ETV Bharat / state

Hockey World Cup: ସର୍ବଦଳୀୟ ବୈଠକରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଆମନ୍ତ୍ରଣ ହେବେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ

author img

By

Published : Dec 22, 2022, 10:06 PM IST

Updated : Dec 22, 2022, 10:51 PM IST

ଆସନ୍ତା ମାସରେ ହକି ବିଶ୍ବକପ । ଏନେଇ ସଜେଇ ହେଲାଣି ରାଜଧାନୀ । ହକି ବିଶ୍ବକପକୁ କିଭଳି ସଫଳତାର ସହ ଆୟୋଜନ କରାଯିବ ସେଥିପାଇଁ ହୋଇଛି ଆଲୋଚନା । ଅଧିକ ପଢ଼ନ୍ତୁ

Hockey world cup
ହକି ବିଶ୍ବକପ
ହକି ବିଶ୍ବକପ

ଭୁବନେଶ୍ବର : ଆଗାମୀ ୨୦୨୩ ପୁରୁଷ ବିଶ୍ବକପ୍‌ ହକି ଆୟୋଜନ ଏବଂ ସୁପରିଚାଳନା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ କନ୍‌ଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଶ୍ବକପ୍‌ ହକି ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବିଶ୍ବକପ ହକି ପ୍ରସ୍ତୁତିରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଶ୍ଵକପ ହକିର ଆୟୋଜନରେ କେବଳ ଓଡ଼ିଶା ନୁହେଁ ସାରା ଦେଶର ସମ୍ମାନ ସହ ଜଡିତ । ସେଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଲଗାତର ଭାବେ ଦ୍ବିତୀୟ ଥର ବିଶ୍ବକପ୍‌ର ଆୟୋଜନ ସାରା ବିଶ୍ବରେ ଓଡ଼ିଶାର ପ୍ରତିଷ୍ଠା ବୃଦ୍ଧି କରିଛି ବୋଲି ମତ ଦେଇଛନ୍ତି ।

କ୍ରୀଡାର ଏହି ଉନ୍ନତି ଦିଗରେ ସରକାରଙ୍କ ଉଦ୍ୟମ ପାଇଁ ସାଧୁବାଦ ଜଣାଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଆୟୋଜନ ପାଇଁ ରାଜ୍ୟ ସରକାରଙ୍କର ପ୍ରଶଂସା କରିଛନ୍ତି । ଏହାସହ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତବାର୍ଷିକୀ ଉତ୍ସବ ୨୦୩୬ ଅବସରରେ ଯେପରି ଓଡିଶାରୁ ୧୦୦ ଅଲମ୍ପିଆନ ବାହାରିପାରିବେ, ସେଥିପାଇଁ ସମସ୍ତେ ମିଳିମିଶି କାମ କରିବା ଉଚିତ ବୋଲି ମତପ୍ରକାଶ କରିଛନ୍ତି ।

ଏତଦ୍‌ବ୍ୟତୀତ କ୍ରମାଗତ ଭାବେ ଦୁଇ ଥର ବିଶ୍ବକପ୍‌ ହକି ଆୟୋଜନ ଭଳି ବିରଳ ଘଟଣାକୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ଦେବା, ଉଭୟ ଭୁବନେଶ୍ବର-ରାଉରକେଲାର ସ୍ବଚ୍ଛତା ପାଇଁ ନାଗରିକମାନଙ୍କୁ ସାମିଲ କରିବା, ସ୍ଥାନୀୟ ଓଡିଆ ଖେଳର ପ୍ରସାର କରିବା, ରାଉରକେଲା-ଭୁବନେଶ୍ବର ରେଳପଥକୁ ହକି ପାଇଁ ବ୍ରାଣ୍ଡିଂ କରିବା ଆଦି ବିଭିନ୍ନ ସୁଚିନ୍ତିତ ମତାମତ ଦେଇ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ରାଜ୍ୟର ସବୁ ଜିଲ୍ଲାରେ ହକି ଷ୍ଟାଡିୟମ ନିର୍ମାଣ କରିବା ପାଇଁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରସ୍ତାବ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଦଳର ଉପସଭାପତି ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ବିଶ୍ୱକପ ହକି ପ୍ରସ୍ତୁତିରେ କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳ ସନ୍ତୁଷ୍ଟ ।

ହକି ବିଶ୍ୱକପର ସଫଳ ଆୟୋଜନରେ ଓଡ଼ିଶାର ଖ୍ୟାତି ବଢିବ । ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବେ । ହକି ବିଶ୍ୱକପ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଅଧିକ ସଂଖ୍ୟକ ଟିକେଟ ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଇଛୁ । ରାଉରକେଲାରେ ହେବାକୁ ଥିବା ମ୍ୟାଚ ପାଇଁ ଆମକୁ ନିମନ୍ତ୍ରଣ କରାଯାଇନାହିଁ । ନିମନ୍ତ୍ରଣ କଲେ ନିଶ୍ଚୟ ଯିବୁ ।

ସେହିପରି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡ଼ାକିଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି । ସର୍ବଦଳୀୟ ବୈଠକରେ ବିଭିନ୍ନ ରାଜନୈତିକ ଦଳ ସାମିଲ ହୋଇ ମତାମତ ଦେଇଛନ୍ତି । ଏହା ଉପରେ ସରକାର ଅନୁଶୀଳନ କରି ପଦକ୍ଷେପ ନେବେ । ହକି ବିଶ୍ୱକପର ସଫଳ ଆୟୋଜନ ଲାଗି ସମସ୍ତେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ରାଜ୍ୟରେ ହକି ବିଶ୍ୱକପ ସଫଳ ଆୟୋଜନ ହେଲେ କେବଳ ରାଜ୍ୟ ନୁହେଁ ବିଶ୍ୱରେ ଓଡ଼ିଶାର ଖ୍ୟାତି ବଢିବ ।

ବିଜୁ ଜନତା ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର, ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ସିପିଆଇର ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିପିଆର ଅଳିକିଶୋର ପଟ୍ଟନାୟକ, ଅଭୟ ସାହୁ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ଆପ୍‌ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, ଆରଜେଡିର ରାଜ୍ୟ ସଭାପତି ହେମନ୍ତ କୁମାର ପ୍ରମୁଖ ଭାଗ ନେଇ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଛନ୍ତି ।

କ୍ରୀଡା ମନ୍ତ୍ରୀ ତୃଷାରକାନ୍ତି ବେହେରା ବୈଠକକୁ ସଂଯୋଜନା କରିଛନ୍ତି । କ୍ରୀଡା ସଚିବ ଆର୍. ଭିନିଲକ୍ରିଷ୍ଣା ଆଗାମୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୧୭ ଦିନିଆ ଭବ୍ୟ କ୍ରୀଡା ମହୋତ୍ସବର ପ୍ରସ୍ତୁତି ଓ ବିଭିନ୍ନ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ବୈଠକରେ ଉପସ୍ଥାପନା କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 22, 2022, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.