ୟବସାୟିକ ସଂସ୍ଥା ଓ ଶିଳ୍ପାନୁଷ୍ଠାନ ମଧ୍ୟ ଯୋଗଦେବେ । ଓଡ଼ିଶା ଓ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କକୁ ଆହୁରି କିପରି ମଜବୁତ କରାଯିବା ସେ ନେଇ ଏଥିରେ ଆଲୋଚନା ହେବ । କାର୍ଯ୍ୟକ୍ରମ ଶେଷ ପରେ ସନ୍ଧ୍ୟା ସମୟରେ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଏହାସହିତା ଆଗାମୀ ମେକ ଇନ ଓଡ଼ିଶା କନକ୍ଲେଭ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ।

ଏହା ବି ପଢନ୍ତୁ- ନୂଆଦିଲ୍ଲୀରେ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

କୋଣାର୍କ ବୁଲିଲେ ଏସିଆନ ପ୍ରତିନିଧି ଦଳ:-

ରାଜ୍ୟକୁ ଆସିଥିବା ଏହି ପ୍ରତିନିଧି ମଣ୍ଡଳ କୋଣାର୍କ ମନ୍ଦିର ଓ ଭୁବନେଶ୍ବରରେ ରାଜାରାଣୀ ମନ୍ଦିର ସମେତ ସାଂସ୍କୃତିକ ଗୁରୁତ୍ବ ବହନ କରୁଥିବା ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ଏହି ପ୍ରତିନିଧି ଦଳ ମନ୍ଦିରର କାରୁକାର୍ଯ୍ୟରେ ବିମୋହିତ ହୋଇ ରାଜ୍ୟର କାରିଗରଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ।

ଅଗଷ୍ଟରେ ନିମନ୍ତ୍ରିତ କରିଥିଲେ ନବୀନ:-

ଗତ ଅଗଷ୍ଟ ୩୧ ତାରିଖରେ ଦିଲ୍ଲୀରେ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଓଡ଼ିଶାରେ ନିବେଶ କରିବା ଲାଗି ନିବେଶକମାନଙ୍କୁ ନିମନ୍ତ୍ରିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୩୦ଟି ଦେଶର ଆମ୍ବାସାଡ଼ାରଙ୍କ ସହ ୫୦ଜଣ ନିବେଶକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଓଡ଼ିଶା କିଭଳି ଭାବରେ ଉନ୍ନତି ପଥରେ ଆଗେଇ ଚାଲିଛି ତାହା ଦର୍ଶା ଯାଇଥିଲା । ରାଜ୍ୟରେ ଦିନକୁ ଦିନ ମୁଣ୍ଡ ପିଛା ଆୟ ବଢ଼ି ଚାଲିଛି । ଏଣୁ ଏହି ରାଜ୍ୟ ନିବେଶକଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି "ମିଟ୍‌ ଆଣ୍ଡ କର୍ଟନ ରେଜର ଫର୍‌ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ୨୦୨୨"ରେ ଦର୍ଶାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣକୁ ଗ୍ରହଣ କରି ଏସିଆନ ହେଡ୍ସ ଅଫ ମିଶନ ରାଜ୍ୟ ଗସ୍ତରେ ଆସିଛି ।

ASEAN ଅନୁଷ୍ଠାନ କଣ ?

ଏସିଆନ (ଆସୋସିଏସନ୍ ଅଫ ସାଉଥ ଇଷ୍ଟ ଏସିଆନ ନେସନ) ହେଉଛି ଏକ ଆନ୍ତଃସରକାରୀ ସଂଗଠନ (intergovernmental organization) । ଏହା ଅନୁଷ୍ଠାନ ନିଜ ସଦସ୍ୟମାନଙ୍କ ଜରିଆରେ ବିଭିନ୍ନ କ୍ଷେତ୍ର ମଧ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଆଞ୍ଚଳିକ ସ୍ଥିରତାକୁ ପ୍ରୋତ୍ସାହିତ କରିଥାଏ । ୧୦ଟି ଦକ୍ଷିଣ ପୂର୍ବ ଏସୀୟ ଦେଶକୁ ନେଇ ଏହି ଅନୁଷ୍ଠାନ ଗଠିତ । ସେଗୁଡ଼ିକ ହେଉଛି ବ୍ରୁନାଇ, କମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ୍‌, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଓ ଭିଏତନାମ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.