ETV Bharat / state

ଜଟଣୀ ଓଭରବ୍ରିଜ ଶ୍ରେୟ ନେବାକୁ ରାଜନୀତି ! କାମ ସରିନି ନଡିଆ ବାଡେଇଲେ ସୁର

author img

By

Published : Jul 11, 2023, 5:22 PM IST

Updated : Jul 11, 2023, 6:21 PM IST

ଜଟଣୀ ଓଭରବ୍ରିଜକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି । ବ୍ରିଜ କାମ ଶେଷ ହୋଇନଥିବା ନଡିଆ ବାଡେଇଲେ ସୁର । ଅଧିକ ପଢନ୍ତୁ

Etv Bharat
Etv Bharat
ଜଟଣୀ ଓଭରବ୍ରିଜ ଶ୍ରେୟ ନେବାକୁ ରାଜନୀତି

ଖୋର୍ଦ୍ଧା: ଜଟଣୀ ଓଭରବ୍ରିଜକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି । ବ୍ରିଜ କାମ ଶେଷ ହୋଇନଥିବା ବେଳେ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହାର ଉଦଘାଟନ ତାରିଖ ମଧ୍ୟ ସ୍ଥିର ହୋଇସାରିଛି । ତେବେ ବ୍ରିଜ ଶେଷ ହେଲେ କିଏ ନେବ ଏହାର ଶ୍ରେୟ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଜଟଣୀ ଓଭରବ୍ରିଜକୁ ନଡ଼ିଆ ବାଡେଇ ଏକ ପ୍ରକାର ଶ୍ରେୟ ନେବାକୁ ଉଦ୍ୟମ କରିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ।

ଦୀର୍ଘ 50 ବର୍ଷ ଧରି ସଂଗ୍ରାମ ପରେ ଏହି ଓଭରବ୍ରିଜର କାମ ଆରମ୍ଭ ହୋଇଥିଲା ଏବଂ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୋର୍ଦ୍ଧା ପଟୁ ଜଟଣୀ ଦେଇ ପିପିଲି ପୁରୀ ଯିବା ପାଇଁ ଜଟଣୀ ଭୂତଳ ରାସ୍ତା ଏକମାତ୍ର ଭରଷା ଥିଲା । ବର୍ଷା ଦିନେ ଏହି ଭୂତଳ ରାସ୍ତାରେ ପାଣି ଜମି ରହିଲେ ଲୋକମାନେ ନାହିଁ ନଥିବାର ଦୁର୍ଦ୍ଦଶା ଭୋଗୁଥିଲେ ଏବଂ ଘଣ୍ଟା ଘଣ୍ଟା ଧରି ଅଟକି ରହୁଥିଲେ । ବର୍ତ୍ତମାନ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଫ୍ଲାଇ ଓଭରବ୍ରିଜ ନିର୍ମାଣ କରି ଏହି ସମସ୍ୟାର ସମାଧାନ କରିଛନ୍ତି । ଜଟଣୀ ମୁଖ୍ୟରାସ୍ତାଠାରୁ କୁଦିଆରି ପର୍ଯ୍ୟନ୍ତ ରେଳ ଟ୍ରାକ ଉପରେ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।

ଏହା ବି ପଢନ୍ତୁ- ଅଗଷ୍ଟ ୩୧ ସୁଦ୍ଧା ସରିବ ଜଟଣୀ ରେଳ ଓଭରବ୍ରିଜ କାର୍ଯ୍ୟ: ଭୁବନେଶ୍ବର ସାଂସଦ

ଜଟଣୀ ବିଧାୟକଙ୍କ ଉପସ୍ଥିତିରେ ସ୍ଥାନୀୟ ଅଞ୍ଚଳ ବାସି ଦୀପ ଲଗାଇ ନଡ଼ିଆ ବାଡେଇ ଚାଲିବା ଆରମ୍ଭ କରିଥିଲେ । ସୁରେଶ ରାଉତରାୟଙ୍କ ସହ କିଛି ଲୋକ ମଧ୍ୟ ଏହି ନୂତନ ବ୍ରିଜ ଉପରେ ଚାଲିଚାଲି ଖୁସି ବ୍ୟକ୍ତ କରୁଥିଲେ । ଜଟଣୀ ବାସୀଙ୍କ ଦୀର୍ଘ ଦିନର ସମସ୍ୟାର ଅନ୍ତ ଘଟିବାକୁ ଯାଉଥିବା ସୁରେଶ ରାଉତରାୟ କହିଥିବା ବେଳେ ଏହି ବ୍ରିଜ ପାଇଁ କେନ୍ଦ୍ର ସରକାର, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ସଚିବ ଭିକେ ପାଣ୍ଡିଆନ, ଭୁବନେଶ୍ବର ସାଂସଦଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସେହିପରି ଆସନ୍ତା ଅଗଷ୍ଟ 15 ତାରିଖରେ ଏହି ବ୍ରିଜକୁ ସମସ୍ତଙ୍କ ଉପସ୍ଥିତିରେ ଉଦଘାଟନ କରାଯିବ ବୋଲି କହିଛନ୍ତି । କିନ୍ତୁ କାମ ସରି ନଥିବା ବେଳେ ବ୍ରିଜରେ ଦୀପ ଲଗାଇ ନଡ଼ିଆ ବଡେଇବାକୁ ନେଇ ରାଜନୀତି ଜୋର ଧରିଛି । ଏନେଇ ସୁର କହିଛନ୍ତି, "ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ବ୍ରିଜ ଶକ୍ତ ହେବା ଲାଗି କିଛି ସମୟ ଦରକାର । ସମସ୍ତଙ୍କ ସହଯୋଗରେ ଏହାର ନିର୍ମାଣ ହୋଇଛି। ଅଗଷ୍ଟ 15ରେ ବିଧିବଦ୍ଧ ଭାବେ ଏହାର ଉଦଘାଟନ କରାଯିବ ।"

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jul 11, 2023, 6:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.