ETV Bharat / state

21 ଦିନର ମାନସିକ ପରେ ବୃଦ୍ଧଙ୍କ ଆତ୍ମହତ୍ୟା ଅଭିଯୋଗ - Khurdha

ଆମ୍ବ ଗଛରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । 21 ଦିନର ମାନସିକ ପରେ ତାଙ୍କର ମୃତଦେହ ଏକ ମନ୍ଦିର ପରିସରରୁ ଉଦ୍ଧାର ହୋଇଛି । ସେ ଆତ୍ମହତ୍ୟା କରିବା ନେଇ ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : May 22, 2019, 10:09 AM IST

ଖୋର୍ଦ୍ଧା: ବୁଧବାର ଜିଲ୍ଲା ଚିଲିକା ବ୍ଲକ ପାଣିଦୁଆର ଗ୍ରାମରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଦୀର୍ଘ 21 ଦିନ ଧରି ମାନସିକ କରିବା ପରେ ମନ୍ଦିରର ପରିସରରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ଉକ୍ତ ଗ୍ରାମର 60 ବର୍ଷୀୟ ଗଙ୍ଗାଧର ଘଡାଇ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନାଯୋଗ୍ୟ, ବୃଦ୍ଧ ଜଣକ ଦୀର୍ଘ 21 ଦିନ ଧରି ସ୍ଥାନୀୟ ବାଲୁଙ୍କେଶ୍ବର ମନ୍ଦିରରେ ଗୁହାରୀ ପଡିଥିଲେ । ତେବେ ତାଙ୍କର ମନସ୍କାମନା ପୂର୍ଣ୍ଣ ନହେବାରୁ ସେ ଆତ୍ମହତ୍ୟା କରିପାରିଥାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏକ ଆମ୍ବ ଗଛରୁ ବୃଦ୍ଧଙ୍କ ମୃତ ଦେହ ଝୁଲୁଥିବା ଦେଖି ସ୍ଥାନୀୟଲୋକେ ପ୍ରଥମେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

sgdsd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.