ETV Bharat / state

ସରିଲା ସମୟ ସରିପାରିଲାନି କାମ, ନିମ୍ନମାନର ରାସ୍ତା କାମ ବିରୁଦ୍ଧରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ

author img

By ETV Bharat Odisha Team

Published : Dec 27, 2023, 9:57 PM IST

Low Quality Road Construction Allegation in Khordha: ଅବଧି ସରିଲା କିନ୍ତୁ ସରିପାରିଲାନି କାର୍ଯ୍ୟ । ଠିକା ସଂସ୍ଥାର ମନମାନି ପାଇଁ ଏହି ରାସ୍ତା ଏବେ ରାସ୍ତା ପାଲଟିଛି ମରଣ ଯନ୍ତା । ଅଧିକ ପଢ଼ନ୍ତୁ

Simora to Banki Road
Simora to Banki Road
Simora to Banki Road

ଖୋର୍ଦ୍ଧା: ଅବଧି ସରିଲା କିନ୍ତୁ ସରି ପାରିଲାନି କାର୍ଯ୍ୟ । ଠିକା ସଂସ୍ଥାର ମନମାନି କରାଣରୁ ପଥଚାରୀଙ୍କ ପାଇଁ ରାସ୍ତା ଏବେ ଯମ ଯନ୍ତ୍ରଣା ପାଲଟିଛି । ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ସଂଖ୍ଯାରେ ଯାନ ବାହନ ଯାତାୟତ କରୁଥିଲେ ମଧ୍ଯ ଏବେ ଏହି ରାସ୍ତା ମରଣ ଯନ୍ତା ପାଲଟିଛି । ରାସ୍ତାର ଉନ୍ନତି କରଣ ପାଇଁ ପୂର୍ତ୍ତ ବିଭାଗ ୧୧ କୋଟି ୭୬ ଲକ୍ଷ ବ୍ଯୟବରାଦ କରିଛି, ଯାହା ଗତ ସେପ୍ଟେମ୍ବର ୨୦୨୩ ସୁଦ୍ଧା ସରିବାର ଥିଲା । କିନ୍ତୁ କାର୍ଯ୍ୟ ଆରମ୍ଭରୁ ଅତି ନିମ୍ନମାନର ହୋଇଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି । ତେବେ ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ସିମୋରରୁ କଟକ ଜିଲ୍ଲା ବାଙ୍କୀକୁ ସଂଯୋଗ କରୁଥିବା ରାସ୍ତା କାମରେ।

ତେବେ ସିମୋର-ବାଙ୍କୀକୁ ସଂଯୋଗ କରୁଥିବା ରାସ୍ତାଦେଇ ଦୌନିକ ହଜାର ହଜାର ସଂଖ୍ଯାରେ ଯାନବାହାନ ଯାତାୟତ କରେ । ବହୁଳ ଯାତାୟତକୁ ଦୁଷ୍ଟିରେ ରଖି ପୂର୍ତ୍ତ ବିଭାଗ ରାସ୍ତାକୁ ୧୧କୋଟି ୭୬ ଲକ୍ଷ ଟଙ୍କାର ବ୍ଯୟବରାଦରେ ସମ୍ପ୍ରସାରଣ କାର୍ଯ୍ୟ କରୁଛି । କିନ୍ତୁ ଦୁର୍ଭାଗ୍ଯର କଥା ରାସ୍ତା ଆରମ୍ଭରୁ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ସିମୋର ପଟୁ ଆରମ୍ଭ ହୋଇଥିବା ନିମ୍ନମାନର କାର୍ଯ୍ୟ ଯୋଗୁଁ ଢଳେଇ ପଡୁପଡୁ ରାସ୍ତା ଫାଟି ଗଲାଣି । ଅତି ନିମ୍ନମାନର କାର୍ଯ୍ୟ ଯୋଗୁଁ ଲୋକେ ହିନସ୍ତା ହେଉଛନ୍ତି । ଖାଲି ସେତିକି ନୁହେଁ ରାସ୍ତାରେ ପଡିଥିବା ପୁରୁଣା ପିଚୁକୁ ନକାଢି ତାହା ଉପରେ ରୋଲରିଂ କରି ତଳେ ଜରି ନପକାଇ ଢଳେଇ ପକାଯାଉଥିବା ଅଭିଯୋଗ ହୋଇଛି ।

