ETV Bharat / state

କାଲି ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଖଚକ ବନ୍ଦ

author img

By

Published : Mar 14, 2023, 10:46 PM IST

ଆସନ୍ତାକାଲି (ବୁଧବାର) ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବ ଡ୍ରାଇଭର ମହାସଂଘ । ଗତବର୍ଷ ସରକାର ଦେଇଥିବା ପ୍ରତିଶୃତି ପାଳନ କରିନଥିବାରୁ ସଂଘ ଏହି ଡାକରା ଦେଇଥିବା କହିଛନ୍ତି ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି । ଅଧିକ ପଢ଼ନ୍ତୁ

ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ
ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ
ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ବର: ଆସନ୍ତାକାଲି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବ ଡ୍ରାଇଭର ମହାସଂଘ । ଅନିର୍ଦ୍ଦିଷ୍ଟ କାଳ ପାଇଁ ହେବ ଅଖଚକ ବନ୍ଦ । ଧର୍ମଘଟକୁ ଓହ୍ଲାଇବେ ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ । ରାଜ୍ୟର ସମସ୍ତ ବ୍ଲକ ଏବଂ ସଦର ମହକୁମାରେ ଚାଲିବ ଆନ୍ଦୋଳନ । ୧୦ ଗୋଟି ଦାବି ନେଇ ଗତବର୍ଷ ଡ୍ରାଇଭର ସଂଘ ଆନ୍ଦୋଳନ କରିଥିବା ବେଳେ ସେଥି ମଧ୍ୟରୁ ୮ଟି ଦାବିକୁ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା । ବିଶେଷକରି ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା, ପେନସନ ବ୍ୟବସ୍ଥା, ଦୁର୍ଘଟଣାଜନିତ କ୍ଷତିପୂରଣ, ଗାଡି ରହଣି ସ୍ଥଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ଭଳି ଅନେକ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିଲା । ତେଣୁ ସରକାର ଯେଉଁ ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି ସେନେଇ ଆନ୍ଦୋଳନ କରିବ ଡ୍ରାଇଭର ମହାସଂଘ ।

ଏନେଇ ଆସନ୍ତାକାଲି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବ ଓଡିଶା ଡ୍ରାଇଭର ମହାସଂଘ । ସମସ୍ତ ୩୦ ଜିଲ୍ଲାରେ ଏହି ଆନ୍ଦୋଳନ ହେଉଥିବା ବେଳେ ଭୁବନେଶ୍ୱରରେ କିନ୍ତୁ ଆନ୍ଦୋଳନର ସେତେଟା ପ୍ରଭାବ ଦେଖିବାକୁ ମିଳିବ ନାହିଁ । କାରଣ ଭୁବନେଶ୍ୱରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କର ପରୀକ୍ଷା ଚାଲୁଥିବା ବେଳେ ଆନ୍ଦୋଳନର ପ୍ରଭାବ ରହିବ ନାହିଁ କି ସହର ଭିତରେ ପିକେଟିଂ କରାଯିବ ନାହିଁ ବୋଲି ମହାସଂଘ କହିଛି । ଭୁବନେଶ୍ୱରରେ କେବଳ ଜାତୀୟ ରାଜପଥର କେତୋଟି ସ୍ଥାନରେ ଆନ୍ଦୋଳନ କରିବ ଡ୍ରାଇଭର ମହାସଂଘ । ଆଉ ଏହି ଆନ୍ଦୋଳନରେ ମହାସଂଘକୁ ସମର୍ଥନ କରିବ ମୋଟର ଚାଳକ ସଂଘ, ଅଲ ଓଡ଼ିଶା ପରିବହନ ସଂଘ ଓ କଳିଙ୍ଗ ଅଟୋ ମହାସଂଘ । ଏନେଇ ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି କହିଛନ୍ତି, "ଆଶା ରହିଛି ସରକାର ଏଥର ଆମ ଦାବିକୁ ଶୁଣିବେ । ତେଣୁ ଆମେ ସାଧାରଣ ଲୋକଙ୍କୁ କୌଣସି କ୍ଷତି ପହଞ୍ଚାଇବୁ ନାହିଁ । ଶାନ୍ତିପୂର୍ଣ୍ଣ ଭାବରେ ଏହି ଆନ୍ଦୋଳନ କରୁଛୁ । କିଛି ସଂଘର ଲୋକମାନେ ଆମର ଏ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି । ତେଣୁ ଯେଉଁଠି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ସେଠାରେ ପରିଚୟ ପତ୍ର ଦେଖି ପୋଲିସ ଓ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେଇପାରିବେ । ଏଥିପାଇଁ ଆମର କୌଣସି ଉତ୍ତରଦାୟିତ୍ୱ ରହିବ ନାହିଁ । କାରଣ ଆମେ ଆମର ଦାବି ସରକାରଙ୍କ ପାଖରେ ରଖୁଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରିବାକୁ ସମସ୍ତ ଜିଲ୍ଲାର ସହଯୋଗୀଙ୍କୁ ଡାକରା ଦେଇଛୁ ।"

ଅନ୍ୟପଟେ ଏହି ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ସାମିଲ ହେବେନି ଅଲ୍ ଓଡିଶା ଘରୋଇ ବସ୍ ମାଲିକ ସଂଘ, ନିଖିଳ ଓଡିଶା ଅଟୋ ମହାସଂଘ ଏବଂ ଓଲା ଓବେରୋ ସଂଘ । ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଓ ବିଧାନସଭା ଚାଲିଥିବା ବେଳେ ଓଡ଼ିଶା ଡ୍ରାଇଭର ମହାସଂଘ ଏକତରଫା ନେଇଥିବା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ନିଷ୍ପତିକୁ ଅଲ୍ ଓଡିଶା ଘରୋଇ ବସ୍ ମାଲିକ ସଂଘ ସମର୍ଥନ କରିବ ନାହିଁ ଏବଂ ସ୍ବଭାବିକ ଭାବେ ଗାଡ଼ି ଚଳାଚଳ କରିବ ବୋଲି ଜଣାପଡ଼ିଛି । ସେହି ସମୟରେ ଯେପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ୍ ଡିଜି ଏବଂ ଏଡିଜି ଆଇନ୍ ଶୃଙ୍ଖଳାଙ୍କୁ ଦାବିପତ୍ର ପ୍ରଦାନ କରିଛି ସଂଘ । ଏଥିସହ ଧର୍ମଘଟରୁ ଓହରି ଯିବାକୁ ନିବେଦନ କରିଛି ଅଲ୍ ଓଡିଶା ଘରୋଇ ବସ୍ ମାଲିକ ସଂଘ । ଓଲା ଓବେରୋ ସଂଘ ମଧ୍ୟ ପୋଲିସ୍ କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.