ETV Bharat / state

Amit Shah Arrives in Odisha: ମଧ୍ୟ ରାତ୍ରିରେ ପହଞ୍ଚିଲେ ଶାହ, ଭେଟି ଦେବେ NH ପ୍ରକଳ୍ପ, ନକ୍ସଲ ଦମନ ନେଇ କରିବେ ଆଲୋଚନା - ଅମିତ ଶାହଙ୍କୁ ସ୍ବାଗତ କଲେ ବିଜେପି କର୍ମୀ

ଆଜି ଲୋକସେବା ଭବନରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ ଶାହ । ସାମିଲ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

amit shah reached in bhubaneswar
amit shah reached in bhubaneswar
author img

By

Published : Aug 5, 2023, 7:22 AM IST

Updated : Aug 5, 2023, 9:43 AM IST

Amit Shah Arrives in Odisha

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶୁକ୍ରବାର ରାତି ପ୍ରାୟ 11ଟା 50 ମିନିଟ ସମୟରେ ଭୁବନେଶ୍ବରରେ ପହଞ୍ଚିଥିଲେ । ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ଶାହଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଆଜି ଲୋକସେବା ଭବନରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ ଶାହ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ-Amit Shah To Visit Odisha: ଆଜି ଓଡିଶା ଆସୁଛନ୍ତି ଅମିତ ଶାହ

ଭେଟି ଦେବେ ଦୁଇ ଏନଏଚ ପ୍ରକଳ୍ପ: ଲୋକସେବା ଭବନରେ ବାମପନ୍ଥୀ ଉଗ୍ରବାଦ ଏବଂ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତ ଏକ ବୈଠକରେ ସାମିଲ ହେବେ ଶାହ । ଏଥିସହ ଦୁଇଟି ଏନଏଚ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିବେ । ଏନଏଚ 53ରେ କାମାକ୍ଷାନଗର-ଡୁବୁରିକୁ 4 ଲେନ ବିଶିଷ୍ଟ ରାସ୍ତା ରହିଛି । ସେହିପରି କଳାହାଣ୍ଡି ମୋଟେର ଠାରୁ ବାନେର ପର୍ଯ୍ୟନ୍ତ ଭାୟା ଲଡୁଗାଁ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପ ମଧ୍ୟ ରହିଛି । ପ୍ରକଳ୍ପ ଉଦଘାଟନ ପରେ ରାଜ୍ୟ ସରକାରଙ୍କ ସହ ବୈଠକ କରିବେ ଅମିତ ଶାହ । ସରକାରୀ କାର୍ଯ୍ୟକ୍ରମ ଜାରିଆରେ ଆଜି ଗୋଟିଏ ମଞ୍ଚରେ ଏକାଠି ହେବେ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି କର୍ମୀଙ୍କୁ ସାକ୍ଷାତ କରିବା ପରେ ରୁଦ୍ଧଦ୍ବାର ବୈଠକ କରିବେ ଶାହ । ସେପଟେ ଶାହଙ୍କୁ ସ୍ବାଗତ ପାଇଁ ରାଜ୍ୟ କାର୍ଯ୍ୟାଳୟରେ ବ୍ୟାପକ ଆୟୋଜନ କରାଯାଇଛି ।

କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର: ବିଜେପି କାର୍ଯ୍ୟାଳୟରେ ନବନିଯୁକ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସାକ୍ଷାତ କରିବେ ଅମିତ ଶାହ । ଏହି ସମୟରେ ବିଜେପି ରାଜ୍ୟ ପ୍ରଭାରି ସୁନୀଲ ବଂଶଲ, ବିଜେପି ସଭାପତି ମନମୋହନ ସାମଲ ଏବଂ ବରିଷ୍ଠ ପଦାଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିବେ । ବୈଠକରେ ଆଗାମୀ ନିର୍ବାଚନ ନେଇ ଆଲୋଚନା ହେବ। ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ଏହି ଗସ୍ତ ଶେଷ ହେବା ପରେ ଆଜି ସନ୍ଧ୍ୟା ସମୟରେ ବିମାନ ଯୋଗେ ଦିଲ୍ଲୀ ଫେରିଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଶାହଙ୍କୁ ଭବ୍ୟ ସ୍ବାଗତ: ଶୁକ୍ରାବର ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ଶାହ ଗାଡିରୁ ଓହ୍ଲାଇ କର୍ମୀଙ୍କ ଆଡ଼କୁ ଆସିଥିଲେ। ପରେ କର୍ମୀଙ୍କୁ ହାତ ଯୋଡ଼ି ନମସ୍କାର ସହ ହାତ ହଲାଇ କର୍ମୀଙ୍କ ମହଲରେ ଥିବା ଉତ୍ସାହକୁ ବଢ଼ାଇଥିଲେ। ଏପରିକି ରାତି 12ଟା ପର୍ଯ୍ୟନ୍ତ ଏୟାରପୋର୍ଟରେ କର୍ମୀଙ୍କ ଭିଡ ଦେଖି ଶାହ ତାଙ୍କୁ ହାତ ମୁଠା କରି ଆହୁରି ସଗଂଠିତ ପାଇଁ ଇସାରା ଦେଇଥିଲେ । ପରେ ଭିକ୍ଟରି ଚିହ୍ନ ଦେଖାଇ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଇସାରା ମଧ୍ୟ ଦେଇଥିଲେ। ଶାହଙ୍କ ଓଡିଶା ଗସ୍ତକୁ ନେଇ ଚଳଚଞ୍ଚଳ ହୋଇପଡିଛି ବିଜେପି ଶିବିର। ଆଗକୁ ନିର୍ବାଚନ ଆସୁଛି । ବିଜେପି ମଧ୍ୟ ତାର ରଣନୀତି ପ୍ରସ୍ତୁତ କରିବ। ଏଥର ମିଶନ 120ନେଇ କିପରି ମଜଭୁତ ହେବ ସଂଗଠନସେନେଇ ପାର୍ଟି ଅଫିସ ଆସି ମଧ୍ୟାହ୍ନ ଭୋଜନ ସହ କର୍ମୀଙ୍କୁ ଶାହ ଦେବେ ଗୁରୁମନ୍ତ୍ର।

ପୂର୍ବରୁ ଓଡିଶା ଗସ୍ତ ବାତିଲ ହୋଇଥିଲା: ଗତ ଜୁନ ମାସ 17 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ସେହି ସମୟରେ ବାତ୍ୟା ବିପର୍ଯ୍ୟୟ ଯୋଗୁଁ ଗସ୍ତକୁ ସ୍ଥଗିତ ରହିଥିଲା । ଏହି ଗସ୍ତରେ ଅମିତ ଶାହ ଢେଙ୍କାନାଳ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 5, 2023, 9:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.