ETV Bharat / state

Archana Nag Case: ED ରେଡ୍ ପରେ ମୁହଁଖୋଲିଲେ ରାଜନୈତିକ ଦଳ

author img

By

Published : Nov 10, 2022, 4:52 PM IST

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଏପଟେ ଇଡିର ଚଢାଉ ପ୍ରସଙ୍ଗକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Archana Nag sextortion case: ED ରେଡ ପରେ ମୁହଁ ଖୋଲିଲେ ରାଜନୈତିକ ଦଳ

ଭୁବନେଶ୍ବର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଭୁବନେଶ୍ବର ସତ୍ୟବିହାର ବିଳାସପୂର୍ଣ୍ଣ ଘର, ଶାଶୁ ଘରେ ଚଢାଉ କରିଛି ଇଡି । ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ବରଙ୍କ ବାଲିପାଟଣା ଘରେ ବି ଚଢାଉ ହୋଇଛି । ମୋଟ 8ଟି ସ୍ଥାନରେ ଛାପା ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

କଳାହାଣ୍ଡି କେସିଙ୍ଗା ସ୍ଥିତ ପୈତୃକ ଘର ସହ ମୟୂରଭଞ୍ଜରେ ଥିବା ଶାଶୁଘର ଓ ତାଙ୍କ ବିଜନେସ ସେଣ୍ଟର ବା ଗାଡି ସୋରୁମରେ ଚଢାଉ କରିଛି ଇଡି । ଏହା ପଛର ମିଡିଲମ୍ୟାନ ଖଗେଶ୍ବର ଘର ସମେତ ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳିର ଘରେ ମଧ୍ୟ ରେଡ କରିଛି ଟିମ । ମାମଲାରେ ଇଡି ଓ ସିବିଆଇ ତଦନ୍ତ ଦାବି କରିଥିଲେ ବିରୋଧୀ ଦଳ । ଏହାପରେ ମାମଲାରେ ଏଣ୍ଟ୍ରି ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସିଆରପିଏଫ ଓ ପୋଲିସ ଉପସ୍ଥିତିରେ ଇଡିର ତଦନ୍ତ ଆରମ୍ଭ ହୋଇଛି ।

ସେପଟେ ଏହି ଇଡିର ଚଢାଉ ପ୍ରସଙ୍ଗକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଇଡି ରେଡକୁ ସ୍ବାଗତ କରି ବରିଷ୍ଠ ବିଜେପି ନେତା ବାବୁ ସିଂ କହିଛନ୍ତି, ‘‘ଇଡି ଏମିତି ଏକ ଜାଲ ଯେଉଁଥିରେ ଛୋଟ ଜାଅଁଳ ପଡିବେ ରୋହି ଭାକୁର ବି ପଡିବେ । ଇଡି ଦର୍ପଣରେ ଆଉ ଅଳ୍ପ ଦିନରେ ସମସ୍ତଙ୍କ ମୁଖା ଖୋଲିବ ରାଜ୍ୟବାସୀଙ୍କ ଆଗରେ । ଯେଉଁମାନେ ଇଡି ରାଡାରକୁ ଆସିବେ ଉତ୍ତର କଣ ରଖିବେ ସେମାନେ ପ୍ରସ୍ତୁତ ହୁଅନ୍ତୁ ବୋଲି କହିଛନ୍ତି ବାବୁ ।’’

ଇଡି ଘର ପର୍ଯ୍ୟନ୍ତ ପହଞ୍ଚିଲାଣି । ଆଗକୁ ଯେଉଁ ଯେଉଁ ମାନେ ଅର୍ଚ୍ଚନା ସହିତ ସମ୍ପୃକ୍ତ ସେମାନଙ୍କ ପାଖକୁ ଇଡି ଖୁବ ଶୀଘ୍ର ପହଞ୍ଚିଯିବ । ଦଳ ମତ ନିର୍ବିଶେଷରେ ନେତା ଅଫିସର ଯାଇଥିଲେ । ଏବେ ସେମାନେ ଉତ୍ତର ରଖିବେ । ଇଡିର ଚଢାଉ ପରେ ସବୁ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ପୁଣି କହିଛନ୍ତି ବାବୁ ।

ଅନ୍ୟପଟେ ଇଡି କାର୍ଯ୍ୟାନୁଷ୍ଠାନକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହାନୀପତି କହିଛନ୍ତି, "ପଦ୍ମପୁର ଉପନିର୍ବାଚନ ପାଇଁ ଏକ ଫାର୍ସ ଚାଲିଛି । କଂଗ୍ରେସ ବ୍ୟତୀତ ଉଭୟ ବିଜେପି ଏବଂ ବିଜେଡିର ନେତାମାନେ ନାଗଫାଶରେ ଫସିଛନ୍ତି । ଉପନିର୍ବାଚନ ପୂର୍ବରୁ ଏହା କେବଳ ଏକ ଆଇୱାସ୍ । ବିଜେଡି ଓ ବିଜେପି ନେତାଙ୍କ କୌଣସି ଅସୁବିଧା ହେବ ନାହିଁ । କେବଳ ତଦନ୍ତ ପରିସର ଭୁକ୍ତ ହେବେ । ଲୋକ ସବୁ ବୁଝିସାରିଲେଣି ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.