ETV Bharat / state

ଅଲ୍‌ ଓଡିଶା ମଡେଲ ରାମ୍ପ ୱାକ: ଏଥର ସ୍ମାର୍ଟସିଟି ଝିଅଙ୍କୁ ଟକ୍କର ଦେବେ ଆଦିବାସୀ ଝିଅ - april

ଭୁବନେଶ୍ବରରେ ଆରମ୍ଭ ହେବ ଅଲ ଓଡିଶା ମଡେଲ ରାମ୍ପ ୱାକ । କେବଳ ଭୁବନେଶ୍ବର, ବ୍ରହ୍ମପୁର ଭଳି ସ୍ଥାନରେ ସ୍ମାର୍ଟ ଝିଅ ନୁହେଁ, ଏଥର କଳାହାଣ୍ଡିର ଆଦିବାସୀ ଝିଅକୁ ବି ଏହି ରାମ୍ପ ୱାକରେ ଦେଖିବାକୁ ମିଳିବ । ଏହି ରାମ୍ପ ୱାକକୁ 'ୟୁ ଫଙ୍କି' ଅନୁଷ୍ଠାନ ଆୟୋଜନ କରୁଥିବାବେଳେ ଆସନ୍ତା ଏପ୍ରିଲ 19ରୁ 21ରେ ଭୁବନେଶ୍ବରରେ ଏହା ଅନୁଷ୍ଠିତ ହେବ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Mar 16, 2019, 1:09 PM IST

ଭୁବନେଶ୍ବର: ଏଣିକି ଭୁବନେଶ୍ବରରେ ଆରମ୍ଭ ହେବ ଅଲ ଓଡିଶା ମଡେଲ ରାମ୍ପ ୱାକ । ଯେଉଁଥିରେ ଚାଲିବେ 50ରୁ ଊର୍ଦ୍ଧ୍ବ ଓଡିଶାର ଝିଅ । ଆଉ ସବୁଠାରୁ ବଡ଼ କଥା ହେଲା କେବଳ ଭୁବନେଶ୍ବର, ବ୍ରହ୍ମପୁର ଭଳି ସ୍ଥାନରେ ସ୍ମାର୍ଟ ଝିଅ ନୁହେଁ, ଏଥର କଳାହାଣ୍ଡିର ଆଦିବାସୀ ଝିଅକୁ ବି ଏହି ରାମ୍ପ ୱାକରେ ଦେଖିବାକୁ ମିଳିବ ।

ଏହାସହ ସମ୍ବଲପୁରୀ କପଡାରେ ତିଆରି ବିଭିନ୍ନ ବସ୍ତ୍ର ପିନ୍ଧି ମଡେଲୱାକ କରିବେ ବୋଲି ଅନୁଷ୍ଠାନର ମୁଖ୍ୟ କହିଛନ୍ତି । ଅନ୍ୟପଟେ ବର୍ତ୍ତମାନଠାରୁ ଫେସବୁକରୁ ଝିଅଙ୍କୁ ମଡେଲ ପାଇଁ ଖୋଜା ଚାଲିଛି । ତାଙ୍କ ଗ୍ରୁମିଂ ଠାରୁ ଲୁକ ପର୍ଯ୍ୟନ୍ତ ସବୁ ଉପରେ ଟିକନିକ ନଜର ଦିଆଯିବ ବୋଲି କୁହାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ରାମ୍ପ ୱାକକୁ 'ୟୁ ଫଙ୍କି' ଅନୁଷ୍ଠାନ ଆରଗାନାଇଜ କରୁଥିବାବେଳେ ଆସନ୍ତା ଏପ୍ରିଲ 19ରୁ 21ରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାର ସୂଚନା ରହିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ଭୁବନେଶ୍ବର: ଏଣିକି ଭୁବନେଶ୍ବରରେ ଆରମ୍ଭ ହେବ ଅଲ ଓଡିଶା ମଡେଲ ରାମ୍ପ ୱାକ । ଯେଉଁଥିରେ ଚାଲିବେ 50ରୁ ଊର୍ଦ୍ଧ୍ବ ଓଡିଶାର ଝିଅ । ଆଉ ସବୁଠାରୁ ବଡ଼ କଥା ହେଲା କେବଳ ଭୁବନେଶ୍ବର, ବ୍ରହ୍ମପୁର ଭଳି ସ୍ଥାନରେ ସ୍ମାର୍ଟ ଝିଅ ନୁହେଁ, ଏଥର କଳାହାଣ୍ଡିର ଆଦିବାସୀ ଝିଅକୁ ବି ଏହି ରାମ୍ପ ୱାକରେ ଦେଖିବାକୁ ମିଳିବ ।

