ETV Bharat / state

ସୀମାନ୍ତରେ ମାଓ ଦମନ ଚିନ୍ତା, ଏକାଠି ହେଲେ ଦୁଇ ରାଜ୍ୟ ଅଧିକାରୀ

ସୀମାନ୍ତରେ ମାଓ ଦମନ ଚିନ୍ତା । ମାଓବାଦୀ ଦମନ ପାଇଁ ପ୍ରସ୍ତୁତ ହେଉଛି ରଣନିତୀ । ଏନେଇ ଭୁବନେଶ୍ୱରରେ ବସିଛି ସମନ୍ବୟ ବୈଠକ । ଯେଉଁଠି ଏକତ୍ରିତ ହୋଇଛନ୍ତି ଦୁଇ ରାଜ୍ୟର ପୋଲିସ ଡିଜିଙ୍କ ସହ କେନ୍ଦ୍ର ଓ ରାଜ୍ୟର ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ବିଏସଏଫ ଓ ସିଆରପିଏଫ ବରିଷ୍ଠ ଅଧିକାରୀ । ଚିନ୍ତା କିପରି ହେବ ଛତିଶଗଡ ଓଡିଶା ସୀମାରେ ମାଓ ଦମନ ? ଅଧିକ ପଢନ୍ତୁ

ସୀମାନ୍ତରେ ମାଓ ଦମନ ଚିନ୍ତା, ଏକାଠି ହେଲେ ଦୁଇ ରାଜ୍ୟ ଅଧିକାରୀ
ସୀମାନ୍ତରେ ମାଓ ଦମନ ଚିନ୍ତା, ଏକାଠି ହେଲେ ଦୁଇ ରାଜ୍ୟ ଅଧିକାରୀ
author img

By

Published : Dec 6, 2022, 9:23 PM IST

ଭୁବନେଶ୍ବର: ସୀମାନ୍ତରେ ମାଓ ଦମନ ଚିନ୍ତା । ମାଓବାଦୀ ଦମନ ପାଇଁ ପ୍ରସ୍ତୁତ ହେଉଛି ରଣନିତୀ । ଏଥିପାଇଁ ଏକଜୁଟ ହୋଇଛନ୍ତି ଦୁଇ ରାଜ୍ୟ । ଓଡିଶା ଓ ଛତିଶଗଡର ସୀମାନ୍ତରେ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ଉଭୟ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ । ଏନେଇ ଭୁବନେଶ୍ୱରରେ ବସିଛି ସମନ୍ବୟ ବୈଠକ । ଯେଉଁଠି ଏକତ୍ରିତ ହୋଇଛନ୍ତି ଦୁଇ ରାଜ୍ୟର ପୋଲିସ ଡିଜିଙ୍କ ସହ କେନ୍ଦ୍ର ଓ ରାଜ୍ୟର ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ବିଏସଏଫ ଓ ସିଆରପିଏଫ ବରିଷ୍ଠ ଅଧିକାରୀ । ଚିନ୍ତା କିପରି ହେବ ଛତିଶଗଡ ଓଡିଶା ସୀମାରେ ମାଓ ଦମନ ?

ସୀମାନ୍ତରେ ମାଓ ଦମନ ଚିନ୍ତା, ଏକାଠି ହେଲେ ଦୁଇ ରାଜ୍ୟ ଅଧିକାରୀ

ବୈଠକରେ ମାଓ ଗତିବିଧି ନେଇ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ, ଫୋର୍ସ ମୁତୟନ ରଣନୀତି ସ୍ଥାନ, ଆନ୍ତଃରାଜ୍ୟ ମାଓବାଦୀଙ୍କ ସକ୍ରିୟତା ତଥ୍ୟ ଆଦାନପ୍ରଦାନ ସହ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଓ ଲୋକାଲ ଇନପୁଟ ରୁଟ ଲାଇନ ଓ କ୍ୟାମ୍ପ ଇନଫରମେସନ ସମ୍ପର୍କରେ ଆଲୋଚନା ହୋଇଛି । ବିଶେଷ କରି ଓଡିଶାର କନ୍ଧମାଳର ମାଓ ଇଲାକାରେ ଥିବା ସୀମା । ସୀମାରେ ଥିବା ଗୋଛପଡା ଓ କଣ୍ଟାମାଳରେ ଥିବା ପୋଲିସ କ୍ୟାମ୍ପ ଓ ପୋଲିସ ଷ୍ଟେସନର ସୀମାରେ ତଥ୍ୟ । ସେହିପରି ବୌଦ୍ଧ ଜିଲ୍ଲା ସୀମାନ୍ତ ଅଞ୍ଚଳର ପୋଲିସର ସ୍ଥିତି ଓ ଜଙ୍ଗଲ ଜରିଆରେ ଯୋଗାଯୋଗ ଓ ଟେଲିଫୋନ ସଂଯୋଗୀକରଣ ଆଦି ଉପରେ ହୋଇଛି ଆଲୋଚନା । ଓଡିଶା ଓ ଛତିଶଗଡର ଥିବା ମାଓବାଦୀଙ୍କୁ ଆତ୍ମସମର୍ପଣ ସ୍କିମରେ ଥିବା ସୁବିଧା ଦେଇ ମୁଖ୍ୟସ୍ରୋତକୁ ଫେରାଇବା ପାଇଁ ଯୋଜନା ହୋଇଛି । ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଯୋଗାଯୋଗର ସୀମାରେ ବିକାଶ ମୂଳକ କାର୍ଯ୍ୟ ତରାନ୍ବିତ ଓ ନୂଆ ସ୍କିମରେ ଲୋକଙ୍କ ପାଇଁ ସୁବିଧା ସୁଯୋଗ ଦେବା ଉପରେ ଗୁରୁତ୍ବ ଦିଆଯାଇଛି ।

କେନ୍ଦ୍ରୀୟ ଗୁଇନ୍ଦା ସମେତ ରାଜ୍ୟ ଗୁଇନ୍ଦା ଅଧିକାରୀ ମଧ୍ୟ ଉପସ୍ଥିତି ରହି ବିଏସଏଫ ଓ ସିଆରପିଏଫ ଉପସ୍ଥିତି ଓ ଅପରେସନ ସମ୍ପର୍କରେ ବରିଷ୍ଠ ଅଧିକାରୀ ଆଲୋଚନା କରିଛନ୍ତି । ପୂର୍ବରୁ ଗତ ଜୁଲାଇରେ ରାୟପୁରରେ ହୋଇଥିଲା ଏହି ଗୁରୁତ୍ଵ ପୂର୍ଣ୍ଣ ସମନ୍ବୟ ବୈଠକ ।

ଆଜି ମଟକୁପା ଜଙ୍ଗଲରେ ହୋଇଥିବା ଏସଓଜି ଅପରେସନରେ ଦୁଇ ମହିଳ ମାଓବାଦୀ ନିହତ ଓ ମାଓ ସାମଗ୍ରୀ ସହ ଅତ୍ୟାଧୁନିକ ଇନସାସ ଭଳି ଅସ୍ତ୍ରଶସ୍ତ୍ର ଜବତ ହେବା ପରେ ଭୁବନେଶ୍ୱରରେ ଏହି ବୈଠକ ପରେ ଆହୁରି ଅପରେସନକୁ ଜୋରଦାର କରାଯିବ ବୋଲି ବୈଠକରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.