ETV Bharat / state

ଜଟଣୀରେ ବାତ୍ୟା ବିପନ୍ନଙ୍କ କ୍ଷୟକ୍ଷତି ଆକଳନରେ ଅନିୟମିତତା ଅଭିଯୋଗ - ଖୋର୍ଦ୍ଧା

ଜଟଣୀ ନିର୍ବାଚନ ମଣ୍ଡଳୀର ତିରିମଲ, ବେଣାପଞ୍ଜରୀ, ନିଆଳ, ହଳଦିଆ ଆଦି ଅନେକ ପଞ୍ଚାୟତରେ ଭଙ୍ଗାଘର ତଦନ୍ତରେ ଅନିୟମିତତା ହୋଇଥିବା ଅଭିଯୋଗ । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ବିଧାୟକ ସୁର ରାଉତରାୟଙ୍କ ସମେତ ଶତାଧିକ ବାତ୍ୟା ବିପନ୍ନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 10, 2019, 5:11 PM IST

ଖୋର୍ଦ୍ଧା: ଜଟଣୀ ନିର୍ବାଚନ ମଣ୍ଡଳୀରେ ବାତ୍ୟା ଜନିତ ଘରଭଙ୍ଗା ଆକଳନରେ ଅନିୟମିତତା । ତିରିମଲ, ବେଣାପଞ୍ଜରୀ, ନିଆଳ, ହଳଦିଆ ଆଦି ଅନେକ ପଞ୍ଚାୟତରେ ଭଙ୍ଗାଘର ତଦନ୍ତରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ବିଧାୟକ ସୁରେଶ କୁମାର ରାଉତରାୟ( ସୁର ରାଉତରାୟ) ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ବାତ୍ୟା ‘ଫନି’ ଫଳରେ ଭାଙ୍ଗି ଯାଇଥିବା ଘରର ତଦନ୍ତ କରୁଥିବା ରାଜସ୍ବ ଅଧିକାରୀ ମାନେ ପ୍ରଭାବିତ ଅଞ୍ଚଳ ଗସ୍ତ ନ କରି କାର୍ଯ୍ୟାଳୟରେ ବସି ରିପୋର୍ଟ ପ୍ରସ୍ତୁତ କରିଥିବା ସେ ଆଜି (ସୋମବାର) ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ ସହିତ ଶତାଧିକ ବିପନ୍ନ ମଧ୍ୟ ଆସି ନିଜ ଦାବି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

ଅଭିଯୋଗ କରିବା ସହ ଘରଭଙ୍ଗାର ପୁନଃ ତଦନ୍ତ କରିବାକୁ ବିଧାୟକ ଦାବି କରିଛନ୍ତି । ଏହା ସହ ସେ ଏହି ଘଟଣାନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.