ଏହାସହ ସମ୍ବଲପୁରୀ କପଡାରେ ତିଆରି ବିଭିନ୍ନ ବସ୍ତ୍ର ପିନ୍ଧି ମଡେଲୱାକ କରିବେ ବୋଲି ଅନୁଷ୍ଠାନର ମୁଖ୍ୟ କହିଛନ୍ତି । ଅନ୍ୟପଟେ ବର୍ତ୍ତମାନଠାରୁ ଫେସବୁକରୁ ଝିଅଙ୍କୁ ମଡେଲ ପାଇଁ ଖୋଜା ଚାଲିଛି । ତାଙ୍କ ଗ୍ରୁମିଂ ଠାରୁ ଲୁକ ପର୍ଯ୍ୟନ୍ତ ସବୁ ଉପରେ ଟିକନିକ ନଜର ଦିଆଯିବ ବୋଲି କୁହାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ରାମ୍ପ ୱାକକୁ 'ୟୁ ଫଙ୍କି' ଅନୁଷ୍ଠାନ ଆରଗାନାଇଜ କରୁଥିବାବେଳେ ଆସନ୍ତା ଏପ୍ରିଲ 19ରୁ 21ରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାର ସୂଚନା ରହିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

SLUG-PARALAKHEMUNDI CONSTITUENCY
FORMAT-PKG
REPORT-HARIHARA PATNAIK
PLACE-GAJAPATI
DATE-15.03.2019
ଆଙ୍କର-ନିର୍ବାଚନ ପାଇଁ ଆଉ ଦିନ କେଇଟା ବାକି । ଆସନ୍ତା 18ତାରିଖରୁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ । ତେବେ ଆଜି ଯାଏଁ କୌଣସି ଦଳର ପ୍ରାର୍ଥୀ ଚୁଡାନ୍ତ ହୋଇପାରିନାହିଁ । ସବୁ ଦଳରେ ଏକାଧିକ ଆଶାୟୀ ରହିଥିବାରୁ ଦଳ କାହାକୁ ପ୍ରାର୍ଥୀ କରିବେ ଏବଂ ବାଦ ପଡିଥିବା ନେତାଙ୍କୁ କିଭଳି ମନାଇବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ।...................
ଭିଓ 01-ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ । ଗଜପତି ଜିଲ୍ଲାର ଏହି ନିର୍ବାଚନ ମଣ୍ଡଳୀ 1951 ମସିହାରେ ଗଠିତ ଏହି ନିବର୍ବାଚନ ମଣ୍ଡଳୀରେ ଥରେ କମ୍ୟୁନିଷ୍ଟ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ 4ଥର ସ୍ବାଧୀନ, 7ଥର କଂଗ୍ରେସ ଏବଂ 3ଥର ବିଜେଡ଼ି ବା ଜନତା ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । 2014ମସିହାରେ ଏହି ନିର୍ବାଚନ ମଣ୍ଡଳୀରେ 1ଲକ୍ଷ 94ହଜାର 115ଜଣ ଭୋଟର ରହିଥିଲେ  । ସେଥିମଧ୍ୟରୁ 98175ଜଣ ମହିଳା ଏବଂ 95940ଜଣ ପୁରୁଷ ଭୋଟ ରହିଥିଲେ  । ଏମାନଙ୍କ ମଧ୍ୟରୁ 1ଲକ୍ଷ 35ହଜାର 1ଜଣ ଭୋଟରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ସେ୍ଥିମଧ୍ୟରୁ କଂଗ୍ରେସ ପ୍ରାର୍ଥୀ କେ.