ETV Bharat / state

ପୁଅ କହିଲେ ଝିଅ ଦେଲେ; କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ! DNA ଟେଷ୍ଟ ଦାବି

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ନେଇ ଅଭିଯୋଗ । ଅଦଳବଦଳ ଅଭିଯୋଗ ଆଣିଲେ କେନ୍ଦ୍ରାପଡା ଦମ୍ପତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 26, 2023, 9:42 PM IST

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ନେଇ ଅଭିଯୋଗ

ଭୁବନେଶ୍ବର: ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ନେଇ ସାଙ୍ଘାତିକ ଅଭିଯୋଗ। ଏଭଳି ଅଭିଯୋଗ ଆଣିଲେ ନବ ଜନ୍ମିତ ଏକ ଛୁଆର ବାପା ଓ ମା । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସହ କ୍ୟାପିଟାଲ ଥାନାରେ କରିଛନ୍ତି ଅଭିଯୋଗ ଦମ୍ପତି । ଯାହାକୁ ନେଇ ତଦନ୍ତ ଆରମ୍ଭ କରିଛି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ । ଏନେଇ ସୁପରିଟେଣ୍ଡ ଓ ଡେପୁଟି ସୁପରିଟେଣ୍ଡ ସହ ଗାଇନକୋଲୋଜି ବିଭାଗର ଏଚଓଡି ନେତୃତ୍ବରେ ଏକ ତିନିଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

ସୁଚନା ଅନୁଯାୟୀ, ଆଜି ଭୋର ପ୍ରାୟ ସକାଳ ସମୟରେ କେନ୍ଦ୍ରାପଡାର ପ୍ରାଣକୃଷ୍ଣ ବିଶ୍ବାଳ ନିଜ ପତ୍ନୀଙ୍କୁ ପ୍ରସୂତି ପାଇଁ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ଓଟିରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ପୁଅ ହୋଇଥିବା ପ୍ରଥମେ ସେଠାରେ ଥିବା ନର୍ସ ଓ ପରେ ଡାକ୍ତର ପ୍ରାଣକୃଷ୍ଣଙ୍କୁ କହିଥିଲେ । ଏନେଇ ପୁଅ ଖବର ପାଇ ଖୁସିରେ ପୁଅର ଫଟୋ ଉଠାଇବାକୁ କହିଥିଲେ। ନବଜନ୍ମିତ ଶିଶୁକୁ କିଛି ସମୟ ପରେ ବାହାରକୁ ଆଣିଥିଲେ। ଯେତେବେଳେ ଶିଶୁର ପିତା ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ । ସେତେବେଳେ ପୁଅ ନୁହେଁ ଝିଅ ବୋଲି ଦେଖିବାକୁ ପାଇଥିଲେ।

ପ୍ରାଣକୃଷ୍ଣ ଅଭିଯୋଗ କରିଛନ୍ତି, ’’ତାଙ୍କ ପୁଅ ହୋଇଥିବା ଡାକ୍ତର ଏବଂ ନର୍ସ ତାଙ୍କୁ ସୂଚନା ଦେଇଥିଲେ । କିନ୍ତୁ ପରେ ଶିଶୁକୁ ବଦଳ କରି ତାଙ୍କୁ ଝିଅ ଦିଆଯାଇଛି । ଘଟଣାକୁ ନେଇ ପ୍ରସୂତି କରାଇଥିବା ଡାକ୍ତରଙ୍କୁ ଭେଟିଥିଲେ । ହେଲେ ଡାକ୍ତର କହିଥିଲେ ହୁଏତ ଭୁଲରେ କହି ଦେଇଥିବେ କିନ୍ତୁ ବାସ୍ତବରେ ତମର ଏକ ଝିଅ ହୋଇଛି।’’

ପିଲା ଅଦଳବଦଳ କରାଯାଇଥିବା ସଂନ୍ଦେହ କରି ତୁରନ୍ତ ହସ୍ପିଟାଲର ସିସିଟିଭି ନଚେତ ଡିଏନଏ ଟେଷ୍ଟ ପାଇଁ ଦାବି କରିଛନ୍ତି । ଅଭିଯୋଗ ପାଇବା ପରେ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୁପରିଟେଣ୍ଡ ଓ ଡେପୁଟି ସୁପରିଟେଣ୍ଡ ସହ ସ୍ତ୍ରୀ ଓ ପ୍ରସୂତି ବିଭାଗର ଏଚଓଡିଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ‘‘ତାଙ୍କର କାର୍ଯକାଳରେ ଏପରି ସାଙ୍ଘାତିକ ଅଭିଯୋଗ ଆସିନାହିଁ। କିନ୍ତୁ ଅଭିଯୋଗ ଆସିବା ପରେ ଏହାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ କରାଯାଉଛି । ଆଜି ୨୦ରୁ ୩୦ଟି ଶିଶୁ ଏଠାରେ ଜନ୍ମ ଗ୍ରହଣ କରିଛନ୍ତି । ତେଣୁ ଭୁଲ ବଶତଃ ପୁଅ କି ଝିଅ ହୋଇଛି କହିବା ବେଳେ ହୋଇପାରେ । କିନ୍ତୁ ଅଦଳବଦଳ ଯେହେତୁ ଅଭିଯୋଗ ଆସିଛି ସବୁ ପ୍ରକାର‌ ତଦନ୍ତ କରି ଏହାର ସଠିକ ରିପୋର୍ଟ ଦେବୁ । ଡିଏନଏ ଟେଷ୍ଟ ମଧ୍ଯ ପ୍ରକ୍ରିୟା ମଧ୍ୟ କରାଯିବ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.