ETV Bharat / state

କର୍ମଚାରୀଙ୍କ ମନମାନିରେ ଚାଲିଛି ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର - ଚିକିତ୍ସା ଅବହେଳା

କାର୍ଯ୍ୟରେ ଅବହେଳା କରୁଛନ୍ତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ । ଠିକ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁ ନାହାଁନ୍ତି । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବୋତଳମା ଗ୍ରାମରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ । ଅଧିକ ପଢନ୍ତୁ

କର୍ମଚାରୀଙ୍କ ମନମାନିରେ ଚାଲିଛି ବୋତଲମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

author img

By

Published : Nov 15, 2021, 8:00 PM IST

ଖୋର୍ଦ୍ଧା : କାର୍ଯ୍ୟରେ ଅବହେଳା କରୁଛନ୍ତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ । ଠିକ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁ ନାହାଁନ୍ତି । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବୋତଳମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ନିଜ ଇଚ୍ଛା ମୁତାବକ ଆସୁଥିବା ଦେଖିବାକୁ ମିଳିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ବେଗୁନିଆ ଠାରୁ ପ୍ରାୟ ୧୫କିଲୋମିଟର ଦୂରରେ ଥିବାରୁ କର୍ମଚାରୀମାନେ ମନଇଚ୍ଛା ଆସୁଥିବା ଅଭିଯୋଗ ହୋଇଛି ।

କର୍ମଚାରୀଙ୍କ ମନମାନିରେ ଚାଲିଛି ବୋତଲମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ରୋଗୀ ଓ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପାଇଁ ଲୋକମାନେ ଆସୁଥିବାବେଳେ କର୍ମଚାରୀ ଅନୁପସ୍ଥିତ ରହୁଥିବାରୁ ସେମାନଙ୍କୁ ବାରମ୍ବାର ଆସିବାକୁ ପଡୁଥିବା କହିଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ପ୍ରତିଦିନ ୧୨ଟା ବାଜିଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ରହୁନଥିବାବେଳେ ପ୍ରଶାସନିକ ବିଭାଗରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ସେହିଭଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନର ବିପିଏମ ୟୁନିଟରେ କୌଣସି କର୍ମଚାରୀ ନଥିବାବେଳେ ଲାଇଟ ଫ୍ୟାନ ବି ଚାଲୁଛି ।

ତେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ବେଗୁନିଆ ମୁଖ୍ୟାଳୟ ଠାରୁ ଦୂରରେ ଥିବାରୁ କୌଣସି ଉପରିସ୍ଥ ଅଧିକାରୀ ତଦାରଖ ପାଇଁ ଆସୁନଥିବାରୁ କର୍ମଚାରୀମାନେ ମନମାନି କରୁଥିବା ସ୍ଥାନୀୟ ଲୋକ କହିଛନ୍ତି । ସେପଟେ ଘଟଣା ସମ୍ପର୍କରେ ବୋତଳମା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । ତେବେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଚାନକ ଗସ୍ତ କଲେ ଘଟଣାର ସତ୍ୟାସତ୍ୟ ଜାଣିପାରିବେ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.