ସୁରିଆ ରାଓ 61ଜାର 14ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ କେ.ନାରାୟଣ ରାଓ 59ହଜାର 595ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ତିରୁପତି ନାୟକ 6ହଜାର 938ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଚଳିତ ଥର 11ହଜାର 433ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି  । ଫଳରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇ 2ଲକ୍ଷ 5ହଜାର 548ରେ ପହଂଞ୍ଚିଛି । ସେଥିମଧ୍ୟରୁ 97ହଜାର 31ଜଣ ମହିଳା ଏବଂ 94ହଜାର 210ଜଣ ପୁରୁଷ ଭୋଟର ରହିଛନ୍ତି । ପୂର୍ବ ଥରଗୁଡିକର ନିର୍ବାଚନୀ ଫଳାଫଳକୁ ଅନୁଧ୍ୟାନ କଲେ ଏହା କଂଗ୍ରେସର ଗଡ  । କିନ୍ତୁ ଗତ କିଛି ବୂର୍ଷ ହେଲା ଏଠାରେ କଂଗ୍ରେସ ଏବଂ ବିଜେଡିର ସ୍ଥିତି ପ୍ରାୟ ସମାନ ରହିଛି । ତେଣୁ ଏହି ଦୁଇ ଦଳରେ ଏକାଧିକ ଆଶାୟୀ । କଂଗ୍ରେସରେ ବର୍ତମାନ ବିଧାୟକ କେ.ସୁରିଆ ରାଓ ଏବଂ ତିରୁପତି ପାଣିଗ୍ରାହୀ ଆଶାୟୀ ରହିଛନ୍ତି । ଦୁଇଜଣ ଯାକ ହେବିୱେଟ ହୋଇଥିବାରୁ ଦଳ କାହାକୁ ଟିକଟ ଦେବ ଏବଂ ବାଦପଡିଥିବା ଆଶାୟୀଙ୍କୁ କିଭଳି ମନାଇବ ତାହା ଦଳ ପାଇଁ ଚିନ୍ତାର ବିଷୟ ହୋଇଛି । ଉଭୟ ପ୍ରାର୍ଥୀ ନିଜେ ଟିକଟ ଖଣ୍ଡିକ ପାଇଁ ନିଜର କସରତ ଚଳାଇଛନ୍ତି  । ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ପ୍ରଥମରୁ ମନା କରିଥିବା କେୋ.ସୁରିଆ କିନ୍ତୁ ବର୍ତମାନ ଫୁଲ୍ ଦମରେ ଆରମ୍ଭ କରିଛନ୍ତି ପ୍ରଚାର । ତିରୁପତି ମଧ୍ୟ ପଛରେ ପଡିନାହାନ୍ତି । ଉଭୟ ନେତା ଟିକଟ ପାଇବେ ଏବଂ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି  ।..................
ବାଇଟ 01-କେ.ସୁରିଆ ରାଓ(ବିଧାୟକ)
ବାଇଟ 02-ଡ.ତିପୁପତି ପାଣିଗ୍ରାହୀ(କଂଗ୍ରେସର ଆଶାଯୀ ପ୍ରାର୍ଥୀ)
