ETV Bharat / state

ଦୁର୍ନୀତି ପଡିଲା ମହଙ୍ଗା; ଚାକିରୀରୁ ବିଦା ହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

author img

By

Published : Jun 27, 2023, 8:09 PM IST

ଗତ ଶୁକ୍ରବାର ଦିନ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଉପରେ ରେଡ଼ କରିଥିଲା ଭିଜିଲାନ୍ସ । ଅଭିଯୋଗ ଥିଲା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା । ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମିଳିଥିଲା । ଏତେ ନଗଦ ଟଙ୍କା ବାହାରିବା ରାଜ୍ୟ ଭିଜିଲାନ୍ସ କେସ ଇତିହାସରେ ଦ୍ଵିତୀୟ ଘଟଣା । ଅଧିକ ପଢନ୍ତୁ

ଦୁର୍ନୀତି ପଡିଲା ମହଙ୍ଗା; ଚାକିରୀରୁ ବିଦା ହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ
ଦୁର୍ନୀତି ପଡିଲା ମହଙ୍ଗା; ଚାକିରୀରୁ ବିଦା ହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

ଭୁବନେଶ୍ବର: ଦୁର୍ନୀତି ପଡିଲା ମହଙ୍ଗା। ଚାକିରିରୁ ତଡା ଖାଇଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ । ଗିରଫ ପରେ ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ହେଲେ ରାଜ୍ୟ ସରକାର । ୨ ଦିନ ତଳେ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ ।

ଏହାବି ପଢନ୍ତୁ- ଆୟର 500% ଅଧିକ ସମ୍ପତ୍ତି ଠୁଳ କରିଥିଲେ ଅତିରିକ୍ତ ଉପଜିଲ୍ଲାପାଳ, ବେନାମୀ ଆକାଉଣ୍ଟ ନେଇ ତନାଘନା

ଗତ ଶୁକ୍ରବାର ଦିନ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଉପରେ ରେଡ଼ କରିଥିଲା ଭିଜିଲାନ୍ସ । ଅଭିଯୋଗ ଥିଲା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା । ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମିଳିଥିଲା । ଏତେ ନଗଦ ଟଙ୍କା ବାହାରିବା ରାଜ୍ୟ ଭିଜିଲାନ୍ସ କେସ ଇତିହାସରେ ଦ୍ଵିତୀୟ ଘଟଣା । ଆହୁରି ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଥିଲା ତଦନ୍ତକାରୀ ସଂସ୍ଥା । ଘଟଣାରେ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏହା ପରେ ଆଜି ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।

ଚତୁର ବୁଦ୍ଧିରେ ତିଆର ହୋଇଥିଲା ସମ୍ପତ୍ତିର ପାହାଡ । ବେନାମୀ ଆକାଉଣ୍ଟରେ ଦୁର୍ନୀତି ଟଙ୍କା କାରବାର । ପେଟିରେ ସଞ୍ଚିଥିଲେ ନଗଦ ଟଙ୍କା ଓ ଗହଣା । ନିରୀହ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ବାଲି ମାଫିଆ, ଡିଲର୍ସ ଓ ମିଲର୍ସଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ । ଯାହାର ସତ ଭିଜିଲାନ୍ସ ରେଡ ପରେ ସାମ୍ନାକୁ ଆସିଥିଲା । ତାଙ୍କ ବାସଭବନରୁ ଠାବ ହୋଇଥିଲା ବିଡ଼ା ବିଡ଼ା ଟଙ୍କା ଭର୍ତ୍ତି ପେଟି ସମେତ ଗହଣା ଭର୍ତ୍ତି କାର୍ଟୁନ । ଯାହକୁ ଠାବ କରିବା ପରେ ଅଭିଯୁକ୍ତ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ନିଜ ଆୟଠାରୁ ୫୦୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ସାମ୍ନାକୁ ଆସିଥିଲା ।

ଏହାବି ପଢନ୍ତୁ- ଉପଜିଲ୍ଲାପାଳଙ୍କ ଘରୁ ବାହାରିଲା ପେଟି ପେଟି ନୋଟ୍, ବାଣ ଫୁଟାଇ ସେଲିବ୍ରେଟ୍ କଲେ ଲୋକେ

ଏହାପରେ ରାଉଲକେଲା ଭିଜିଲାନ୍ସ କେସ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା । ଏନେଇ ଭିଜିଲାନ୍ସ ସେଲ ଏସପି ଏମ ରାଧାକ୍ରିଷ୍ଣନନ ସୂଚନା ଦେଇଥିଲେ । ଗିରଫ ପରେ ଏବେ ସୁନ୍ଦରଗଡ଼ ଜେଲରେ ଅଛନ୍ତି ବହିଷ୍କୃତ ଅଧିକାରୀ । ସେଠାରେ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ନ୍ୟାୟିକ ହାଜତରେ ରହିବେ । ଏସପିଙ୍କ ସୂଚନା ଅନୁସାରେ ଏଯାବତ ଅତିରିକ୍ତ ଉପଜିଲ୍ଲାପାଳଙ୍କର ୫ କୋଟି ୨୧ ଲକ୍ଷ ୯ ହଜାର ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହେଲାଣି । ଯେଉଁଥିରେ ୩ କୋଟି ୨ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ଭୁବନେଶ୍ବରରେ ଦୁଇମହଲା ଘର ଥିବାବେଳେ କଟକ, ଭୁବନେଶ୍ବର ଓ ଉମରକୋଟରେ ୫ଟି ପ୍ଲଟ, ବ୍ୟାଙ୍କ ଓ ବୀମା ୯୨.୩୪ ଲକ୍ଷ ଡିପୋଜିଟ ହୋଇଛି । ୨ଟି କାର ମଧ୍ୟ ଠାବ ହୋଇଛି । ୨୭ ଲକ୍ଷ ଟଙ୍କାର ଗହଣା ମଧ୍ୟ ଜବତ ହୋଇଛି । ତେବେ ଭିଜିଲାନ୍ସ ରେଡ ବେଳେ ପାଇଥିବା ବେନାମୀ ଆକାଉଣ୍ଟକୁ ନେଇ ଅଧିକ ତନାଘନା କରାଯାଉଛି । କାରଣ ବେନାମୀ ଟଙ୍କାର କାରବାର ଆହୁରି ଅନେକ ଲୋକଙ୍କ ନାଁରେ କରିଥାଇ ପାରନ୍ତି । ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.