ସେପଟେ ଏନେଇ ସ୍ଥାନୀୟ ସମାଜସେବୀ ବିଭୂତି ଭୂଷଣ ଦାଶ ପୂର୍ତ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ପକ୍ଷ କରି ମାନ୍ଯବର ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି । କାର୍ଯ୍ୟ ନିମ୍ନମାନର ସହ ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦିକା ପାଇଁ ସାଧାରଣ ଜନତାଙ୍କ ଟଙ୍କା ଲୁଟ ହେବା ସହ କାର୍ଯ୍ୟ ନିମ୍ନମାନର ହେଉଛି । ଯାହାର ସ୍ଥାୟିତ୍ୱ ଉପରେ ପ୍ରଶ୍ନକରି ବିଭୂତି ଲୋକାୟୁକ୍ତଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତରେ ଠିକାଦାର ନିମ୍ନମାନର ଢଳେଇ ରାସ୍ତା କରିବା ସହ ପାଣି ଦିଆ ହେଉନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସେହିପରି ରାସ୍ତାକୁ ଖୋଳି ରାସ୍ତାରେ ଡଷ୍ଟ ମେଣ୍ଟାଲ ପକାଇ ପାଣି ଦେଉନଥିବାରୁ ରାସ୍ତାରେ ଯାତ୍ରାୟତ ଏକ ପ୍ରକାର ଅସମ୍ଭବ ହୋଇ ପଡିଛି । ଯାହା ଫଳରେ ଧୂଳି ଧୂଆଁରେ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଅଚଂଳ ବାସୀ ।

ଏହା ମଧ୍ୟ ପଢ଼ନ୍ତୁ......ସନ୍ଧ୍ୟାରେ ପିଚୁ ପଡିଲା, ରାତି ନପାହୁଣୁ ଉଠିଗଲା

ଅନ୍ୟପକ୍ଷେ ଏନେଇ ବାରମ୍ବାର ଜିଲ୍ଲାପାଳଙ୍କୁ ଅଭିଯୋଗ କରି ନିରାଶ ହୋଇଛନ୍ତି ଅଞ୍ଚଳବାସୀ । ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ପାଇଁ ଏହି ଭଳି ସମସ୍ଯା ଉପୁଜୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଢାଳେଇ କାମ ଏତେ ନିମ୍ନମାନର ହୋଇଛି ଯେ, ଚାରି ମାସ ତଳେ ଆରମ୍ଭ ହୋଇଥିବା ରାସ୍ତା ଫାଟି ଆଁ କଲାଣି । ଯାହାକୁ ନେଇ ରାସ୍ତାର ସ୍ଥାୟିତ୍ୱ ଉପରେ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଜନସାଧାରଣ । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସହ ଭିଜିଲାନ୍ସ ତଦନ୍ତ କରିବାକୁ ନିବେଦନ କରିଛନ୍ତି ଗ୍ରାମବାସୀ । ସେପଟେ ଘଟଣା ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ଶିବଲାଲ ସାହୁ ଫୋନ ଯୋଗେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ,ରାସ୍ତା କାମ ନିମ୍ନମାନର ହେଉଥିବା ପୂର୍ବରୁ ଅଭିଯୋଗ ହୋଇଥିଲା ଏବଂ ଏହା ଉପରେ ଆମ କ୍ୱାଲିଟି କଣ୍ଟ୍ରୋଲ ଟିମ ତଦନ୍ତ କରୁଛି ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.