ଭିଓ 02-ସେହି ସମାନ ଅବସ୍ଥା ଶାସକ ବିଜେଡିରେ ମଧ୍ୟ  । ବିଜେଡିରୁ ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଟିକେଟ ପାଇ ପୁଣିଥରେ ଲଢିବାକୁ ଯୋଜନା କରୁଥିବା ବେଳେ ପାରଳା ରାଜକୁମାରୀ କଲ୍ୟାଣୀ ଏବେ ବିଜେଡିରେ ଯୋଗଦେବା ପରେ ସେ ମଧ୍ୟ ଆଶାୟୀ ଥିବା କୁହାଯାଉଛି  । ଯଦିଓ ଉଭୟ ଆଶାୟୀ ଦଳର ନିଷ୍ପତିକୁ ସ୍ବାଗତ କରିବେ ବୋଲି କହିଛନ୍ତି କିନ୍ତୁ ଟିକଟ ପାଇଁ ଉଭୟ ଜୋରଦାର କସରତ ଚଳାଇଛନ୍ତି  ।  
ବାଇଟ 03-କଲ୍ୟାଣୀ ଗଜପତି(ବିଜେଡି ଆଶାୟୀ ପ୍ରାର୍ଥୀ)
ବାଇଟ 04-କେ.ନାରାୟଣ ରାଓ(ପୂର୍ବତନ ବିଧାୟକ)
ଭିଓ 03-ଯଦିଓ ବିଜେପିର ସ୍ଥିତି ଏଠାରେ ଏତେଟା ଭଲ ନୁହେଁ ତଥାପି ମୋଦୀଙ୍କ ଉପରେ ଭରଷା କରି ଏଥର ଭଲ ଫଳ କରିବା ଆଶାରେ ରହିଛି  । ତେଣୁ ଏହି ଦଳରେ ମଧ୍ୟ 2ଜଣ ଟିକଟ ଲବିରେ ରହିଛନ୍ତି  । ଜିଲ୍ଲା ବିଜେପି ସଭାପତି ଜି.ଭେଙ୍କଟରାମଣା ଏବଂ ପୂର୍ବତନ ଜିଲ୍ଲା ବିଜେପି ସଭାପତି ସିଦ୍ଧେଶ୍ବର ମିଶ୍ର ଟିକଟ ହାତେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି  । କିନ୍ତୁ ଦଳ ଏମାନଙ୍କ ଅପେକ୍ଷା କଂଗ୍ରେସ କିମ୍ବା ବିଜେଡି ଟିକଟରୁ ବାଦ ପଡିଥିବା ନେତାଙ୍କୁ ଆଣି ପ୍ରାର୍ଥୀ କରାଇ ସ୍ଥିତି ସୁଧାରିବା ପାଇଁ ପ୍ରୟାସ କରୁଥିବା କୁହାଯାଉଛି  । ତେବେ ଏହା ଯଦି ସମ୍ଭବ ନହୁଏ ତାହାହେଲେ ଏମାନଙ୍କ ମଧ୍ୟରୁ ଦଳ କାହାକୁ ପ୍ରାର୍ଥୀ କରିବା ସମ୍ଭାବନା ରହିଥିବାରୁ ଉଭୟେ ନିଜ ପାଇଁ ଲବି ଚଳାଇଛନ୍ତି  ।.................
ବାଇଟ 05-ଜି.ଭେଙ୍କଟରାମଣା(ଜିଲ୍ଲା ବିଜେପି ସଭାପତି)
ବାଇଟ 06-ସିଦ୍ଧେଶ୍ବର ମିଶ୍ର(ପୂର୍ବତନ ଜିଲ୍ଲା ବିଜେପି ସଭାପତି)
ଫାଭିଓ-ସବୁ ଦଳରେ ଏକାଧିକ ଆଶାୟୀ  । ତେଣୁ ଟିକରୁ ବଂଚିତ ପ୍ରାର୍ତୀ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ ଏବଂ ଏହାଦ୍ବାରା ଦଳ କେତେ ପ୍ରଭାବିତ ହେବ ତାହା ଉପରେ ସମସ୍ତଙ୍କ ନଜର ।

.........................ଗଜପତିରୁ ହରିହର ପଟନାୟକ ଇଟିଭି ନ୍ୟୁଜ............ 











....................

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.