ETV Bharat / state

ଏଡସ ଦିବସକୁ ନେଇ ବୋଲଗଡ଼ରେ ସଚେତନତା କାର୍ଯ୍ୟକ୍ରମ - ବିଶ୍ବ ଏଡସ ଦିବସ

ଆଜି(ମଙ୍ଗଳବାର) ବିଶ୍ବ ଏଡସ ଦିବସ। ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଠଣାପଲ୍ଲୀରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧିକ ପଢ଼ନ୍ତୁ...

ଏଡସ ଦିବସକୁ ନେଇ ବୋଲଗଡ଼ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

author img

By

Published : Dec 1, 2020, 9:47 PM IST

ଖୋର୍ଦ୍ଧା: ଆଜି(ମଙ୍ଗଳବାର) ବିଶ୍ବ ଏଡସ ଦିବସ। ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଠଣାପଲ୍ଲୀରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଠଣାପଲ୍ଲୀରେ ଥିବା ଜେଏମସି ସଂସ୍ଥା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଏଡସ ରୋଗକୁ ନେଇ କିଭଳି ସଚେତନ ରହିବେ ସେନେଇ ଆଲୋଚନା କରାଯାଇଥିଲା।

ଏଡସ ଦିବସକୁ ନେଇ ବୋଲଗଡ଼ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଶେଷ କରି ନିଜ ଘରଠାରୁ ଦୂରରେ ରହୁଥିବା ଶ୍ରମିକମାନେ କିଭଳି ଭାବରେ ଏହି ମାରାତ୍ମକ ରୋଗକୁ ନେଇ ସଚେତନ ହୋଇ ପାରିବେ ସେନେଇ ଆଲୋଚନା କରାଯାଇଥଲା । ଜେଏମସି ସଂସ୍ଥା ପ୍ରକଳ୍ପ ମ୍ୟାନେଜର ସୁଭାଜିତ ନାଗ ତତ୍ତ୍ବବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜଣାଶୁଣା ଡାକ୍ତରଙ୍କ ସହ ସଂସ୍ଥାର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

ଶ୍ରମିକମାନେ ନିଜେ ସଚେତନ ହେଲେ ହିଁ ଏଡ଼ସ କବଳରୁ ରକ୍ଷା ପାଇପାରିବେ ବୋଲି ଉପସ୍ଥିତ ଡାକ୍ତର ପରାମର୍ଶ ଦେଇଥିଲେ । ସେହିପରି କର୍ମଚାରୀ ମାନଙ୍କୁ ନେଇ ଏକ ସଚେତନତା ରାଲି କରାଯାଇଥିଲା। ଶ୍ରମିକମାନେ ନିକଟସ୍ଥ ଗ୍ରାମ ପରିକ୍ରମା କରି ଏଡ଼ସ ସମ୍ପର୍କରେ ସଚେତନ କରାଇଥିଲେ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.