ETV Bharat / state

ଦୀପାବଳିର ନିଆରା ବାର୍ତ୍ତା, ବୋତଲ ଭିତରେ ମାଟି ଦୀପ କରି ଚର୍ଚ୍ଚାରେ ଶିଳ୍ପୀ - khordha artist

ଦୀପାବଳିରେ ଶିଳ୍ପୀଙ୍କ ନିଆରା କଳାକୃତି । ବୋତଲ ଭିତରେ ତିଆରି କରିଛନ୍ତି ସାଢେ ତିନି ଇଞ୍ଚର ମାଟି ଦୀପ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Oct 26, 2019, 11:54 PM IST

ଖୋର୍ଦ୍ଧା: ସବୁବେଳେ କିଛି ନିଆରା କରିବାର ଇଚ୍ଛା ତାଙ୍କୁ ଚର୍ଚ୍ଚାରେ ରଖିଛି । ସେ ହେଉଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳର ଈଶ୍ୱର ରାଓ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଳାକୃତି କରି ସେ ଲିମକା ବୁକରେ ରେକର୍ଡ କରିସାରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସବୁଥର ଭଳି ଦୀପାବଳି ପାଇଁ ସେ ବାଣ ବଦଳରେ ଆମ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ମାଟି ଦୀପ ଜାଳିବାର ବାର୍ତ୍ତା ଦେଇଛନ୍ତି ତାଙ୍କ କଳାକୃତି ମାଧ୍ୟମରେ ।

ଦୀପାବଳିରେ ପୁର ପଲ୍ଲୀ ଉତ୍ସବ ମୁଖରିତ ରହିଛି । କେଉଁଠି କ୍ୟାଣ୍ଡେଲ ତ ଆଉ କେଉଁଠି ଲିଚୁ ଲାଇଟରେ ଝଲସୁଛି ସହର । ଏପରି ସ୍ଥିତିରେ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଈଶ୍ବର ବୋତଲ ଭିତରେ ତିଆରି କରିଛନ୍ତି ମାଟିର ଦୀପ । ଏହା ସହ ସେ ସମସ୍ତଙ୍କୁ ଦେଇଛନ୍ତି ମାଟି ଦୀପ ଜାଳିବାର ବାର୍ତ୍ତା ।

ଈଶ୍ବର ଦୀର୍ଘ ସାତ ଦିନ ପରିଶ୍ରମ କରି ଏକ କାଚ ବୋତଲ ମଧ୍ୟରେ ସାଢେ ତିନି ଇଞ୍ଚର ଦୀପ ଷ୍ଟାଣ୍ଡ କରି ଚର୍ଚ୍ଚାକୁ ଆସିଛନ୍ତି । ଏହା ସହ ସେ କରିଥିବା ବୋତଲ ଭିତରେ ଏହି ଦୀପ ଷ୍ଟାଣ୍ଡ ବିଶ୍ୱରେ ପ୍ରଥମ ବୋଲି ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଦୀପାବଳୀର ଶିଳ୍ପୀଙ୍କ ନିଆରା ବାର୍ତା : ବୋତଲ ଭିତରେ ନିର୍ମାଣ କଲେ ସାଢ଼େ ତିନି ଇଞ୍ଚର ଦୀପ ଷ୍ଟାଣ୍ଡ

Body:ଖୋର୍ଦ୍ଧା : ସବୁବେଳେ କିଛି ନିଆରା କରିବାର ଇଚ୍ଛା ତାଙ୍କୁ ସବୁବେଳେ ଚର୍ଚ୍ଚାରେ ରଖିଛି । ସେ ହେଉଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ଅଂଚଳର ଈଶ୍ୱର ରାଓ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଳାକୃତି କରି ସେ ଲିମକା ବୁକରେ ରେକର୍ଡ କରିସାରିଛନ୍ତି । ସବୁଥର ଭଳି ଦୀପାବଳୀ ପାଇଁ ସେ ବାଣ ବଦଳରେ ଆମ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ମାଟି ଦୀପ ଜାଳିବାର ବାର୍ତା ଦେଇଛନ୍ତି ତାଙ୍କ କଳା ମାଧ୍ୟମରେ । ସେ ଦୀର୍ଘ ସାତ ଦିନ ପରିଶ୍ରମ କରି ଏକ କାଚ ବୋତଲ ମଧ୍ୟରେ ସାଢେ ତିନି ଇଞ୍ଚର ଦୀପ ଷ୍ଟାଣ୍ଡ କରି ଚର୍ଚ୍ଚାକୁ ଆସିଛନ୍ତି । ଏହା ସହ ସେ କରିଥିବା ବୋତଲ ଭିତରେ ଏହି ଦୀପ ଷ୍ଟାଣ୍ଡ ବିଶ୍ୱରେ ପ୍ରଥମ ବୋଲି ଦାବୀ କରିଛନ୍ତି ।

Conclusion:ବାଇଟ-ଈଶ୍ୱର ରାଓ,ଶିଳ୍ପୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.