ETV Bharat / state

ବିଜେବି କଲେଜରେ ଅଣଛାତ୍ର ଆକ୍ରମଣ ଘଟଣା, ଆଉ ୪ଜଣଙ୍କୁ ଗିରଫ କଲା ପୋଲିସ - ବିଜେବି କଲେଜରେ ଅଣଛାତ୍ରଙ୍କ ଆକ୍ରମଣ

ବିଜେବି କଲେଜରେ ଅଣଛାତ୍ରଙ୍କ ଆକ୍ରମଣ ଘଟଣାରେ ଆଉ ୪ ଜଣଙ୍କୁ ଗିରଫ କଲା ବଡଗଡ ଥାନା ପୋଲିସ । ଅଧିକ ପଢ଼ନ୍ତୁ

outsiders attack on student in bjb college
ବିଜେବି କଲେଜ ଅଣଛାତ୍ର ଆକ୍ରମଣ ଘଟଣା
author img

By

Published : Apr 25, 2023, 9:06 PM IST

ବିଜେବି କଲେଜ ଅଣଛାତ୍ର ଆକ୍ରମଣ ଘଟଣା

ଭୁବନେଶ୍ବର: ବିଜେବି କଲେଜରେ ଅଣଛାତ୍ରଙ୍କ ଗଣ୍ଡଗୋଳ ଓ ଆକ୍ରମଣ ଘଟଣାରେ ଆଉ ୪ ଜଣଙ୍କୁ ଗିରଫ କଲା ବଡଗଡ ଥାନା ପୋଲିସ । ସମସ୍ତ ଅଭିଯୁକ୍ତ ଫାଳିକିଆ ବସ୍ତିର ହୋଇଥିବା ଜଣାପଡ଼ିଛି । ଗିରଫ ସମୟରେ ସେମାନଙ୍କ ଠାରୁ କ୍ରିକେଟ ବ୍ୟାଟ, ଷ୍ଟମ୍ପ, ଛୁରୀ ଓ ଦୁଇଟି ବାଇକ ଜବତ କରିଛି ପୋଲିସ । ତେବେ ଗିରଫ ପରେ ଅଭିଯୁକ୍ତଙ୍କ ଘରକୁ ଭାଙ୍ଗି ଦିଆଯାଇଛି । ପୂର୍ବରୁ ଏମାନଙ୍କ ନାଁରେ ଥାନାରେ ମାମଲା ଥିବାରୁ ମାରଣାସ୍ତ୍ର ଥିବା ସନ୍ଦେହରେ ପୋଲିସ ଅଭିଯୁକ୍ତଙ୍କ ଘରକୁ ଭାଙ୍ଗିଦେଇଥିବା ସୂଚନା ମିଳିଛି ।

ଏହି ଘଟଣାରେ ଗିରଫ ହୋଇଥିବା ୪ ଅଭିଯୁକ୍ତ ହେଲେ କେ ଲକ୍ଷ୍ମୀ ନାରାୟଣ, ବାଲିଆ ଦାସ, ରିତେଶ ନାୟକ ଓ ବିକି ଦଳେଇ । ଏହି ଘଟଣା ନେଇ ବଡଗଡ ଥାନା ପୋଲିସ ଫାଳିକିଆ ବସ୍ତିରେ ପହଞ୍ଚି ପାରିପାର୍ଶିକ ସ୍ଥିତିର ଯାଞ୍ଚ କରିବା ସହ ଅଧିକା ପଚରାଉଚରା କରିଛି । ତେବେ ଏଥିରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ଅଛି ତାର ତଦନ୍ତ କରୁଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ଘରୁ କୌଣସି ମାରଣାସ୍ତ୍ର କିମ୍ବା ସନ୍ଦେହ ଜନକ ସାମଗ୍ରୀ ଜବତ ହୋଇନାହିଁ ।

ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏମାନଙ୍କୁ ମିଶାଇ ମୋଟ ୮ଜଣଙ୍କୁ ଗିରଫ କରାଯାଇଛି । ବିଜେପି କଲେଜରେ ଆକ୍ରମଣ କରିଥିବା ସମସ୍ତେ ଅଭିଯୁକ୍ତ ଅଣଛାତ୍ର ଅଟନ୍ତି । ପୂର୍ବରୁ ଏହି ମାମଲାରେ ବଡ଼ଗଡ଼ ଥାନା ପୋଲିସ ଶନିବାର ବିଳମ୍ବିତ ରାତିରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନେ ହେଲେ, ବାପୁଜୀ ନଗର ଝରଣାସାହିର ବିକି ନାୟକ, ବିଜେବିନଗର ମହିଷାଖାଲ ବସ୍ତିର ଦୀପୁ ପ୍ରଧାନ, ଲିଟୁ ବେହେରା ଓ ମେଛେଡା ଗ୍ରାମର ସାହିଲ ଦାସ । ପୋଲିସ ସେମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଏକ ଖଣ୍ଡା ଜବତ କରିଛି ।

ଗତ ଶନିବାର କ୍ରିକେଟ ଖେଳକୁ ନେଇ ହଷ୍ଟେଲ ଛାତ୍ରଙ୍କୁ ମାଡ ମାରିଥିଲେ ଅଣଛାତ୍ର । ଏଥିରେ ବିଜେବି କଲେଜର ୩ ଛାତ୍ର ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷ ବଡଗଡ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି । ୨୫ରୁ ଊର୍ଦ୍ଧ୍ବ ଯୁବକଙ୍କ ନାଁରେ ଥାନାରେ ଅଭିଯୋଗ ହେଇଥିଲା । ୮ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଗିରଫ ହେଇଥିବା ଯୁବକ ନାଁରେ ପୂର୍ବରୁ ଥାନାରେ ମାମଲା ଥିବାରୁ ସେମାନଙ୍କ ଘରକୁ ଯାଇ ପୋଲିସ ଅଧିକ ତଦନ୍ତ କରୁଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.